କୋରାପୁଟ ୦୩-୦୫(ଓଡିଆ ପୁଅ /ରଂଜନ ଦାସ) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୫ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଲକଡାଉନ ରହିବ ବୋଲି ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ସୂଚନା ଦେଇଛନ୍ତି ।ଏହି ସମୟରେ ସାହିବସ୍ତିରେ ଥିବା ପନିପରିବା,ଗ୍ରସୋରୀ ଓ ଦୁଗ୍ଧ ଦୋକାନ ସକାଳ ୬ଘଟିକାରୁ ପୂର୍ବାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଖୋଲାରହିବ ।ତେଣୁ ଲୋକମାନେ ଭୟଭୀତ ନ ହେବାକୁ ସେ ନିବେଦନ କରିଛନ୍ତି ।ବସ ,ଟାକ୍ସି ଓ ଅଟୋ ବନ୍ଦ ରହିବା ସହ କାର୍ଯ୍ୟାଳୟରେ କେବଳ ଜରୁରୀଷ୍ଟାଫ ମାନେ କାର୍ଯ୍ୟ କରିବେ ବୋଲି ସେ ସୂଚନା ଦେଇଛନ୍ତି ।ଲୋକମାନେ ଦୋକାନରେ ଅଜଥା ଗହଳି ନ କରିବାକୁ ସେ ଆହୁରୀ ନିବେଦନ କରିବା ସହ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ହାତ ଧୋଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।ଏହାକୁ ପାଳନ କଲେ ଆମ୍ଭେ ନିଶ୍ଚିତ ଭାବେ କରୋନାକୁ ନିୟନ୍ତ୍ରଣ କରିବାରେ ସଫଳ ହେବା ବୋଲି ସେ ପ୍ରକାଶ କରିଥିଲେ ।
ସୋମବାର ଦିନରେ କୋରାପୁଟ ଜିଲାରେ ୫୪ଜଣ ମହିଳାଙ୍କ ସମେତ ୧୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧୯୩ ରେ ପହଂଚିଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ୨୬ ,ସୁନାବେଡା ପୌରାଂଚଳରୁ ୩୫ ଏବଂ କୋଟପାଡ ଏନଏସିରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ବ୍ଲକରୁ ୨, ବୈପାରିଗୁଡାରୁ ୩,ବୋରିଗୁମ୍ମାରୁ ୭,ଜୟପୁର ବ୍ଲକରୁ ୮ ଓ କୋରାପୁଟ ବ୍ଲକରୁ ୬ ଜଣ କରୋନା ପଜିଟିଭ ବାହାରି ଥିବାବେଳେ କୋଟପାଡ ବ୍ଲକରୁ ୫,କୁନ୍ଦୁରା ବ୍ଲକରୁ ୨, ଲମତାପୁଟ ବ୍ଲକରୁ ୨, ଲକ୍ଷ୍ମୀପୁର ବ୍ଲକରୁ ୭,ନନ୍ଦପୁର ବ୍ଲକରୁ ୩,ନାରାୟଣପାଟଣା ବ୍ଲକରୁ ୨ ଏବଂ ସେମିଲିଗୁଡା ବ୍ଲକରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୩ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ୨ ଲକ୍ଷ ୩୫ ହଜାର ୩୫ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସେହିପରି ମଇ ୩ ସୁଦ୍ଧା ଜିଲ୍ଲାର ମୋଟ ୯୧୯୩ ଆକ୍ରାନ୍ତଙ୍କ ଭିତରୁ ୮୩୧୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୮୫୩ଟି ଏକ୍ଟିଭ କେସ ରହିଛି ଓ ୨୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।