Home ଓଡ଼ିଶା ଲକ ଡାଉନ ସମୟରେ ୩୦ଜଣ ରୋଗୀଙ୍କୁ ଜୟ ମାଲକାନଗିରି ଗୃପର ଯୁବଗୋଷ୍ଟି ରକ୍ତଦାନ କରି ମାନବିକାତା...

ଲକ ଡାଉନ ସମୟରେ ୩୦ଜଣ ରୋଗୀଙ୍କୁ ଜୟ ମାଲକାନଗିରି ଗୃପର ଯୁବଗୋଷ୍ଟି ରକ୍ତଦାନ କରି ମାନବିକାତା ର ପରିଚୟ ଦେଲେ

248

ମାଲକାନଗିରି,୬ା୪ (ଓଡିଆ ପୁଅ ) ସମଗ୍ର ଦେଶରେ କରୋନା ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍‌ିତି ସୃଷ୍ଟି ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରେ ଦେଖା ଦେଇଛି ରକ୍ତର ଅଭାବ । ମାସକୁ ପ୍ରାୟ ୨୦୦ରୁ ଉର୍ଦ୍ଦ ୟୁନିଟ ରକ୍ତର ଆବଶ୍ୟକତା ପଡୁଥିବା ବେଳେ ପ୍ରାୟ ପ୍ରତି ଦିନ ଗଛିତ ରହୁଛି ମାତ୍ର ୩୦ରୁ ୪୦ ୟୁନିଟ ରକ୍ତ । ମାଲକାନଗିରି ଜିଲ୍ଲାରକ୍ତଭଣ୍ଡାର ରେ ଗତ କିଛି ଦିନ ହେଲା ଆବଶ୍ୟକିୟ ପରିମାଣର ରକ୍ତ ଗଛିତ ନଥିବାରୁ ରୋଗୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି, ସେହି ଅସୁବିଧାକୁ ପୁରଣ କରିବାକୁ ଆଗେଇ ଆସିଛନ୍ତି ଜୟ ମାଲକାନଗିରି ଗୃପର ଯୁବ ଗୋଷ୍ଟି ,ଲକ ଡାଉନ ସମୟରେ ୩୦ଜଣ ରୋଗୀଙ୍କୁ ରକ୍ତଦାନ କରି ମାନବିକତାର ପରିଚୟ ଦେଇ ଛନ୍ତି ଏହି ଯୁବଗୋଷ୍ଠି । ଆଜି ଜିଲ୍ଲାହସପିଟାଲରେ ସୁକୁମା ଜିଲ୍ଲାର ଜଣେ ଆଦିବାସୀ ଗର୍ଭବତୀ ମହିଳା କାଟାମ କରାମୀ,ମାଲକାନଗିରି ଲାଠିଆଗୁଡା ଗ୍ରାମର ଜଣେ ସିକିଲ ସେଲ ରୋଗୀ ଲକ୍ଷମ୍ମି ପ୍ରୀୟା ବାରିକ,ମାଲକାନଗିରି ର ଜଣେ ଗର୍ଭବତୀ ମହିଳା ମୋନିକା ହାଂସଦା ଓ ଏମପିଭି୪୫ଗ୍ରାମର ଗର୍ଭବତୀ ମହିଳା ଜୋସ୍ନା ବିଶ୍ୱାସ ଙ୍କୁ ରକ୍ତ ଆବଶ୍ୟକ ପଡିଥିଲା, ହସପିଟାଲରେ ଆବଶ୍ୟକ ପରିମାଣର ରକ୍ତ ନଥିବାରୁ ହସପିଟାଲ ପକ୍ଷରୁ ରକ୍ତ ଦିଆ ଯାଇପାରିନଥିଲା । ସେମାନେ ଗରିବ ରୋଗୀ ହୋଇଥିବାରୁ ସାହା ଭରସା କେହି ନଥିବାରୁ କିଏ ରକ୍ତଦେବ ସେନେଇ ଡାକ୍ତର ମାନେ ଚିନ୍ତିତ ହୋଇପଢିଥିବା ବେଳେ ଖବର ପାଇ ଦେବଦୂତ ପରି ତାଙ୍କ ନିକଟରେ ପହଁଚି ଯାଇଥିଲେ ଜୟ ମାଲକାନଗିରି ଗୃପର ଯୁବ ଗୋଷ୍ଠି, ବସନ୍ତକୁମାର ନାୟକ,ଅଭିଶେକ ଲାକ୍ରା,ଅଜିତ ପଡିଆରୀ,ଦିନେଶ ହାଲଓ୍ୟା ସେମାନେ ସଙ୍ଗେ ସଙ୍ଗେ ଜିଲ୍ଲା ରକ୍ତଭଣ୍ଡାରକୁ ଯାଇ ଏହି ଚାରିଜଣ ଗରିବ ରୋଗୀଙ୍କୁ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ସମୟରେ ଅଭିଶେକ ବାଘ,ହିମାଶୁଂ ନନ୍ଦୀ,ଦିନେଶ ହାଲଓ୍ୟା ରକ୍ତଭଣ୍ଡାରକୁ ଯାଇ ସେମାନଙ୍କୁ ସହ ଯୋଗକରିଥିଲେ । ଠିକ ସେହିପରି ଗତ ଦୁଇଦିନତଳେ ୫ଜଣ ଗରିବ ରୋଗୀଙ୍କୁ ଜୟ ମାଲକାନଗିରି ଗୃପର ଅମିୟକୁମାର ମହାନ୍ତି,ସଙ୍କର ପାଣିଗ୍ରାହୀ,ରଜିଂତକୁମାର,ପବିତ୍ର କୁମାର,ଚନ୍ଦ୍ର ବାବୁ ୫ ୟୁନିଟ ରକ୍ତଦାନ କରିଛନ୍ତି । ଲକ ଡାଉନ ହେବା ଦିନଠାରୁ ରକ୍ତଭଣ୍ଡାରରେ ରକ୍ତର ଅଭାବ ଖବର ପାଇ ଏହି ଗୃପର ଯୁବ ଗୋଷ୍ଟି ଗରିବ ଲୋକମାନଙ୍କୁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଇତି ମଧ୍ୟରେ ୩୦ଜଣ ଗରିବ ରୋଗୀଙ୍କୁ ଏହି ଗୃପର ୩୦ଜଣ ଯୁବକ ରକ୍ତଦାନ କରି ଜୀବନ ବଚାଂଇଥିବାରୁ ହସପିଟାଲ କର୍ତୁପକ୍ଷ ଓ ଜିଲ୍ଲାବାସୀ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଆଜି ରକ୍ତଭଣ୍ଡାରରେ ଓ ପଜେଟିଭ୍ ୨୯ ୟୁନିଟ ରକ୍ତ, ଏ ପଜେଟିଭ୍ ୫ୟୁନିଟ,,ବି ପଜେଟିଭ୍ ୧ୟୁନିଟ, ଏ ବି ପଜେଟିଭ୍ ୪, ରକ୍ତ ଗଛିତ ଥିବାବେଳେ ଓ ନେଗେଟିଭ୍‌, ଏ ନେଗେଟିଭ୍ , ବି ନେଗେଟିଭ୍ ,,ଏ ବି ନେଗେଟିଭ୍ ରକ୍ତ ଗଛିତ ନଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲା ହସପିଟାଲରେ ପ୍ରତି ମାସରେ ୨୦୦ରୁ ଉର୍ଦ୍ଦ ୟୁନିଟ ରକ୍ତ ରୋଗୀଙ୍କ ପାଇଁ ଆବଶ୍ୟକ ପଡୁଥିବା ବେଳେ ଗତ କିଛି ଦିନହେଲା ମାତ୍ର ୩୦ରୁ ୪୦ ୟୁନିଟ ରକ୍ତ ଗଛିତ ରହୁଥିବାର ଜଣାପଡିଛି । ଜିଲ୍ଲାରେ ରକ୍ତ କିଣିବାପାଇଁ ଅନ୍ୟ ବ୍ୟବସ୍ଥା ନଥିବାରୁ ଗରିବ ରୋଗିମାନେ ଡାକ୍ତର ଖାନାରୁ ରକ୍ତ ପାଇ ପାରୁନାହାଁନ୍ତି । ଥାଲେସେମିୟା,ପ୍ରସୂତୀ ମହିଳା,ଦୁର୍ଘଟଣାଗସ୍ତ ଓ ଅନ୍ୟାନ ଗୁରୁତର ରୋଗୀ ମାନଙ୍କୁ ରକ୍ତ ଦେବାର ଜରୁରୀ ହୋଇପଡି ଥିଲେ ମଧ୍ୟ ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗିରହିଛି । ଏହି ଅଭାବ କିଛି ମାତ୍ରାରେ ଜୟ ମାଲକାନଗିରି ଗୃପର ଯୁବକ ରବି ରାଜେଶ,ବସନ୍ତ ନାୟକ,ଲକ୍ଷମ୍‌ି କାନ୍ତ ପୁଜାରୀ,ଅନୁପ ସୁନାନୀ,ରାମକୃଷ୍ଣ ପ୍ରମୁଖ ଯୁବଗୋଷ୍ଠି ଅନ୍ୟ ଯୁବକ ମାନଙ୍କୁ ମୋଟିଭେଟ କରି ରକ୍ତଦାନ କରୁଥିବାରୁ ଏନେକ ଗରିବ ରୋଗୀଙ୍କ ଜୀବନ ବଚିଂଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.