Home ଓଡ଼ିଶା ଲକ ଡାଉନ ନିୟମକୁ ମାନି ଘରୁ ବାହରନ୍ତୁ ନାହିଁ,କରୋନାର ଯୁଦ୍ଧା ମାନଙ୍କୁ ସହଯୋଗ କରନ୍ତୁ ,ଭୋକରେ...

ଲକ ଡାଉନ ନିୟମକୁ ମାନି ଘରୁ ବାହରନ୍ତୁ ନାହିଁ,କରୋନାର ଯୁଦ୍ଧା ମାନଙ୍କୁ ସହଯୋଗ କରନ୍ତୁ ,ଭୋକରେ କାହାରିକୁ ରହିବାକୁ ଦିଆ ଯିବ ନାହିଁ

227

ମାଲକାନଗିରି,୩୧ା୩(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ଭୂତାଣୁ ଆତଙ୍କଖେଳାଇ ଦେଇଥିବାରୁ ଏହାର ସଂକ୍ରମଣରୁ ରକ୍ଷାପାଇବା ପାଇଁ ତାଲା ବନ୍ଦ ଘୋଷଣା କରାଯାଇଛି । ଲକ ଡାଉନର ନିୟମକୁ ମାନି କେହି ଘରୁ ବାହାରକୁ ବାହାରନ୍ତୁ ନାହିଁ, ଏହି ଭୟାବହ କରୋନା ମହାମାରି ସମୟରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପଚାଂୟତ ଓ ବ୍ଲକସ୍ଥର ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମସ୍ତ ସରାକରୀ କର୍ମଚାରୀ,ସ୍ୱେଚ୍ଛାସେବୀ ମାନେ ନିଜ ଘରସଂସାର ପିଲାଛୁଆ ଙ୍କୁ ଛାଡି ବିପଦମୟ ପରିସ୍ଥିତିରେ ଗାଁ ଗାଁ ଘର ଘର ବୁଲି ସ୍ୱାସ୍ଥ୍ୟସେବା, ଭତା,ରେସନ ସାମଗ୍ରୀ ସହ ସମସ୍ତ ପ୍ରକାର ସରକାରି ସୁବିଧା ଯୋଗାଇ ଦେଉଛନ୍ତି, ସେମାନେ ହିଁ କରୋନା ମହାମାରିର ପ୍ରକୃତକ ଯୋଦ୍ଧା ,ଜିଲ୍ଲାବାସୀ ଲକ ଡାଉନ ସମୟରେ କେହି ନିଜ ଘରୁ ବାହାରକୁ ନବାହାରି ଘରେ ନିରାପଦରେ ରୁହନ୍ତୁ, ଆପଣ ମାନଙ୍କ ପାଇଁ ରାଜ୍ୟସରକାର,ଜିଲ୍ଲାପ୍ରଶାସନ ଓ ଏହି ଯୋଦ୍ଧା ମାନେ ସଦା ସର୍ବାଦା ସଜାଗ ରହିଛନ୍ତି । କରୋନା ର ପ୍ରକୃତ ଯୋଦ୍ଧା ମାନେ ନିଜ ଜୀବନକୁ ବାଜିଲଗାଇ ଅନ୍ୟମାନଙ୍କୁ ସେବା ଯୋଗାଇ ଦେଉଛନ୍ତି, ସେମାନଙ୍କୁ ସମ୍ମାନ ଜଣାଇ ତାଲା ବନ୍ଦ ର ନିୟମ ମାନନ୍ତୁ, ଲକ ଡାଉନ ସମୟରେ ଜିଲ୍ଲାରେ କାହାରିକୁ ଭୋକରେ ରହିବାକୁ ଦିଆଯିବ ନାହିଁ ,ସେଥିପ୍ରତି ଜିଲ୍ଲାପ୍ରଶାସନ ସଜାଗ ରହିଛି ବୋଲି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଏକ ସ୍ୱତନ୍ତ୍ର ସାକ୍ଷାତ କାରରେ କହିଛନ୍ତି । ଲକ ଡାଉନ ହେବା ଦ୍ୱାରା ମାଲକାନଗିରି ଜିଲ୍ଲାରୁ ବାହାର ରାଜ୍ୟକୁ କାମକରିବାକୁ ଯାଇଥିବା ପ୍ରାୟ ଦୁଇ ହଜାରରୁ ଉର୍ଦ୍ଦ ଶ୍ରମିକ ଘରକୁ ଆସି ନ ପାରି ହାଦ୍ରାବାଦ,ତେଲାଙ୍ଗାନା,ଭଦ୍ରାଚଳମ,ତାମିଲ ନାଡୁ,ବେଙ୍ଗାଲୁର ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । ଠିକ ସେହିପରି ଅନ୍ୟରାଜ୍ୟ ଓ ଅନ୍ୟାନ ଜିଲ୍ଲାରୁ ମାଲକାନଗିରି ଜିଲ୍ଲାକୁ ଆସିଥିବା ଶ୍ରମିକ ମାନେ ମଧ୍ୟ ମାଲକାନଗିରି ଜିଲ୍ଲାରେ ଅଟକି ରହିଛନ୍ତି, ଏହି ଶ୍ରମିକ ମାନଙ୍କ ପାଇଁ ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାରଙ୍କ ପକ୍ଷରୁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି । ସେମାନେ ଏହି ଭୟାବହ ସମୟରେ ନିଜ ଘରକୁ ନଫେରି ଯେଉଁଠାରେ ଯେଉଁ ମାନେ ଅଛନ୍ତି ସେଠାରେ ଲକ ଡାଉନ ସରିବା ପର୍ଯ୍ୟନ୍ତ ନିର୍ଭୟରେ ଅଟକିରହିଥାନ୍ତୁ ,ଗତ ତିନିଦିନ ମଧ୍ୟରେ ମାଲକାନଗିରି ଜିଲ୍ଲାର ସାତଟି ବ୍ଲକର ୧୧୧ଟି ପଚାଂୟତ ରେ ୧୦ହଜାରରୁ ଉର୍ଦ୍ଦ ଦିନମଜୂରିଆ,ନିସହାୟ ଗରିବ ଲୋକ ଓ ଜିଲ୍ଲାରେ ଅଟକି ରହିଥିବା ଶ୍ରମିକ ମାନଙ୍କୁ ରନ୍ଧାଖାଦ୍ୟ ଜିଲ୍ଲାପ୍ରଶାସନ ପକ୍ଷରୁ ମହିଳା ସ୍ୱୟଂସହାୟକ ଗୋଷ୍ଠି ମାନଙ୍କ ମାଧ୍ୟମରେ ଯୋଗାଇ ଦିଆଯାଉଛି । ଏହି ରନ୍ଧାଖାଦ୍ୟ ଯୋଗାଣ ଲକ ଡାଉନ ସରିବା ପର୍ଯ୍ୟନ୍ତ ଚାଲୁରହିବ ,ଜିଲ୍ଲାର ସ୍କୁଲ କଲେଜ,ଛାତ୍ରବାସ ଗୁଡିକ ଛୁଟି ହୋଇ ଯାଇଥିବାରୁ ଘରକୁ ପଳାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅଗ୍ରୀମ ୩ମାସର ଛାତ୍ର ବୃତି ଟଙ୍କା ଓ ମଧ୍ୟାହ୍ନ ଭୋଜନ ବଦଳରେ ଚାଉଳ ଦେବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ଥିବା ପ୍ରାଥମିକ ବିଦ୍ୟାଳୟର ୫୮ହଜାର୮୩୬ ଛାତ୍ର ଛାତ୍ରୀଙ୍କୁ ୯କେଜି ଲେଖା ଚାଉଳ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୨୨ହଜାର୨୧୪ଜଣ ଛାତ୍ର ଛାତ୍ରୀଙ୍କୁ ୧୩କେଜି୫୦୦ଗ୍ରାମଲେଖା ଚାଉଳ ତିନିମାସ ପାଇଁ ପ୍ରଦାନ କରାଯାଇଛି, ମଙ୍ଗଳ ବିଭାଗର ସେବାଆଶ୍ରମ,ଆଶ୍ରମ,ଏସଏସଡି ହାଇସ୍କୁଲରେ ପଢୁଥିବା ପ୍ରାୟ ୩୭ହାଜାର୯୦୦ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଅଗ୍ରୀମ ୩ମାସର ୮କୋଟି୫୦ଲକ୍ଷ ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନକରାଯାଇଛି ,ବାହାର ରାଜ୍ୟରୁ ଆସୁଥିବା କରୋନା ସନ୍ଦିଗ୍ଧ ଙ୍କୁ ଆୟୁସୁଲେସନ ରେ ୧୪ଦିନ ପର୍ଯ୍ୟନ୍ତ ରଖିବା ପାଇଁ ଜିଲ୍ଲାର ୧୫୦ଟି ସ୍ଥାନରେ ସଂଗରୋଧ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇ ୭୩୪୩ ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି । ବିଶେଷ କରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ଓ ଦୁର୍ଗମ ବଣ୍ଡାଘାଟିରେ ମଧ୍ୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଛି, ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୧୫୦ଜଣ ପ୍ରଶାସନିକ ଅଧିକାରୀ ଓ ପ୍ରାୟ୬୦୦ଜଣ ସରକାରୀ କର୍ମଚାରୀ ମାନଙ୍କୁ ମୁତୟନ କରାଯାଇଛି । ତାଲା ବନ୍ଦ ସମୟରେ କୌଣସି ସ୍ଥାନରେ ଜନଗହଳି ନ ହେବା ପାଇଁ ବୃଦ୍ଧା, ବୃଦ୍ଧ,ବିଧବା, ଭିନ୍ନକ୍ଷମ ମାନଙ୍କୁ ପଚାଂୟତ କାର୍ଯ୍ୟାଳୟ ରେ ମାସିକ ଭତା ଦେବା ବଦଳରେ ଗାଁ ଗାଁ ଓ ଘର ଘର ବୁଲି ସେମାନଙ୍କୁ ଏକା ସଙ୍ଗେ ୪ମାସର ଭତାପ୍ରଦାନ କରାଯାଇଛି,ଇନ୍ଦିରାଗାନ୍ଧୀ ବାର୍ଦ୍ଦକ୍ୟଭତା,ଇନ୍ଦିରା ଗାନ୍ଧୀ ବିଧବାଭତା,ଇନ୍ଦିରା ଗାନ୍ଧୀ ଭିନ୍ନକ୍ଷମ ଭତା,ମଧୂବାବୁ ପେନସେନ ଯୋଜନା ର ହିତାଧିକାରୀଙ୍କୁ ଏପ୍ରୀଲ ,ମଇ,ଜୁନ, ଜୁଲାଇ ୪ମାସପାଇଁ ମୋଟ ୮୩ହଜାର୧୩୧ଜଣ ହିତାଧିକାରୀଙ୍କୁ ପ୍ରାୟ ୧୬କୋଟି ଟଙ୍କା ଭତା ବଟଂନ କରାଯାଇଛି,ଲକ ଡାଉନ ସମୟରେ କେହି ଯେମିତି ଅସୁବିଧାରେ ନ ପଡିବେ ସେଥିପ୍ରତି ଜିଲ୍ଲାପ୍ରଶାସନ ସଜାଗ ରହିଛି,କରୋନା ମହାମାରୀ କୁ ନ ଡରି ଲକ ଡାଉନ ନିୟମ ପାଳନକରି ଜିଲ୍ଲାବାସୀ ସତର୍କ ରହି ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ସୁଚନା ଦେଇଛନ୍ତି । ଲକ ଡାଉନ ନିୟମ ମାନି କେହି ଘରୁ ବାହାରକୁ ନ ବାହାରିବା ଓ କୌଣସି ସ୍ଥାନରେ ଜନଗହଳି ନକରି ଏକ ମିଟର ସାମଜିକ ଦୂରତା ରକ୍ଷାକରିବା, ଭଲଭାବରେ ହ୍ୟାଣ୍ଡ ଓ୍ୟାସ,ସାବୁନରେ ହାତ ଧୋଇବା, କଥା ହେଲା ବେଳେ ପ୍ରାୟ ଏକ ମିଟିର ଦୂରତା ଅବଲମ୍ବନ କରିବା ,ସଚେତନତା ହିଁ ପ୍ରତିକାର, କରୋନା ର ଗୁଜବ ପ୍ରତି ଆତଙ୍କିତ ନହୋଇ ନ ଡରି ପ୍ରସ୍ତୁତ ରୁହନ୍ତୁ, ନିଜକୁ ଓ ଅନ୍ୟମାନଙ୍କୁ କରୋନା ଭୂତାଣୁ ସଂକ୍ରମଣଠାରୁ ସୁରକ୍ଷିତ ରଖନ୍ତୁ,କୌଣସି ବ୍ୟକ୍ତି ଥଣ୍ଡା ଜ୍ୱର କାଶ,ସର୍ଦ୍ଦି ରେ ଆକ୍ରାନ୍ତ ହେଲେ ତୁରନ୍ତ ହସପିଟାଲକୁ ନେଇ ତାଙ୍କୁ ଚିକିତ୍ସା କରାନ୍ତୁ ଓ ଗୃହ ପୃଥକୀକରଣରେ ରଖନ୍ତୁ । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ନାମପଜିଂକରଣ କରାନ୍ତୁ,ବାହରକୁ ଗଲେ ମୁହଁରେ ମାସ୍କ ଲଗାନ୍ତୁ,କରମର୍ଦ୍ଦନ ନକରି ନମସ୍କାର ହୁଅନ୍ତୁ,ବାହାରକୁ ଗଲେ ରୁମାଲ, ଟିସୁପେପର ବ୍ୟବହାର କରି ସାନିଟାଇଜ ବା ଜୀବାଣୁ ନିଷୋଧକ ବ୍ୟବହାର କରି ବାରମ୍ବାର ହାତ ଧୁଅନ୍ତୁ, ହାଟ ଦୋକାନ ବଜାରରେ ଅଯଥାରେ ଗହଳି ନ କରି କରୋନା ସଂକ୍ରମଣ ଠାରୁ ଦୂରେଇ ରୁହନ୍ତୁ ବୋଲି ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକସ୍ତରୀୟ,ପଚାଂୟତ ସ୍ତରୀୟ ଅଧିକାରୀ ,ପ୍ରଶାସନିକ ଅଧିକାରୀ, ସ୍ୱେଚ୍ଛାସେବୀ, ଲୋକପ୍ରତିନିଧି ମାନେ ବିଭିନ୍ନ ସ୍ଥାନରେ ଜନସଚେତନତାରା ବାର୍ତା ଦେଉଛନ୍ତି ବୋଲି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ କହିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.