Home କୋରାପୁଟ ଓଡିଶା ଅଙ୍ଗନବାଡି କର୍ମି ଓ ସହାୟିକା ସାମୁଖ୍ୟର ଜୋନାଲ ବୈଠକ

ଓଡିଶା ଅଙ୍ଗନବାଡି କର୍ମି ଓ ସହାୟିକା ସାମୁଖ୍ୟର ଜୋନାଲ ବୈଠକ

112

କୋରାପୁଟ ୧୫-୦୯ (ଓଡିଆପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ଟାଉନହଲଠାରେ ଓଡିଶା ଅଙ୍ଗନବାଡି କର୍ମି ଓ ସହାୟିକା ସାମୁଖ୍ୟର ଜୋନାଲ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଭାପତି ରେଣୁବାଲା ସ୍ତ୍ରୁଶଲ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ସଭାପତି ନନ୍ଦିନୀ ପଣ୍ଡା ଯୋଗଦେଇ ମିନି ଅଙ୍ଗନବାଡି କର୍ମମାନଙ୍କୁ ଅଙ୍ଗନବାଡି କର୍ମିର ମାନ୍ୟତା ଦେବାକୁଦାବି ଉପସ୍ଥାପନା କରିଥିଲେ।ଦରମା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସିଡିପିଓମାନେ ତର୍ଜମା କରି ଦରମା ନିର୍ଦ୍ଦାରିତ କରିବା ଉଚିତ ବୋଲି ସେ ପ୍ରକାଶ କରିଥିଲେ।ଅଙ୍ଗନବାଡି କର୍ମିମାନଙ୍କର ଦରମା ବୃଦ୍ଧି, ଅବସରକାଳୀନ ପେନସନ .ସାମାଜିକ ସୁରକ୍ଷା, ଗ୍ରୀଷ୍ଣକାଳୀନ ଛୁଟି, ପଦୋନ୍ନତି ଇତ୍ୟାଦି ଦାବି ସଂପର୍କରେ ଆଲୋଚନା କରିବା ସହ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ଓ ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ସାମୁଖ୍ୟ ବାଧ୍ୟ ହେବ ବୋଲି ସେ ଚେତାବନୀ ଦେଇଥିଲେ।ଅବିଭିକ୍ତ କୋରାପୁଟ ଜିଲ୍ଲାର ଅଙ୍ଗନବାଡି କର୍ମି ଓ ସହାୟିକା ସାମୁଖ୍ୟର ବ୍ଲକ ଓ ଜିଲ୍ଲାର ସଭାପତି ଏବଂ ସଂପାଦିକାମାନେ ଯୋଗଦେଇଥିଲେ। ଏହି ବୈଠକରେ ରାଜ୍ୟ ସଂପାଦିକା ମଞ୍ଜୁଲତା ଦାସ, ସାମୁଖ୍ୟ ଉପଦେଷ୍ଟା ପଙ୍କଜ ପାତ୍ର, ବାଲା ରାୟ, ସୁନ୍ଦର କୁମାର ପାଣି ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.