Home ଓଡ଼ିଶା ଲକଡାଉନ ସମୟରେ ଅର୍ଥ ଲଗାଣକାରୀ ସଂସ୍ଥାପକ୍ଷରୁ ରୁଣଆଦାୟ ପାଇଁ ଜୁଲମ

ଲକଡାଉନ ସମୟରେ ଅର୍ଥ ଲଗାଣକାରୀ ସଂସ୍ଥାପକ୍ଷରୁ ରୁଣଆଦାୟ ପାଇଁ ଜୁଲମ

225

ମାଲକାନଗିରି,୨୮ା୬( ଓଡିଆ ପୁଅ ) ସମଗ୍ର ବିଶ୍ୱରେ ମହାମାରି କରୋନା କାୟାବିସ୍ତାର କରି ଲକଡାଉନ ପରିସ୍ଥିରେ ଜନଜୀବନ ଅତିଷ୍ଟ ହୋଇପଡିଥିବା ବେଳେ ଅର୍ଥଲଗାଣକାରୀ ସଂସ୍ଥା ପକ୍ଷରୁ ଲୋନିମାନଙ୍କ ଉପରେ ରୁଣ ଆଦାୟ ପାଇଁ ଜୁଲମ ଆରମ୍ଭ ହୋଇଯାଇଛି । ଏମିତି କି ଏହି ସଂସ୍ଥାର ଏଜେଟଂ ଓ କର୍ମାଚାରି ମାନେ ମହିଳା ଲୋନିମାନଙ୍କ ପ୍ରତି ଖରାପବ୍ୟବହାର ଦେଖାଇ କହୁଛନ୍ତି ତୁମେ ଜମିବିକ,ବାସନ କୁସନବିକ କି ଘରବିକ୍ରିକରି ଟଙ୍କା ଦିଅ ବୋଲି ଧମକ ଚମକ ଦେଉଥିବାର ଅଭିଯୋଗ ହୋଇଛି । ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାସ୍ଥ କାଲିମେଳା ଥାନା ନିକଟବର୍ତି ଏମଭି୯୬ ଗ୍ରାମରେ । ଫ୍ୟୁଜେନ ଫାଇନାସ କମ୍ପାନି ନାମକ ଘରୋଇ ଅର୍ଥଲଗାଣ କାରି ସଂସ୍ଥା ଠାରୁ ଏମଭି୯୬ ଗ୍ରାମର କିଛି ମହିଳା ରୁଣ ନେଇ ବିଭିନ୍ନ କ୍ଷେତ୍ରରେ ବନିଯୋଗ କରିଥିଲେ ।କରୋନା ମହାମାରି ଯୋଗୁଁ ସେମାନଙ୍କ ଆର୍ଥିକସ୍ଥତି ସୁଧାର ହୋଇନଥିବା ରୁ ସେମାନେ ସୁଧଟଙ୍କା ଜମାକରିପାରି ନଥିଲେ । ଏହି ମହାମାରି ସମୟରେ ଏହି ଅର୍ଥଲଗାଣକାରୀ ସଂସ୍ଥାର ଏଜେଟଂ ଓ କର୍ମାଚାରି ମାନେ ଉକ୍ତ ଗ୍ରାମକୁ ବାରମ୍ବାର ଯାଇ ସେମାନଙ୍କ ଘରେପହଁଚି ରୁଣ ଆଦାୟ ପାଇଁ ଜୁଲମ ଚଳାଇବା ସହିତ ମହିଳା ମାନଙ୍କୁ ଖରାପବ୍ୟବହାର ଦେଖାଉଥିବାର ଗ୍ରାମର ମହିଳା ମୟାରାଣୀ ଅଧିକାରୀ ଙ୍କ ସହିତ ଅନ୍ୟ ମହିଳା ମାନେ ଅଭିଯୋଗ କରିଛନ୍ତି । ପରିସ୍ଥିତି ସୁଧାର ଆସିଲେ ସୁଧ ମୂଳଟଙ୍କା ସହିତ ସଂସ୍ଥାରେ ଜମାଦେଇ ଦେବେ ବୋଲି ରୁଣ ନେଇଥିବା ମହିଳା ମାନେ କହୁଥିଲେ ମଧ୍ୟ ଉକ୍ତସଂସ୍ଥା କିଛି ନଶୁଣି ବାରମ୍ବାର ଗାଁକୁ ଯାଇ ମହିଳା ମାନଙ୍କୁ ହଇରାଣ କରୁଥିବାରୁ ଗ୍ରାମବାସୀ ମାନେ ଉତ୍ୟକ୍ତ ହୋଇ କହିଛନ୍ତି ଆଉ ଯଦି ଏହି ସଂସ୍ଥାର କର୍ମାଚାରୀ ଗାଁକୁ ଆସି ମହିଳା ମାନଙ୍କ ପ୍ରତି ଅଭଦ୍ରବ୍ୟବହାର ପ୍ରଦର୍ଶନ କରନ୍ତି ସେମାନଙ୍କୁ ଗ୍ରାମରେ ବାନ୍ଧିରଖି ପୁଲିସର ଜିମା ଦିଆଯିବ ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.