Home ଜିଲ୍ଲା ପରିକ୍ରମା ଲକ୍‌ଡାଉନ୍ ଯୋଗୁଁ ଅସୁବିଧାରେ ସମ୍ମୁଖୀନ ନିର୍ମାଣ ଶ୍ରମିକ, କାମଧନ୍ଦା ନ କରିପାରିବାରୁ ପରିବାର ପ୍ରତିପୋଷଣରେ ଘୋର...

ଲକ୍‌ଡାଉନ୍ ଯୋଗୁଁ ଅସୁବିଧାରେ ସମ୍ମୁଖୀନ ନିର୍ମାଣ ଶ୍ରମିକ, କାମଧନ୍ଦା ନ କରିପାରିବାରୁ ପରିବାର ପ୍ରତିପୋଷଣରେ ଘୋର ସମସ୍ୟା

192

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲକ୍ ଡାଉନ୍ ସମୟରେ ଘୋର ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି ନିର୍ମାଣ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଦୈନିକ ମଜୁରି ଲାଗି ପରିବାର ପ୍ରତିପୋଷଣ କରୁଥିବା ଖଟିଖିଆ ଗରିବ ମେହନତି ମଣିଷ ମାନେ । ଭଦ୍ରକ ପୌରପାଳିକାର ସନ୍ଥିଆ ପୋଲ ଠାରୁ ଆରମ୍ଭ କରି ପୁରୁଣା ବଜାର ଅଂଚଳ ସମେତ ବିଭିନ୍ନ ଆଖପାଖ ଗ୍ରାମକୁ ନେଇ ପ୍ରାୟ ୧୫ଟି ୱାର୍ଡ ରହିଛି । ଏହି ସବୁଅଂଚଳରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ଦୈନନ୍ଦିନ ମଜୁରି ବା ମୂଲ ଲାଗି ପରବାର ପ୍ରତିପୋଷଣ କରି ଆସୁଛନ୍ତି । କିଏ ରଂଗ ମିସ୍ତ୍ରୀ ତ କିଏ ରାଜମିସ୍ତ୍ରୀ, ମାର୍ବଲ ମିସ୍ତ୍ରୀ, ଇଲେକ୍ଟ୍ରି ମିସ୍ତ୍ରୀ, ଟିୱେଲ ମିସ୍ତ୍ରୀ ଠାରୁ ଆରମ୍ଭ କରି ଛୋଟବଡ ସାଇକେଲ ଦୋକାନୀ, ଗ୍ୟାରେଜ ଦୋକାନୀ ସମେତ ଟ୍ରଲି ଓ ରିକ୍ସା ଚଳାଇ ପରିବାର ନିର୍ଭର କରି ଆସୁଥିଲେ । କରୋନାର ପ୍ରକୋପକୁ ନେଇ ଲକ୍‌ଡାଉନ୍ ଆରମ୍ଭ ହେବା ପରେ ସେମାନଙ୍କର ଜୀବନ ଜୀବିକା ଠପ୍ ହୋଇ ଯାଇଛି । ପ୍ରତିଦିନ ମୂଲ ଲାଗିଲେ ପରିବାର ଚଳାଇ ଆସୁଥିଲେ । କିପରି ପରିବାର ପ୍ରତିପୋଷଣ କରିବେ ବଡ଼ ସଙ୍କଟରେ ସମ୍ମୁଖୀନ ହୋଇଛନ୍ତି ।

ଅନ୍ୟ ପକ୍ଷରେ ଲକ୍‌ଡାଉନ୍ କୁ ନେଇ ପୋଲିସ୍ ପକ୍ଷରୁ ନିୟମ କଡ଼ାକଡ଼ି ପାଳନ କରାଯାଉଥିବାରୁ ଏହି ଶ୍ରମିକ ଓ ଖଟିଖିଆ, ଦିନମଜୁରିଆ ପୋଲିସଙ୍କ ଭୟରେ ବାହାରକୁ କାମଧନ୍ଦା ପାଇଁ ଯାଇ ପାରୁ ନାହାନ୍ତି । ଯେଉଁମାନେ କାମ କରିବା ପାଇଁ ଯାଉଛନ୍ତି ପୋଲିସ୍ ସେମାନଙ୍କୁ ଚେକିଂ କରି ଫେରାଇ ଦେବା ସହିତ ଫାଇନ୍ ମଧ୍ୟ କଟାଯାଉଛି । ଏମାନଙ୍କ ପାଖରେ କିଛି ପରିଚୟ ପତ୍ର ନାହିଁ । ନିର୍ମାଣ କାର୍ଯ୍ୟରେ କୌଣସି ବାଧା ଦିଆଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । କିନ୍ତୁ ଏହି କାର୍ଯ୍ୟରେ ସଂପୃକ୍ତ ଥିବା ଶ୍ରମିକ ମାନଙ୍କ ପାଖରେ କୌଣସି ପରିଚୟ ପତ୍ର ନଥିବାରୁ ଘୋର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବୋଲି ନିର୍ମାଣ ଶ୍ରମିକ ଠିକାଦାର କଲିମୁଦ୍ଦିନ୍ ଖାନ୍ ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି । ସରକାରଙ୍କ ପକ୍ଷରୁ ତୁରନ୍ତ ଏହି ଶ୍ରମିକ ସରକାରୀ ସହାୟତା ଯୋଗାଇ ଦେବା ସହିତ କିପରି ଦୈନନ୍ଦିନ କାର୍ଯ୍ୟ କରିବାରେ ଅସୁବିଧାରେ ସମ୍ମୁଖୀନ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ମତପ୍ରକାଶ କରିଛନ୍ତି । ସେହିପରି ଗତବର୍ଷ ସରକାରଙ୍କ ପକ୍ଷରୁ କରୋନା ନିମନ୍ତେ ନିର୍ମାଣ ଶ୍ରମିକ ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଇଥିଲା । କିନ୍ତୁ ବହୁ ନିର୍ମାଣ ଶ୍ରମିକମାନେ ଏହି ସୁବିଧାରୁ ବଂଚିତ ହୋଇଛନ୍ତି । ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବାକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.