Home ଓଡ଼ିଶା ଲକଡାଉନ ନୁଆ ନିୟମକୁ ନେଇ ମାଲକାନଗିରି ବ୍ୟବସାୟୀ ଓ ପ୍ରଶାସନ ମଧ୍ୟରେ ଦ୍ୱନ୍ଦ

ଲକଡାଉନ ନୁଆ ନିୟମକୁ ନେଇ ମାଲକାନଗିରି ବ୍ୟବସାୟୀ ଓ ପ୍ରଶାସନ ମଧ୍ୟରେ ଦ୍ୱନ୍ଦ

99

ମାଲକାନଗିରି,୧୭ ।୬ (ଓଡିଆ ପୁଅ ) ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ରାଜ୍ୟସରକାରଙ୍କ ଦ୍ୱାରା ଲକଡାଉନ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇ ଥିବାର ଘୋଷଣା କରାଯାଇଛି । ଆଜି ଠାରୁ କ ବର୍ଗର ୧୭ଟି ଜିଲ୍ଲାରେ ଲକଡାଉନ କୁ ଅଧିକ କେହଳ କରାଯାଇ ପ୍ରାୟ ଦୋକାନ ବଜାର ସକାଳ ୬ଟାଠାରୁ ସନ୍ଧ୍ୟା୫ଟା ପର୍ଯ୍ୟନ୍ତ କୋଭିଡ ନାୟମ ପାଳନ ସହ ଖୋଲା ରହିବା ପାଇଁ ନିସ୍ପତି ନିଆ ଯାଇଛି. ଏହି କ ବର୍ଗରେ ଆଦିବାସୀ ଅଧ୍ୟୁଷିତ ମାଲାକନଗିରି ଜିଲ୍ଲା ଆସୁଥିବାରୁ ବ୍ୟବସାୟୀ ମାନେ ଖୁସି ହୋଇ ଆଜି ସକାଳ ୬ଟା ପରେ ସହରରେ ବହୁଦନି ଧରି ବନ୍ଦ ରହିଥିବା ଲୁଗା,ସାଇକେଲ ମରାମତ,ବିଦ୍ୟୁତ ସରଜାଂମ,ଇଲୋକ୍ଟ୍ରୋନିକ,ମିଠା,ଜୋତା, ସହ ଅନ୍ୟାନ ଦୋକାନକୁ ଖୋଲି ଥିଲେ ହେଲେ ଜିଲ୍ଲାପ୍ରଶାନ ଓ ପୁଲିସ ପକ୍ଷରୁ ସେହି ଦୋକାନ ଗୁଡିକୁ ତୁରନ୍ତ ବନ୍ଦକରିଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ,ଫାଇନ ଦେବା ଭୟରେ ଖୋଲିଥିବା ସବୁ ଦୋକାନ ଗୁଡିକ ବ୍ୟବସାୟୀ ମାନେ ବନ୍ଦ କରିଦେଇଥିଲେ । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନଗୁଡିକ ଖୋଲାରହିଥିଲା । ରାଜ୍ୟ ସରକାରଙ୍କ ଘୋଷଣା ରେ ସମସ୍ତ ଦୋକାନ କୁ କୋଭିଡ ନିୟମ ପାଳନକରି ଖୋଲିବା ପାଇଁ ନିର୍ଦ୍ଦେଶ ଥିବେ ବେଳେ ମାଲକାନଗିରି ଜିଲ୍ଲାପ୍ରଶାସନ ବିଚିତ୍ର ନିତି ଓ ଦ୍ୱନ୍ଦ କୁ ନେଇ ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଶେଷ କରି ଗାଡି,ମଟରସାଇକେଲ ମରାମତ ଦୋକାନ କୁ ଖୋଲିବା ନିର୍ଦ୍ଦେଶ ଥିବା ବେଳେ ଗରିବଙ୍କ ଶୂନଗାଡି ସାଇକେଲ ମାର୍ଟ ଓ ମରାମତ ଦୋକାନକୁ ବନ୍ଦକରିଦିଆ ଯିବା ଘଟଣା ଜିଲ୍ଲାପ୍ରଶାସନର ବିଚିତ୍ର ନିୟମକୁ ବ୍ୟବସାୟୀ ମାନେ ନାପସନ୍ଦ କରିଛନ୍ତି । ଅପର ପକ୍ଷରେ ସହରରେ ନୁଆ ଲକଡାଉନ କୋହଳ କଟକଣା ସଂପର୍କରେ ଜିଲ୍ଲା ପ୍ରାଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଉଥିବା ଦେଖିବାକୁ ମିଳିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.