Home ଅପରାଧ ଲକ୍ ଡାଉନ୍ ନିୟମକୁ ଖୋଲାଖୋଲି ଉଲଂଘନ, ବିଶ୍ଵ ଶ୍ରମିକ ଦିବସରେ ଶହଶହ ଲୋକଙ୍କୁ ନେଇ ବଣଭୋଜି

ଲକ୍ ଡାଉନ୍ ନିୟମକୁ ଖୋଲାଖୋଲି ଉଲଂଘନ, ବିଶ୍ଵ ଶ୍ରମିକ ଦିବସରେ ଶହଶହ ଲୋକଙ୍କୁ ନେଇ ବଣଭୋଜି

349

କେନ୍ଦୁଝର, ତା ୦୨ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ବର୍ତ୍ତମାନ ସାରା ବିଶ୍ବରେ କୋଭିଡ୍ ୧୯ ବା କରୋନା ମହାମାରୀର ଆତଙ୍କ ଚାଲିଥିବା ବେଳେ ସେଥିରୁ ବାଦ ପଡ଼ିନାହିଁ ଆମ ଦେଶ ଓ ଆମ ରାଜ୍ୟ ଓଡ଼ିଶା । ଏହି ମହାମାରୀରୁ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ଲକ୍ ଡାଉନ୍ ସହ ବିଭିନ୍ନ ନିୟମ ଜାରି ରଖିଛନ୍ତି । ତାହାକୁ ନେଇ ଆମ ରାଜ୍ୟ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ଲୋକମାନଙ୍କୁ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁର ବାର୍ତ୍ତା ସହ ଲକ୍ ଡାଉନ୍ ନିୟମକୁ କଡ଼ାକଡ଼ି କରାଇଛନ୍ତି । ସରକାରଙ୍କ ଏହି ନିୟମ ପାଳନ ପାଇଁ ସମସ୍ତ ତହସିଲଦାର ଓ ପୋଲିସର ତତ୍ପରତା ପ୍ରକାଶ ପାଇଛି । ଏହି ନିୟମକୁ ଗତକାଲି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଲେବର ୟୁନିଅନର ସୁଶାନ୍ତ ଖିଲାର ଖୋଲମଖୋଲା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଆଇନ ଶୃଙ୍ଖଳାକୁ ଚ୍ୟାଲେଞ୍ଜ୍ କରି ବିଶ୍ବ ଶ୍ରମିକ ଦିବସରେ ସିଲିଯୋଡାର ଶହଶହ ନିରୀହ ଲୋକଙ୍କୁ ଏକତ୍ରିତ କରାଇ ବଣ ଭୋଜିଭାତର ଆୟୋଜନ କରାଇଥିବା ଜଣାପଡିଛି । ଏହା କ’ଣ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆଢ଼ୁଆଳରେ ନା ପ୍ରଶାସନ ପାଖରେ ଏହାର ଖବର ନାହିଁ, ତାହାକୁ ନେଇ ସାଧାରଣରେ ଉଠୁଛି ବଡ଼ ପ୍ରଶ୍ନ । ଖବର ଅନୁଯାୟୀ ବଳଦା ଗ୍ରାମପଞ୍ଚାୟତ ସିଲିଯୋଡା ଗ୍ରାମର ତୁରବିଲ ପଡିଆ ପାଖରେ ଏହି ବଣ ଭୋଜିର ଆୟୋଜନ କରାଯାଇଥିଲା । ହେଲେ ଏଠାରେ ପ୍ରଶ୍ନ ଉଠୁଛି, ସରକାରଙ୍କ ଏତେ ସଚେତନତା କାର୍ଯ୍ୟକ୍ରମ ସହ ଲକ୍ ଡାଉନ୍ ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରି କାହା ସ୍ବାର୍ଥରେ ଏହି ଭୋଜିର ଆୟୋଜନ କରାଯାଇଥିଲା । ଏହି ନିୟମକୁ ଉଲ୍ଲଂଘନ କରି ନିଜକୁ ଅନ୍ନଦାତାର ପରିଚୟ ଦେଇ ଖୁସି ମନାସୀ ଶହଶହ ଲୋକଙ୍କ ଜୀବନକୁ ବାଜି ଲଗାଇ ବଣ ଭୋଜି କରୁଥିଲେ ନା ଅନ୍ୟ କିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇବା ସହ ସରକାରଙ୍କ ନିୟମକୁ ଉଲ୍ଲଂଘନ କରିଥିବା ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏଅଞ୍ଚଳବାସୀଙ୍କ ଦାବି ।




LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.