Home ଓଡ଼ିଶା ରଣପୁର ଏନ୍‌.ଏ.ସି ରେ ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ ଦୋକାନ ବଜାର ବନ୍ଦ

ରଣପୁର ଏନ୍‌.ଏ.ସି ରେ ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ ଦୋକାନ ବଜାର ବନ୍ଦ

108

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୩-କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଧେଶରେ ବଜାର ଘାଟରୁ ଭିଡ କମାଇବା ଉଦ୍ଧେଶ୍ୟ ନେଇ ସ୍ଥିତି ଦେଖି ନିତି ନିର୍ଦ୍ଧାରଣ କରିଛନ୍ତି ନୟାଗଡ ଜିଲ୍ଲା ପ୍ରଶାସନ । ତେଣୁ ପୋଲିସ୍ ତରଫରୁ ରଣପୁର ବଜାରରେ ଅତ୍ୟାବଶକୀୟ ସାମଗ୍ରୀ ଯଥା ତେଜରାତି ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ,ପରିବା ଦୋକାନ, ମେଡିସିନ୍ ଦୋକାନ ଏବଂ ପେଟ୍ରୋଲ୍ ପମ୍ପ ଖୋଲା ରହିବା ସହ ଅନ୍ୟ ସମସ୍ତ ଦୋକାନ ବନ୍ଦ କରିବା ପାଇଁ ଉଦ୍ୟମ ଚାଲିଛି । ୨୧ ତାରିଖ ସଂଧ୍ୟା ୫ଘଟିକା ସମୟରୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଉଛି ।

ସେହିଭଳି ଭାବରେ ରଣପୁର ଏନ୍‌.ଏ.ସି ତରଫରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ମଧ୍ୟ କରାଯାଉଥିବା ଜଣା ପଡିଛି । ପୋଲିସ୍‌, ଡାକ୍ତରଖାନା, ବ୍ୟାଙ୍କ, ଏନ୍‌.ଏ.ସି ସେବା, ଅଗ୍ନିଶମ ସେବା, ODRAF, ପାନୀୟଜଳ , ବିଦ୍ୟୁତ୍ ସେବା, ATM ସେବା ଆଦି ଜାରି ରହିବା ସଙ୍ଗେ ସଙ୍ଗେ ପ୍ରଶାସନିକ କାର୍ଯ୍ୟାଳୟ ଗୁଡିକ ଖୋଲା ରହିବ । ରଣପୁର ବାସୀଙ୍କ ସ୍ୱାର୍ଥ ପାଇଁ ଏହି କଟକଣା ଜାରି କରାଯାଇଛି । କଟକଣାକୁ ଭାଙ୍ଗିଲେ ତା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.