Home ଓଡ଼ିଶା ଲକଡାଉନ ସମୟରେ ବ୍ୟାପକ ଚୋରା ମଦ କାରବାର

ଲକଡାଉନ ସମୟରେ ବ୍ୟାପକ ଚୋରା ମଦ କାରବାର

259

ପୁରୀ, ୨୭/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଦେଶରେ ଲକଡାଉନ ଚାଲିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦ୍ରବ୍ୟ ଓ ମେଡିସିନ ଦୋକାନ କୋଲା ରହୁଥିବା ବେଳେ ଅନ୍ୟାନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଛି। ଲକଡାଉନ ସମୟରୁ ସହର ତଥା ଆଖପାଖ ଅଂଚଳରେ ଥିବା ବିଦେଶୀ ମଦ ଦୋକାନ ଓ ବାର ବନ୍ଦ ରହିଥିଲେ ସୁଦ୍ଧା ଚୋରାରେ ବ୍ୟାପକ ଭାବେ ମଦ କାରବାର ହେଉଥିବା ଅଭିଯୋଗ ହେଉଛି। ଏପରିକି ଯେଉଁ ମଦର ଦାମ ୧୪୦ଟଙ୍କା ସେହି ମଦ ୩ଶହ ଟଙ୍କା ବିକ୍ରି ହେଉଥିବା ଶୁଣାଯାଉଛି। ସେହିପରି ୭୫୦ମିଲିଲିଟର ବୋତଲ ଯାହାର ମୂଲ୍ୟ ୬ଶହ ଦର ଥିବା ବେଳେ ବର୍ତମାନ ତାହା ଚୋରାରେ ୧୨ଶହ, ୧୫ଶହଏପରିକି ୨ହଜାର ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଦୀର୍ଘ ଏକମାସ ଧରି ବିଦେଶୀ ମଦ ଦୋକାନଗୁଡିକ ବନ୍ଦ ରହିଥିବା ବେଳେ ଏତେ ସଂଖ୍ୟକ ମଦ ଚୋରାରେ କିପରି ବିକ୍ରି ହେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପର ପକ୍ଷରେ ଏହି ଚୋରା କାରବାର ସହିତ କେତେକ ମଦ ଦୋକାନର ମାଲିକ ଓ କର୍ମଚାରୀମାନେ ଏଥିରେ ସାମିଲ ଥିବା ମଧ୍ୟ ଅଭିଯୋଗ ହେଉଛି। ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନ ସମସ୍ତ ବିଷୟ ଜାଣୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କୁହାଯାଉଛି। ମଦ ଦୋକାନ ବନ୍ଦବେଳେ ଯେତିକି ପରିମାଣର ମଦ ଗଚ୍ଛିତ ଥିଲା ଏବେ ସେହି ପରିମାଣର ମଦ ଗଚ୍ଛିତ ଅଛିକି ନାହିଁ ଅବକାରୀ ବିଭାଗ ପକ୍ଷରୁ ଦୋକାନଗୁଡିକ ତନଖି କରି ଷ୍ଟକ ମିଳାଇଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସି ପାରିବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.