Home ଓଡ଼ିଶା ଢେଙ୍କିକୋଟ ଅଞ୍ଚଳରୁ ଉଦ୍ଧାର ହେଲା ଦୁଇ ମୁଣ୍ଡଆ ସାପ

ଢେଙ୍କିକୋଟ ଅଞ୍ଚଳରୁ ଉଦ୍ଧାର ହେଲା ଦୁଇ ମୁଣ୍ଡଆ ସାପ

330

କେନ୍ଦୁଝର, ତା ୦୨ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଠାରେ ଆଜି ସନ୍ଧ୍ୟା ସମୟରେ ଏକ ଦୁଇ ମୁଣ୍ଡିଆ ସାପ ଉଦ୍ଧାର ହୋଇଛି । ଖବର ଅନୁଯାୟୀ ଢେଙ୍କିକୋଟର ଅଜିତ ରାଉଳଙ୍କ ଘରେ ଆଜି ସନ୍ଧ୍ୟାରେ ଏକ ଛୋଟ ଚିତି ସାପ ପଶିଯାଇଥିବା ପରିବାର ଲୋକ ଜାଣିବା ପରେ ଏହି ସାପଟିକୁ କୌଶଳ କ୍ରମେ ଧରିଥିଲେ । ଉକ୍ତ ସାପଟିର ଦୁଇଟି ମୁଣ୍ଡ ଥିବା ଦେଖିବାକୁ ମିଳିଛି । ଦୁଇଟି ମୁଣ୍ଡ ଥିବା ଘଟଣାଟି ଏଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଯାଇଥିଲା । ଦୁଇ ମୁଣ୍ଡିଆ ଶିଶୁ ଚିତି ସାପଟିକୁ ଦେଖିବା ପରେ ଅଜିତ ରାଉଳ ଓ ତାଙ୍କ ବନ୍ଧୁ ଦୀନେଶ ମିଶ୍ର ଏହି ସାପଟିକୁ ସୁରକ୍ଷିତରେ ଏକ ପ୍ଲାଷ୍ଟିକ ଜାର୍ ମଧ୍ୟରେ ରଖିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ବନବିଭାଗକୁ ଖବର ଦିଆଯାଇଛି ବୋଲି ଶ୍ରୀରାଉଳ ସୂଚନା ଦେଇଛନ୍ତି ‌।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.