Home ଓଡ଼ିଶା ଲକ ଡାଉନ ପାଇଁ ଘର ଘର ବୁଲି ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲବହି ବାଟିଂଲେ

ଲକ ଡାଉନ ପାଇଁ ଘର ଘର ବୁଲି ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲବହି ବାଟିଂଲେ

888

ମାଲକାନଗିରି,୨୮ା୪ (ଓଡିଆ ପୁଅ ) କରୋନା ମହାମାରି କୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଲକ ଡାଉନ ଘୋଷଣା କରାଯାଇଥିବାରୁ ସମସ୍ତ ସ୍କୁଲ ଗୁଡିକ ବନ୍ଦରହିଛି,ଏହାର ପ୍ରଭାବ ସିଧାସଳଖ ଭାବେ ଛାତ୍ର ଛାତ୍ରୀ ମାନଙ୍କ ଉପରେ ପଡିଥିବାରୁ ସେମାନେ କିପରି ଘରେ ରହି ଠିକ ଭାବେ ପାଠ ପଢିପାରିବେ ସେଥି ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଘର ଘର ବୁଲି ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ ବାଟିଂବା ଆରମ୍ଭ କରିଦେଇଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପ୍ରାୟ୧୫ଶହରୁ ଉର୍ଦ୍ଦ ପ୍ରାଥମିକ ଓ ଉଚ୍ଚପ୍ରଥାମିକ ବିଦ୍ୟାଳୟ ରହିଛି, ଏହି ସବୁ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ନିକଟରେ କିପରି ସ୍କୁଲ ବହି ଠିକ ଭାବେ ପହଁଚିବ ସେନେଇ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷାଅଧିକାରୀ ରମେଶ ଚନ୍ଦ୍ର ସେଠୀଙ୍କ ପ୍ରତ୍ୟେକ୍ଷ ତ୍ୱତାବଧାନ ରେ ବ୍ଲକଶିକ୍ଷା ଅଧିକାରୀ, ସିଆରସିସି ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଘର ଘର ବୁଲି ଛାତ୍ର ଛାତ୍ରୀ ଓ ଅବିଭାବକ ମାନଙ୍କୁ ପୁସ୍ତକ ବାଟୁଂଛନ୍ତି । ମାଲକାନଗିରି, କୋରକୁଣ୍ଡା, କାଲିମେଳା, ପଡିଆ,ମାଥିଲି, ଚିତ୍ରକୋଣ୍ଡା,ଖଇରପୁଟ ସାତଟି ଯାକ ବ୍ଲକ ଓ ପୌରପରିଷଦ,ଏନଏସି ଏବଂ ୧୧୧ଟି ପଚାଂୟତ ରେ ଥିବା ବିଦ୍ୟାଳୟ ଓ ଗ୍ରାମଗୁଡିକରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପହଁଚି ସେମାନେ ମୁହଁରେ ମାସ୍କ ଲଗାଇ ସାନିଟାଇଜ ହୋଇ ସାମଜିକ ଦୂରତା ରକ୍ଷାକରି ଅଭିଭାକ ଓ ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ ବାଟିଂବା ଆରମ୍ଭ କରିଦେଇଛନ୍ତି । ଇତି ମଧ୍ୟରେ ଜିଲ୍ଲାରେ ପ୍ରାୟ୭୦ପ୍ରତିଶତ ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ ବଟାଂସରିଛି ବୋଲି ଜିଲ୍ଲାଶିକ୍ଷା ଅଧିକାରୀ ଶ୍ରୀ ସେଠୀ କହିଛନ୍ତି ।

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.