Home ଓଡ଼ିଶା କଙ୍ଗାରୁ କୋର୍ଟ ର ସଭାପତି ଭାଗବତ ଭୁୟାଁ କୁ କୋର୍ଟ ଚାଲାଣ

କଙ୍ଗାରୁ କୋର୍ଟ ର ସଭାପତି ଭାଗବତ ଭୁୟାଁ କୁ କୋର୍ଟ ଚାଲାଣ

41

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୧୧- ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଖତିଆ ଗ୍ରାମର କଙ୍ଗାରୁ କୋର୍ଟ ର ନିର୍ଯ୍ୟାତନା ସହି ନପାରି ଗ୍ରାମ ର ଯୁବକ ମନୋଜ ବେହେରା ଆତ୍ମହତ୍ୟା କରିବା ଘଟଣା କେବଳ ନୟାଗଡ ଜିଲ୍ଲା ନୁହେଁ ସାରା ରାଜ୍ୟ ରେ ହଇଚଇ ସୃଷ୍ଟି କରିଥିଲା । ନୟାଗଡ ଜିଲ୍ଲା ରେ କଙ୍ଗାରୁ କୋର୍ଟ ଏବେବି ଚାଲିଥିବା ଘଟଣା ଜିଲ୍ଲା ପ୍ରଶାସନ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଥିଲା । ଆତ୍ମହତ୍ୟା କରିଥିବା ଯୁବକ ମନୋଜ ବେହେରା ଙ୍କ ସ୍ତ୍ରୀ ମିତାଞ୍ଜଳୀ ବେହେରା ଙ୍କ ଲିଖିତ ଅଭିଯୋଗ ପାଇ ରଣପୁର ଥାନା ରେ ଏକ ମାମଲା ରୁଜୁ ହୋଇଥିଲା । ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ନିଜେ ତଦନ୍ତ ଭାର ନେଇ ତଦନ୍ତ କରୁଥିଲେ । କିନ୍ତୁ କଙ୍ଗାରୁ କୋର୍ଟର ସଭାପତି ଭାଗବତ ଭୁୟାଁ ଫେରାର ଥିବାରୁ ପୋଲିସ ର ହାତ ଖାଲିଥିଲା । କିନ୍ତୁ ଅଭିଯୁକ୍ତ କଙ୍ଗାରୁ କୋର୍ଟ ସଭାପତି ଭାଗବତ ଖତିଆ ଗ୍ରାମ କୁ ଆସିବା ଘଟଣା ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଜ୍ୟୋତି ପ୍ରକାଶ ପଣ୍ଡା ସଦଳ ବଳେ ଗତ ୧୨ ତାରିଖ ରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତ ଭାଗବତ କୁ ଗିରଫ କରିଥିବା ଜଣାପଡିଛି ।

ଘଟଣା ରୁ ପ୍ରକାଶ ଭାଗବତ ଭୁୟାଁ ଦୀର୍ଘ ଦିନ ହେବ ଖତିଆ ଗ୍ରାମ ରେ କଙ୍ଗାରୁ କୋର୍ଟ ଚଲାଇ ଲୋକ ମାନଙ୍କୁ ଆର୍ôଥକ , ମାନସିକ ନିର୍ଯ୍ୟାତନା ଦେବା ସହ ଅପମାନିତ କରି ଆସି ଗାଁ ର କୋଠ ସମ୍ପତି ବଢାଇ ଚାଲିଥିଲେ । ଆତ୍ମହତ୍ୟା କରିଥିବା ଯୁବକ ମନୋଜ ଜଣେ ଦୃଘଟଣା ଗ୍ରସ୍ତ ବ୍ୟକ୍ତି ଙ୍କୁ ଦର୍ପନାରାୟଣପୁର ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇ ଯାଇଥିଲେ  । ସେଠାରେ ଡାକ୍ତର ଅନୁପସ୍ଥିତ ଥିବାରୁ ଗାଳି ଗୁଲଜ କରିଥିଲେ । ପରେ ଏହି ଘଟଣା ଆୟୁଷ ଡାକ୍ତର କଙ୍ଗାରୁ କୋର୍ଟର ସଭାପତି ଭାଗବତ ଙ୍କୁ ଜଣାଇଥିଲେ । ତେଣୁ ମନୋଜ ବେହେରା ଡାକ୍ତର ଙ୍କୁ ଫୋନ୍ ଯୋଗେ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ କଙ୍ଗାରୁ କୋର୍ଟ ସଭାପତି କଙ୍ଗାରୁ କୋର୍ଟ ବସାଇ ମନୋଜ ଙ୍କୁ ୮ ହଜାର ୫୧ ଟଙ୍କା  ଜୋରିମାନା କରିଥିଲେ । ପର ଦିନ ସକାଳୁ ଗ୍ରାମବାସୀ ଙ୍କ ସମ୍ମୁଖ ରେ ଡାକ୍ତର ଙ୍କୁ ପାଦ ଧରି ଭୁଲ ମାଗିବା ପାଇଁ ନିର୍ଦେଶ ଦେଇଥିଲେ । ଏଥିରେ ନିର୍ଯ୍ୟାଚିତ ଅପମାନିତ ହୋଇ ମନୋଜ ଗଛ ରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ । ଗିରଫ ଅଭିଯୁକ୍ତ ଭାଗବତ ଭୁୟାଁ କୁ  କୋର୍ଟ ଚାଲାଣ କରିବା ପରେ ଜାମିନ୍ ନା ମଞ୍ଜୁର ହେବାରୁ ରଣପୁର ଜେଲ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.