Home ଓଡ଼ିଶା ଲକ ଡାଉନ ନିୟମ ଉଲଘଂନ କରିଥିବା ଅଭିଯୋଗରେ ୨ ଗିରଫ,୫୦ ବାଇକ ଜବତ

ଲକ ଡାଉନ ନିୟମ ଉଲଘଂନ କରିଥିବା ଅଭିଯୋଗରେ ୨ ଗିରଫ,୫୦ ବାଇକ ଜବତ

720

ମାଲକାନଗିରି,୧୩ା୪(ଓଡିଆ ପୁଅ ) କୋଭିଡ-୧୯ କଟକଣାକୁ ନେଇ କିଛି ଅମାନିଆ ମାନୁ ନାହାନ୍ତି,ଲକ ଡାଉନ ସମୟରେ ଘରୁ ନବାହାରିବାକୁ ବାରମ୍ବାର ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଘୋଷଣା କରା ଯିବା ସହ ଲୋକମାନଙ୍କୁ ସଚେତନ କରାଯାଉଥିବା ବେଳେ କିଛି ନା କିଛି ବାହାନା କରି ମାଲକାନଗିରି ଜିଲ୍ଲାରେ କିଛି ଅମାନିଆ ଲୋକ ବାଇକ ଧରି ବୁଲି ରାସ୍ତାଘାଟରେ ଅଯଥା ଭିଡଜମାଉଛନ୍ତି । ଆଜି ଏଭଳି ୫୦ଜଣ ଅମାନିଆଙ୍କ ଗାଡିକୁ ପୁଲିସ ଜବତ କରିଥାନାକୁ ନେଇ ଯାଇଛନ୍ତି । ଠିକ ସେହିପରି ରାସ୍ତାଘାଟ ସାହିଗଳିରେ ମାଂସ ବିକ୍ରୀକୁ ନିଷେଧ କରାଯାଇଥିବା ବେଳେ ଆଜି ଦୁଇଜଣ ବ୍ୟକ୍ତି ସାହି ରାସ୍ତାରେ ଗହଳିକରି ମାଂସ ବିକ୍ରୀକରୁଥିବା ଅଭିଯୋଗରେ ମାଲକାନଗିରି ଥାନ ପୁଲିସ ଜଣେ ଛେଳି ମାଂସ ବେପାରୀ ଓ ଅନ୍ୟ ଜଣେ କୁକୁଡା ମାଂସ ବେପାରିଙ୍କୁ ଗିରଫ କରିଛନ୍ତି । ରିକ୍ଲାମେଶନ କଲୋନିର ଛେଳି ମାଂସ ବେପାରି ପ୍ରଶାନ୍ତକୁମାର ନାୟକ,ଏମଭି୪୨ ଗ୍ରାମର କୁକୁଡା ମାଂସ ବେପାରି ଜୟଦେବ ମଣ୍ଡଳଙ୍କୁ ପୁଲିସ ଗିରଫ କରିଛନ୍ତି । ଲକ ଡାଉନ ସମୟରେ କେହି ବାହାରକୁ ବାହାରନ୍ତୁ ନାହିଁ ,ପନି ପରିବା ସଉଦା ଓ ଅତ୍ୟାବଶ୍ୟକିୟ ସାମଗ୍ରୀ କ୍ରୟ କରିବାକୁ ଗଲେ ଚାଲି ଚାଲି ଯାଅନ୍ତୁ,ଗାଡି କିମ୍ବା ବାଇକ ନେଇ ଅଯଥା ଦୋକାନ ଆଗରେ ଗହଳି କରନ୍ତୁ ନାହିଁ । ଲକ ଡାଉନ ନିୟମ ମାନି ସାମାଜିକ ଦୂରତା ରକ୍ଷାକରନ୍ତୁ କରୋନା ସଂକ୍ରମଣରୁ ଦୂରେଇ ରୁହନ୍ତୁ ବୋଲି ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଡାକବାଜି ଯନ୍ତ୍ର ଯୋଗେ ସହରରେ ପ୍ରଚାର ସହ ଜନ ସଚେତନତା ଆରମ୍ଭ କରିଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.