Home Coronavirus Outbreak ଲକ୍ଷେ ଟେଷ୍ଟରେ ପାଖାପାଖି ହଜାରେ ଆକ୍ରାନ୍ତ – ଆକ୍ରାନ୍ତ ହାର ଏକ ପ୍ରତିଶତରୁ କମ୍

ଲକ୍ଷେ ଟେଷ୍ଟରେ ପାଖାପାଖି ହଜାରେ ଆକ୍ରାନ୍ତ – ଆକ୍ରାନ୍ତ ହାର ଏକ ପ୍ରତିଶତରୁ କମ୍

204

ଭୁବନେଶ୍ୱର ୧୯-୫ (ଓଡ଼ିଆ ପୁଅ) ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଟେଷ୍ଟ ୧୦୦୩୦୨ ଜଣଙ୍କର ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହି କରୋନା ପରୀକ୍ଷା ହାରରୁ ଜଣାଯୋଏଯେ, ରାଜ୍ୟରେ କରୋନା ଟେଷ୍ଟ ଅନୁଯାୟୀ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଏ ପର୍ଯ୍ୟନ୍ତ ୯୭୮ ହୋଇଥିବା ବେଳେ ଏବେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୬୯୬ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୨୭୭ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇସାରିଲେଣି ଏବଂ ଏ ପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ କରୋନା ପଜିଟିଭ୍ ହାର ଏକ ପ୍ରତିଶତରୁ କମ୍ ହୋଇଥିବା ବେଳେ ମୃତକଙ୍କ ହାର ୦.୫ ପ୍ରତିଶତରୁ କମ ବୋଲି ଜଣା ପଡ଼ିଛି। ତେବେ ରାଜ୍ୟରେ ଅଧିକାଂଶ ସୁସ୍ଥ ହେଉଥିବା ଏକ ପ୍ରକାରର ଭଲ ଖବର ନିଶ୍ଚିତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.