Home ଓଡ଼ିଶା ଲକ ଡାଉନ କାହାର ସବ ର୍ନାଶ ତ ଆଉ କାହାର ପୌଷମାସ,ଦୁର୍ନିତି ଅଭିଯୋଗରେ ଯୋଗାଣ ସହାୟକ...

ଲକ ଡାଉନ କାହାର ସବ ର୍ନାଶ ତ ଆଉ କାହାର ପୌଷମାସ,ଦୁର୍ନିତି ଅଭିଯୋଗରେ ଯୋଗାଣ ସହାୟକ ବହିସ୍କୁୃତ

551

ମାଲକାନଗିରି,୧୨ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ରୂପନେଇ ଥିବାରୁ ଲକ ଡାଉନ ଘୋଷଣା କରାଯାଇଛି, ଏହି ଲକ ଡାଉନ ସମୟରେ କାହାର ସବ ର୍ନାଶ ଘଟୁଛିତ ଆଉ କାହାର ପୌଷ ମାସ ପରି ଭଲ ରୋଜଗାରର ବାଟ ଫିଟି ଯାଇଛି । ଏମିତି ଘଟଣା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି । ଭୟାବହ କରୋନା କୁ ମୁକାବିଲା କରିବା ଓ ଲକଡାଉନ ସମୟରେ ଜିଲ୍ଲାବାସୀ ଯେପରି କେହି ଅସୁବିଧାରେ ପଡିବେ ନାହିଁ ସେଥିପ୍ରତି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାସ୍ତରୀୟ,ବ୍ଲକସ୍ତରୀୟ ଓ ପଚାଂୟତ ସ୍ତରୀୟ ଅଧିକାରୀ ସରକାରି କର୍ମାଚାରି,ଡାକ୍ତର,ନର୍ସ, ସ୍ୱାସ୍ଥ୍ୟକର୍ମୀ,ପୁଲିସ କର୍ମଚାରୀ ମାନେ ନିଜ ଜୀବନକୁ ବାଜିଲଗାଇ ଦିନ ରାତି ଲୋକମାନଙ୍କର ସେବା କରି କରୋନାର ପ୍ରକୃତ ଯୋଦ୍ଧା ସାଜିଥିବା ବେଳେ କିଛି ଦୁର୍ନିତି ପୁଣ୍ଣ କର୍ମଚାରୀ ଏହାର ଫାଇଦା ନେଇ ଗରିବ ଲୋକଙ୍କ ଠାରୁ ଅର୍ଥଆଦାୟ କରୁଥିବାର ଅଭି ଯୋଗ ଜିଲ୍ଲାପାଳଙ୍କ ନିକଟରେ ହୋଇଛି । ବିଶେଷ କରି ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଚାଂୟତ ଓ କାଲିମେଳା ବ୍ଲକ ଗୁମୁକା ପଚାଂୟତରେ ଏହି ପରି ଦୁର୍ନିତୀ ଦେଖିବାକୁ ମିଳିଛି । କରୋନା ଲକ ଡାଉନ ସମୟରେ ଲୋକ ଘରୁ ବାହାରକୁ ବାହାରୁ ନଥିବା ବେଳେ ଗରିବ ଖଟିଖିଆ ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଥିବାରୁ ଗରିବ ଲୋକଙ୍କୁ କିଏ ମାଗଣରେ ରନ୍ଧାଖାଦ୍ୟତ ଆଉକିଏ ରାସନ ସାମଗ୍ରୀ ଯୋଗାଇ ଦେଉଥିବା ବେଳେ ଏହି ଦୁଇଟି ପଚାଂୟତର ଯୋଗାଣ ସହାୟକ ଗରିବଙ୍କୁ ପିଡିଏସ ଚାଉଳ ଓ ଭତା ଦେବାବେଳେ ଅର୍ଥ ଆଦାୟ କରିବାସହିତ ଚାଉଳ କମ ଦେଉଥିବାର ଅଭିଯୋଗ ହୋଇଛି । ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଚାଂୟତ କାଲାଗୁଡା ଗ୍ରାମରେ ସାଧାରଣ ବଟଂନରେ ଅନିୟମିତତା ଦେଖାଦେଇଛି, ଗୌଡଗୁଡା ପଚାଂୟତ ଯୋଗଣ ସହାୟକ ହିତାଧିକାରୀ ମାନଙ୍କୁ ଚାଉଳ ଦେଉଥିବା ବେଳେ ଦୂରରେ ଛିଡା ହୋଇ ସାମଜିକ ଦୂରତା ର କ୍ଷାକର ବୋଲି କହି ସେମାନଙ୍କୁ ଦେଉଥିବା ଚାଉଳ ଓଜନରେ ଠକୁଥିବାର ଗ୍ରାମବାସୀ ମାନେ ଜିଲ୍ଲାପରିଷଦ ଙ୍କ ନିକଟରେ ଅଭି ଯୋଗ କରିଥିଲେ । ଜିଲ୍ଲାପରିଷଦ ଦଶରଥପଡିମୀ ସେହି ଗ୍ରାମକୁ ଯାଇ ଚାଉଳ ବଟଂନ ଦେଖିଥିଲେ ଲକଡାଉନ ପାଇଁ ଆଗତୁରା ତିନିମାସର ଚାଉଳ ଓ ଭତାଟଙ୍କା ଦିଆଯାଉଛି,ହିତାଧିକାରୀ ମାନଙ୍କୁ ଏକ କାଳିନ ତିନିମାସର ଚାଉଳ ଓ ଭତା ଟଙ୍କା ମିଳୁଥିବାରୁ ସେମାନଙ୍କ ଚାଉଳ ଓଜନ କରିବାରୁ ପ୍ରତି ହିତା ଧିକାରୀ ମାନଙ୍କ ୫କିଲୋ ଠାରୁ ୧୦ କିଲୋ ପର୍ଯ୍ୟନ୍ତ ଚାଉଳ କମଥିବାର ଦେଖିବାକୁ ମିଳିଥିଲା, ଏ ସଂପର୍କରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ପଡିଆମି ବିଡିଓ,ଯୋଗାଣ ଅଧିକାରୀଙ୍କୁ ଜଣାଇବା ପରେ ଘଟାଣସ୍ଥଳରେ ଯୋଗାଣ ଅଧିକାରୀ,ବିଡିଓ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ଠିକ ସେହିପରି କାଲିମେଳା ବ୍ଲକ ଗୁମୁକା ପଚାଂୟତ ର ତାଟିଗୁଡା, ଭାଲୁଗୁଡା, ରାମଗୁଡା ଗ୍ରାମରେ ଗରିବ ହିତାଧିକାରୀ ମାନଙ୍କୁ ପିଡିଏସ ଚାଉଳ ଓ ଭତାଟଙ୍କା ଦେଲା ବେଳକୁ ଗୁମୁକା ପଚାଂୟତର ଯୋଗାଣ ସହାୟକ ୧୦୦ଟଙ୍କା ଠାରୁ ୩୦୦ଟଙ୍କା ପର୍ଯ୍ୟନ୍ତ ପ୍ରତିହିତା ଅଧିକାରୀ ମାନଙ୍କ ଠାରୁ କାଟି ରଖୁଥିବାର ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ଘଟଣାସ୍ଥଳକୁ କାଲିମେଳା ବିଡିଓ, ତହସିଲଦାର ଯାଇ ତଦନ୍ତ ଆରମ୍ଭ କରି ସଂପୃକ୍ତ ଯୋଗଣ ସହାୟକଙ୍କୁ କାର୍ଯ୍ୟରୁ ବିହିସ୍କୃତ କରିଥିବାର ଜଣାପଡିଛି । ଚାଉଳ ଓ ଭତା ଟଙ୍କା ବଟଂନରେ ଅନିୟମିତତା ହେବା ସହିତ କିଛି ପଚାଂୟତରେ କରୋନା ପାଇଁ ଆବଶ୍ୟକୀୟ ସାମଗ୍ରୀ କ୍ରୟକରିବା ଓ ରନ୍ଧାଖାଦ୍ୟ ଦେବାରେ ମଧ୍ୟ ଅନିୟମିତତା ହେଉଥିବାର ଅଭି ଯୋଗ ଆସିଛି, ଏହି ଲକ ଡାଉନ ସମୟରେ ଜିଲ୍ଲାପ୍ରଶାସନ ଠାରୁ ଆରମ୍ଭ କରି ସରାକରୀ ଅଧିକାରୀ ଲୋକପ୍ରତିନିଧି,ସ୍ୱେଚ୍ଛାସେବୀ ମାନେ ରାତି ଦିନ ଲୋକମାନଙ୍କୁ ସେବା ଯୋଗାଇ ଦେଉଥିବା ବେଳ କେିଛି ଦୁର୍ନିତି ପୁର୍ଣ୍ଣ ସରାକରି କର୍ଗମଚାରୀ ଗରିବ ଲକୋଙ୍କୁ ଶୋଷଣ କରିବାରକୁ ପଛାଉନହାଁନ୍ତି ବୋଲି ଜିଲ୍ଲାପରିଷଦ ଅଧ୍ୟକ୍ଷ ଅଭିଯୋଗ କରି କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.