Home କେନ୍ଦୁଝର ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ

ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ

264

ହାତଡ଼ିହି-୩/୭/ ହାତଡ଼ିହି ବ୍ଲକ ଓରାଳି ପଂଚାୟତର ନନ୍ଦିପଦା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଗତକାଲି ରାତିରେ ନଗଦ ୭୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ ହୋଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ନନ୍ଦିପଦା ଗ୍ରାମର ଭକ୍ତ ଚରଣ ରାଉତଙ୍କ ଝିଅ ବାହାଘର ଗତ ଦୁଇଦିନ ତଳେ ଯାଇଥିଲା। ଗତକାଲି ରାତିରେ ପରିବାର ଲୋକମାନେ ଶୋଇବା ପରେ କେହି ଦୁର୍ବୁତ୍ତ ତାଙ୍କ ଘରେ ପଶି ଗଡ଼ରେଜ ଅଲମିରାର ଲକରକୁ ଭାଙ୍ଗି ତା ଭିତରୁ ନଗଦ ୭୦ହଜାର ଟଙ୍କା ସହ ଗୋଟିଏ ରଣୀ ହାର, ୨ଟି ଚେନ, ୪ପଟ ଶାଙଖୀ, ସୁନାମୁଦି ସମେତ ବହୁ ଅଳଙ୍କାର ଲୁଟି ନେଇଛନ୍ତି। ଗୃହକର୍ତା ଆଜି ସକାଳୁ ଏ ବାବଦରେ ଜାଣିବା ପରେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବାପରେ ନନ୍ଦିପଦା ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.