Home ଜିଲ୍ଲା ପରିକ୍ରମା ଲକଡାଉନ୍‌ରେ ଭୋଜିଭାତ କରି ୧୦ ହଜାର ଟଙ୍କା ଜରିମାନା

ଲକଡାଉନ୍‌ରେ ଭୋଜିଭାତ କରି ୧୦ ହଜାର ଟଙ୍କା ଜରିମାନା

211

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲକଡାଉନ୍ ସମୟରେ ଗାଁରେ ଭୋଜିଭାଜ କରି ଲୋକଙ୍କୁ ବସାଇ ଏକାଠି ଖୁଆଇବା ମହଙ୍ଗା ପଡିଛି ଜଣେ ପରିବାରକୁ । ଘଟଣାସ୍ଥଳରେ ପୁଲିସ୍ ପହଞ୍ôଚ କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛି । ଘଟଣାଟି ଏହି ଜିଲାର ଚାନ୍ଦବାଲି ଥାନା ଅଧୀନସ୍ଥ ସିଙ୍ଗିଟି ଗ୍ରାମରେ । ଏହି ଗ୍ରାମର ଉଦ୍ଧବ ପଣ୍ଡାଙ୍କ ପରିବାର ତରଫରୁ ଭୋଜିଭାତ କରାଯାଇଥିଲା । ପ୍ରାୟ ୭୦ ଜଣ ଲୋକ ପଙ୍ଗତରେ ବସି ଖାଉଥିଲାବେଳେ ବହୁଲୋକ ପାଖରେ ଥିଲେ । ତେବେ ଲକଡାଉନ ସମୟରେ ଏଭଳି ଭୋଜିଭାତ ହେଉଥିବାର ଖବର ପାଇ ଚାନ୍ଦବାଲିର ଅତିରିକ୍ତ ତହସିଲଦାର ଓ ମତୋ ଫାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଭୋଜିଭାତକୁ ବନ୍ଦ କରିବା ସହ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଉଦ୍ଧବ ପଣ୍ଡାଙ୍କୁ ୧୦ ହଜାର ଜରିମାନା କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.