Home ଓଡ଼ିଶା ଲକ ଡାଉନ ସମୟରେ ଆଦିବାସୀ ଗ୍ରାମରେ ରକ୍ତଦାନ ଶିବିର,୭୨ୟୁନିଟ ରକ୍ତ ସଂଗ୍ରହ

ଲକ ଡାଉନ ସମୟରେ ଆଦିବାସୀ ଗ୍ରାମରେ ରକ୍ତଦାନ ଶିବିର,୭୨ୟୁନିଟ ରକ୍ତ ସଂଗ୍ରହ

676

ମାଲକାନଗିରି,୨ା୫(ଓଡିଆ ପୁଅ ) ସମଗ୍ର ଦେଶରେ କରୋନା ମହାମାରୀ ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍‌ିତି ସୃଷ୍ଟି ହୋଇଥିବା ବେଳେ ଗତ ୫ଦିନରେ ତିନୋଟି ଆଦିବାସୀ ଗ୍ରାମରେ ମାଗଣା ରକ୍ତଦିନ ଶିବିର ଆୟୋଜନ କରି ୭୨ଯୁନିଟ ରକ୍ତସଂଗ୍ରହ କରି ମାନବିକତାର ପରିଚୟ ଦେଇଛନ୍ତି ଜୟ ମାଲକାନଗିରି ଗୃପର ଯୁବ ଗୋଷ୍ଠି । ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାର ରେ ଗତ କିଛି ଦିନ ହେଲା ଆବଶ୍ୟକିୟ ପରିମାଣର ରକ୍ତ ଗଛିତ ନଥିବାରୁ ରୋଗୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି, ସେହି ଅସୁବିଧାକୁ ପୁରଣ କରିବାକୁ ଆଗେଇ ଆସିଛନ୍ତି ଜୟ ମାଲକାନଗିରି ଗୃପର ଯୁବ ଗୋଷ୍ଟି ,ଗତ କାଲି ପବିତ୍ର ଶ୍ରମିକ ଦିବସ ଅବସରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକସ୍ଥ ମେକାପଚାଂୟତ କାଳିଆଗୁଡା ଆଦିବାସୀ ଗ୍ରାମରେ ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍‌ମିପ୍ରୀୟା ନାୟକଙ୍କ ସହଯୋଗରେ ଜୟ ମାଲକାନଗିରି ଗୃପ ପକ୍ଷରୁ ପ୍ରଥମଥର କରି ମାଗଣା ରକ୍ତଦାନ ଶିବିରର ଆୟୋଜିନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ସାମାଜିକ ଦୂରତା ରକ୍ଷାକରି ମୁହଁରେ ମାସ୍କ ଲଗାଇ ଗ୍ରାମର ସ୍ୱେଚ୍ଛାସେବୀ ଓ ଆଦିବାସୀ ଯୁବକ ମାନେ ସ୍ୱଇଚ୍ଛାରେ ୩୦ ୟୁନିଟ ରକ୍ତଦାନ କରିଛନ୍ତି । ରକ୍ତଦାନ ପୁବ ର୍ରୁ ଗ୍ରାମରେ କରୋନା ସଂପର୍କରେ ଏକ ଜନସଚେତନତା କାର୍ଯ୍ୟକ୍ରମ ହୋଇଥିଲା, ଲକଡାଉନ ନିୟମ ମାନିବା ସାମାଜିକ ଦୂରତା ରକ୍ଷାକରିବା , ମୁହଁରେ ମାସ୍କଲଗାଇବା,ଭଲଭାବରେ ସାବୁନରେ ହାତ ଧୋଇବା, ସାନିଟାଇଜ ହେବା ଓ କେହି ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଥିଲା, ଏହି ଅବସର ରେ ଗ୍ରାମବାସୀଙ୍କୁ ହ୍ୟାଣ୍ଡଓ୍ୟାସ,ମାସ୍କ ବଟଂନ କରା ଯାଇଥିଲା । ଏହି ଶିବିରରେ ମୁଖ୍ୟଅତିଥି ଭାବେ ମାଥିଲି ପଚାଂୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷମ୍‌ୀପ୍ରୀୟା ନାୟକ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହ ଗ୍ରାମବାସୀ ମାନଙ୍କୁ କରୋନା ସଂପର୍କରେ ଜନସଚେତନତା ର ବାର୍ତାଦେଇ ରକ୍ତଦାତାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଅନ୍ୟାନ ମାନଙ୍କ ମଧ୍ୟରେ ମେଡିକାଲ ଅଫିସର ଡା ଅମିୟକୁମାର ସ୍ୱାଇଁ,ସହଦେବ ନାୟକ,ଜୟନ୍ତ ବେହେରା ଯୋଗଦେଇ ଥିବା ବେଳେ ଜୟ ମାଲକାନଗିରି ଗୃପର ରବି ରାଜେଶ,ବସନ୍ତକୁମାର ନାୟକ,ସଦାଶିବ ନାୟକ,ଲକ୍ଷମ୍‌ି କାନ୍ତ ପୁଜାରୀ,ହିମାଶୁଂସେଖର ନନ୍ଦୀ,ମାନସ ବେହେରା,ମହେଶକୁମାର ବାକା,ଟି.ସୁତ୍ୟାଲା ରାଓ,ଅଶୋକ ତିଓ୍ୟାରୀ,ଅନୁପ ସୁନାନୀ ପ୍ରମୁଖ ଯୁବଗୋଷ୍ଠି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଜୟ ମାଲକାନଗିରି ଗୃପ ର ଯୁବଗୋଷ୍ଠି ଅନ୍ୟ ଯୁବକ ମାନଙ୍କୁ ମୋଟିଭେଟ କରି ଲକ ଡାଉନ ସମୟରେ ରକ୍ତସଂଗ୍ରହ କରି ରକ୍ତଭାଣ୍ଡାରକୁ ଦେଇଥିବାରୁ ଏନେକ ଗରିବ ରୋଗୀଙ୍କ ଜୀବନ ବଚିଂଯାଇଛି । ଲକ ଡାଉନ ହେବା ଦିନଠାରୁ ରକ୍ତଭଣ୍ଡାରରେ ରକ୍ତର ଅଭାବ ଖବର ପାଇ ଏହି ଗୃପର ଯୁବ ଗୋଷ୍ଟି ଗରିବ ଲୋକମାନଙ୍କୁ ସ୍ୱେଚ୍ଛାକୃତ ଭାବେ ଇତି ମଧ୍ୟରେ ପ୍ରାୟ ୨୦୦ୟୁନିଟ ରକ୍ତସଂଗ୍ରହ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.