Home କୋରାପୁଟ ଲକ୍ଷାଧିକ ଟଙ୍କାର ମେସିନ ଖତ ଖାଉଛି

ଲକ୍ଷାଧିକ ଟଙ୍କାର ମେସିନ ଖତ ଖାଉଛି

278

କୋରାପୁଟ ୧୫-୦୯-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସଦର ମହକୁମାରେ ଲକ୍ଷାଧିକ ଟଙ୍କାର ମେସିନ ଖତ ଖାଉଥିବା ନଜର କରାଯାଇଛି।ଆଇଏପି ଯୋଜନାରେ କୋରାପୁଟଠାରେ ଚିମିନୀ ପାଉଁଶ ଇଟା ଓ ଅଳସି ତେଳ ୟୁନିଟ ଗତ ୨୦୧୨ ବର୍ଷରେ ସ୍ଥାପନ କରାଯାଇଥିଲା।ଏହି ୨ ଟି ୟୁନିଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସେତେବେଳେ ଉଦଘାଟନ କରିଥିଲେ।କୋରାପୁଟ ଜିଲ୍ଲାରେ ଅଳସି ଚାଷ କରାଯାଉଥିବାରୁ ଏଠାରେ ଏକ ଅଳସି ତେଳ ୟୁନିଟ ଖୋଲିବାକୁ ସେତେବେଳର ଜିଲ୍ଲାପାଳ ସଚିନ ଯାଦବଙ୍କ ପ୍ରଚେଷ୍ଟାରେ ଆଇଏପି ଯୋଜନାରୁ ଅର୍ଥ ଅନୁମୋଦିତ କରାଯାଇଥିଲା।ଚିମିନୀ ପାଉଁଶ ଇଟା ନିର୍ମାଣରେ ୪୭ ଲକ୍ଷ ୪୪ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅଳସି ତେଳ ୟୁନିଟରେ ୨୫ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା।ଉଦଘାଟନର ଦେଢବର୍ଷ ପରେ ଅଳସି ୟୁନିଟ ବନ୍ଦ ହୋଇଯାଇଥିବା ବେଳେ ଚିମିନୀ ପାଉଁଶ ଇଟା ୟୁନିଟ ଉଦଘାଟନ ହେବାର ୪ ମାସ ପରେ ବନ୍ଦ ହୋଇଯାଇଥିଲା।ଏହି ୨ ୟୁନିଟକୁ ମିଶନଶକ୍ତି ପରିଚାଳନା କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଆଇଏପି ଯୋଜନା ଅର୍ଥ କିପରି ନଷ୍ଟ କରାଯାଇଛି ତାହାର ଏହା ଏକ ଉଦହରଣ ଅଟେ।ୟୁନିଟ ଅନୁମୋଦିତ କରିବା ପୂର୍ବରୁ କୋରାପୁଟରେ କଂଚମାଳ କେତେ ମିଲୁଛି ଓ ଏହାର ବଜାର ଅଛି କି ନାହିଁ ତାହା ଆକଳନ ନ କରି ଏତେ ଗୁଡାଏ ଅର୍ଥ କାହା ସ୍ୱାର୍ଥରେ ଖର୍ଚ୍ଚ କରାଗଲା ବୋଲି କୋରାପୁଟର ବରିଷ୍ଠ ନାଗରିକ ଭବାନୀ ଶଙ୍କର ମିଶ୍ର ପ୍ରଶ୍ନ କରିଛନ୍ତି।କୋରାପୁଟର ଜିଲ୍ଲାର ବିଭିନ୍ନ ସ୍ଥାନରେ ବେସରକାରୀ ଉଦ୍ୟମରେ ଚିମିନୀ ପାଉଁଶ ଇଟା ୟୁନିଟ ଖୁବ ଲାଭବାନରେ ଚାଲୁଥିବା ବେଳେ କାହିଁକି ସରକାରୀ ୟୁନିଟ ବନ୍ଦ ରହିଯାଉଛି ତାହା ଚିନ୍ତାର କାରଣ ଅଟେ ବୋଲି ସେ ସୂଚନା ଦେଇଥିିଲେ। ସରକାରୀବାବୁମାନଙ୍କର ଦୁରଦର୍ଶିତା ଅଭାବରୁ ଏହିପରି ପ୍ରକଳ୍ପଗୁଡିକ ବନ୍ଦ ହୋଇଯାଉଛି ବୋଲି ସେ ପ୍ରକାଶ କରିଥିଲେ। କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ପଚାରିବାରେ ୨ ଟି ୟୁନିଟର ମେସିନର ଅବସ୍ଥା କିପରି ଅଛି ତାହା ଅନୁସନ୍ଧାନ କରିବା ପରେ ପୁନରୁଦ୍ଧାର କରିବା ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.