Home ଓଡ଼ିଶା ସମ୍ପୂର୍ଣ୍ଣ ବନ୍ଦ୍‌ ଘୋଷଣା ; ନିହାତି ଦରକାର ନ ଥିଲେ ବାହାରକୁ ନ ବାହାରିବାକୁ ମୁଖ୍ୟ...

ସମ୍ପୂର୍ଣ୍ଣ ବନ୍ଦ୍‌ ଘୋଷଣା ; ନିହାତି ଦରକାର ନ ଥିଲେ ବାହାରକୁ ନ ବାହାରିବାକୁ ମୁଖ୍ୟ ମନ୍ତ୍ରୀଙ୍କ ପରାମର୍ଶ

701

ଭୁବନେଶ୍ୱର୨୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଆଜି ରାଜ୍ୟ ସରକାର ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ପାଞ୍ଚଟି ଜିଲ୍ଲା ଓ ଆଠଟି ସହରକୁ ଆସନ୍ତା କାଲି ସକାଳ ଠାରୁ ଲକଡାଉନ୍ (ସମ୍ପୂର୍ଣ୍ଣ ବନ୍ଦ୍‌) କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଲକଡାଉନ୍ ଆସନ୍ତା କାଲି ସକାଳ ୭ଟାରୁ ମାର୍ଚ ୨୯ ରବିବାର ରାତି ୯ଟା ଯାଏ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକା । ନିହାତି ଦରକାର ନ ଥିଲେ ବାହାରକୁ ନ ବାହାରିବାକୁ ମୁଖ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତିା ନିୟମ ଉଲ୍ଲଙ୍ଘନକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ମନ୍ତ୍ରୀ ରାଜ୍ୟ ପୋଲିସକୁ ଆଦେଶ ଦେଇଛନ୍ତି  । ପାଞ୍ଚଟି ଜିଲ୍ଲା ହେଉଛି ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୁଳ । ଆଠଟି ସହର ହେଉଛି ଯାଜପୁର ରୋଡ୍‌, ଯାଜପୁର ଟାଉନ, ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ବର ଓ ଭଦ୍ରକ । ପୂର୍ବରୁ ଲାଗୁ ହୋଇଥିବା ଅନ୍ୟାନ୍ୟ କଟକଣା ସହିତ ଏହି ଲକଡାଉନ୍ ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣକୁ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ରାଜଧାନୀ ଭୁବନେଶ୍ୱର ବାଦ୍ ରାଜ୍ୟର ୪୦ ପ୍ରତିଶତ ଅଞ୍ଚଳ ଲକ୍‌ଡାଉନ ହେଉଛି । ଘରୋଇ କମ୍ପାନିର କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଥି ବେଳେ ନିହାତି ଦରକାର ହେଲେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ ବୋଲି କୁହାଯାଇଛି । ଅସ୍ଥାୟୀ ଭାବେ ସେବା ନ ଯୋଗାଇଲେ ବି ଘରୋଇ କମ୍ପାନିର କର୍ମଚାରୀମାନଙ୍କ ଦରମା ବନ୍ଦ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।ଓଡ଼ିଶାରେ ଏ ପର୍ଯ୍ୟନ୍ତ ସେହି ଦୁଇଟି କରୋନା ଭାଇରସ୍ ପଜିଟିଭ୍ ମାମଲାକୁ ଛାଡ଼ି ଆଉ ନୂଆ ମାମଲା ସାମନାକୁ ଆସି ନାହିଁ । ସରକାରଙ୍କ ଦ୍ୱାରା ଜାରୀ ହୋଇଥିବା ସବୁ କଟକଣାକୁ ମାନିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟରେ କରୋନା ଭାଇରସ୍ ରୋକିବା ପାଇଁ ଗଠିତ ସମିତିର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.