Home ଓଡ଼ିଶା ଲକ ଡାଉନ ସମୟରେ ମଦ ଦୋକାନରୁ ମଦ ଚୋରୀ,ଜଣେ ଥାନାରେ ଅଟକ

ଲକ ଡାଉନ ସମୟରେ ମଦ ଦୋକାନରୁ ମଦ ଚୋରୀ,ଜଣେ ଥାନାରେ ଅଟକ

287

ମାଲକାନଗିରି,୧୫ । ୪(ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ଭୟରେ ଆତଙ୍କିତ ହୋଇପଡୁଥିବା ବେଳେ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇ ସମସ୍ତ ଦୋକାନବଜାର ବନ୍ଦକରାଯାଇଛି,ଏ ପରିକି ମଦ ବାର ଓ ମଦ ଦୋକାନଗୁଡିକ ମଧ୍ୟବନ୍ଦ କରାଯାଇଛି,ଏହି ସୁଯୋଗରେ ଏକ ମଦ ଦୋକାନରୁ ଜଣେ ଦୁବୃତ ମଦ ଚୋରୀକରି ଥିବାର ମାଲକାନଗିରି ଥାନାରେ ଅଭିଯୋଗ ହୋଇଛି ,ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଟେକବାଡି ସାହିରେ ଥିବା ସରକାରୀ ମଦଦୋକାନର କବାଟ ଭାଙ୍ଗି ଦୋକନରୁ ୬କାର୍ଟୁନ ବେଦେଶୀ ମଦ ଚୋରି କରିନେଇଥିବାର ଦୋକାନ ପରିଚାଳକ ସୁଦର୍ଶନ ନାୟକ ଥାନାରେ ଅଭି ଯୋଗ କରିଛନ୍ତି । ଅଭି ଯୋଗ ପାଇବାପରେ ଥାନାଅଧିକାରୀ ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରି ଟେକବାଡି ସାହିର ଜଣେ ବ୍ୟକ୍ତିଙ୍କୁ ମଦ ଚୋରୀକରିବା ସନ୍ଦେହରେ ଥାନାରେ ଅଟକ ରଖି ପୁଲିସ ପଚାରାଉଚରା ଚଳାଇଛନ୍ତି । ସାଧାରଣତ ମଦ ଚୋରା ବେପାର କରୁଥିବାର ଥାନା ରେ ଅଭିଯୋଗ ହୋଇଥାଏ,ଲକଡାଉନ ପାଇଁ ସବୁ ମଦ ଦୋକାନ ବନ୍ଦ କରାଯାଇଥିବାରୁ ପ୍ରଥମ ଥରକରି ମଦଦୋକାନରୁ କେବଳ ମଦ ଚୋରୀ ହେବା ଓ ଥାନାରେ ଏତଲା ଦେବା ଘଟଣା ଜନସାଧରଣରେ କୌତୁହଳ ସୃଷ୍ଟିକରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.