Home ଓଡ଼ିଶା ଲକ୍ଷ୍ମିପୁର ବୁର୍ଜାଠାରେ ଆନ୍ତ୍ରିକଜ୍ୱର(ଟାଇଫଏଡ) ନିୟନ୍ତ୍ରାଣଧିନ

ଲକ୍ଷ୍ମିପୁର ବୁର୍ଜାଠାରେ ଆନ୍ତ୍ରିକଜ୍ୱର(ଟାଇଫଏଡ) ନିୟନ୍ତ୍ରାଣଧିନ

225

କୋରାପୁଟ ୨୦-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ଲକ୍ଷ୍ମିପୁର ବ୍ଲକ ଅନ୍ତର୍ଗତ ବୁର୍ଜାଗ୍ରାମରେ ଆନ୍ତ୍ରିକଜ୍ୱର(ଟାଇଫଏଡ) ନିୟନ୍ତ୍ରାଣଧିନ ରହିଥିବା କୋରାପୁଟ ସିଡିଏମଓ ଡାକ୍ତର ଦଧିବାମନ ତ୍ରୀପାଠୀ ସୂଚନା ଦେଇଛନ୍ତି। ପ୍ରଥମେ ଏହି ଜ୍ୱରରେ ଗ୍ରାମର ୨୮୦ ଜଣଙ୍କୁ ଜ୍ୱର ହୋଇଥିଲା। ଗତମାସ ୨୦ତାରିଖରେ ଏହି ଜ୍ୱର ଦେଖାଦେଇଥିଲା।ଏହି ଖବର ପାଇବାପରେ ଲକ୍ଷ୍ମିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ଏନ .କେ.କୁଣ୍ଡୁ, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ସୁଶାନ୍ତ ଦାଶ, ଡିଏସଏମଓ ଡାକ୍ତର ସ୍ମୃତିଜୀତ ପଟ୍ଟନାୟକ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢୀ ପ୍ରମୁଖ ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିଥିଲେ।ପାନୀୟ ଜଳ ଦୂଷିତ ହୋଇଥିବାରୁ ରୋଗ ବ୍ୟାପୁଥିବା ଜଣାପଡିବା ପରେ ସ୍ୱାସ୍ଥ୍ୟକର୍ମିମାନେ ପାଣି ଟାଙ୍କିକୁ ବିଶୋଧନ କରିବା ସହ ଅକ୍ରାନ୍ତ ରୋଗୀମାନଙ୍କୁ ମେଡିସିନ ପ୍ରଦାନ କରାଯିବା ସହ ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗକୁ ନଳକୂପ ଓ ପାଇପ ଯୋଗେ ପାନୀୟ ଜଳ ଯୋଗାଣକୁ ଶୁଦ୍ଧ କରିବା ନିମନ୍ତେ ଚିଠି ପ୍ରେରଣ କରାଯାଇଥିଲା ବୋଲି ଡାକ୍ତର ତ୍ରୀପାଠୀ ପ୍ରକାଶ କରିଥିଲେ।ଗତ ୧୫ ତାରିଖରେ ୪୬ ରୋଗୀଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୩୬ ଜଣ ପଜିଟିଭ ଥିବା ଦେଖାଦେଇଥିଲା। ୫ ଜଣଙ୍କୁ ଡେଙ୍ଗୁ ରୋଗ ସନ୍ଦେହରେ ରକ୍ତ ନମୁନା ପରୀକ୍ଷା ନିମନ୍ତେ ମଣିପାଳ ପଠାଯାଇଥିବା ସେ ସୂଚନା ଦେଇଥିଲେ। ଆଶା ଓ ସ୍ୱାସ୍ଥ୍ୟ କର୍ମିମାନେ ଘର ଘରକୁ ଯାଇ ଲୋକେ ମେଡିସିନ ଖାଉଛନ୍ତି କି ନାହିଁ ତାହା ତଦାରଖ କରୁଥିବା ସେ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.