Home ଓଡ଼ିଶା ବିରମିତ୍ରପୁର ଥାନାରେ ନାବଳିକାଙ୍କୁ ଦୁଷ୍କର୍ମ ଓ ପରେ ଗର୍ଭପାତ ମାମଲା ପ୍ରସଙ୍ଗ – ତତ୍‌କାଳୀନ ଆଇଆଇସିଙ୍କୁ...

ବିରମିତ୍ରପୁର ଥାନାରେ ନାବଳିକାଙ୍କୁ ଦୁଷ୍କର୍ମ ଓ ପରେ ଗର୍ଭପାତ ମାମଲା ପ୍ରସଙ୍ଗ – ତତ୍‌କାଳୀନ ଆଇଆଇସିଙ୍କୁ ଚାକିରୀରୁ ବହିସ୍କୃତ କରିବା ଡିଜିପିଙ୍କ ସଠିକ୍ ସମୟରେ ସଠିକ୍ ନିଷ୍ପତିକୁ ସ୍ୱାଗତ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

195

ଭୁବନେଶ୍ୱର ୩-୭ (ଓଡ଼ିଆ ପୁଅ) – ଜଣେ ତେର ବର୍ଷର ନାବାଳିକାଙ୍କୁ ବିରମିତ୍ରପୁର ଥାନାର ତତ୍‌କାଳନୀନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଲଗାତର ପ୍ରାୟ ତିନିମାସ ଧରି ଦୁଷ୍କର୍ମ କରିବା ଓ ନାବଳିକାର ଗର୍ଭପାତ ଘଟଣାକୁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣକରି ଅବିଳମ୍ବେ ମାଝୀଙ୍କୁ ଚାକିରୀରୁ ବହିସ୍କାର କରିବା ଘଟଣା ସଠିକ୍ ସମୟରେ ସଠିକ୍ ନିଷ୍ପତି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ପ୍ରକାଶ ଥାଉକି ଉକ୍ତ ଘଟଣାକୁ ନେଇ ରାଇବଗା ଥାନରେ ମାମଲା ରୁଜୁ ହେବାପରେ କ୍ରାଇମବ୍ରାଚଂର ଏସ୍‌ଆଇଟି ମାମଲାର ତଦନ୍ତ ଜାରି ରଖିଛି। ଉକ୍ତ ମାମଲାରେ ସଂପୃକ୍ତ ବିରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ସମେତ ପ୍ରତ୍ୟକ୍ଷ ଓ ପ୍ରରୋକ୍ଷରେ ଘଟଣାର ସଂପୃକ୍ତ ଥିବା ଓ ସହଯୋଗ କରିଥିବା ବ୍ୟକ୍ତିବିଶେଷଙ୍କୁ ଅବିଳମ୍ବେ ଧରି ଜେରା କରାଯାଇ ଘଟଣାର ସତ୍ୟାସତ୍ୟକୁ ଲୋକଲୋଚନରେ ପର୍ଦାଫାସ କରି ଆଇନ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଡିଜିପିଙ୍କୁ ଅନୁରୋଧ କରିଛନ୍ତି। ପୂର୍ବରୁ ରାଜ୍ୟରେ ପ୍ରାୟ ୮ରୁ ୧୦ଟି ଏହିପରି କେସ୍ କ୍ରାଇମବ୍ରାଂଚ ଅଧିନରେ ଶିଥିଳ ତଦନ୍ତ ଅବସ୍ଥାରେ ପଡ଼ିରହିଥିବା ଘଟଣାକୁ ନେଇ ଶ୍ରୀଯୁକ୍ତ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଥିବା ବେଳେ ଦୃଷ୍ଟାନ୍ତମୂଳକ ଭାବେ ସଠିକ୍ ସମୟ ଅବଧିରେ ତଦନ୍ତ ସାରିବାକୁ ଡିଜିପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟରେ ନିରନ୍ତର ବ୍ୟବଧାନରେ ଏପରି ଘଟଣା ଘଟୁଥିବାରୁ ଶ୍ରୀଯୁକ୍ତ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ରକ୍ଷକମାନେ ଯଦି ଭକ୍ଷକ ସାଜନ୍ତି ତେବେ ସମାଜରେ ପବିତ୍ର ବନ୍ଧନ ଓ ନୈତିକ କର୍ତବ୍ୟ ମୂଲ୍ୟବୋଧ ପ୍ରତି ଆସ୍ଥା କମିଯାଉଛି ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.