Home ଜିଲ୍ଲା ପରିକ୍ରମା କୋଭିଡ ନିୟମ ଉଲଙ୍ଘନ ଅଭିଯୋଗ; କନ୍ୟାଘର ଉପରେ ୩୦ହଜାର ଫାଇନ

କୋଭିଡ ନିୟମ ଉଲଙ୍ଘନ ଅଭିଯୋଗ; କନ୍ୟାଘର ଉପରେ ୩୦ହଜାର ଫାଇନ

166

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରହଣିଆ ପଞ୍ଚାୟତର ପୁରସ୍ତମମପୁର ଗ୍ରାମର ବିଦ୍ୟାଧର ସାମଲଙ୍କ ଝିଅ ବିଭାଘର ଭୋଜି ଗତ ଗତକାଲି ରାତ୍ରିରେ ଚାଲୁଥିବା ବେଳେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଭୋଜି ସମୟରେ ପଚାଶ ରୁ ଅଧିକ ଲୋକ ଏକାଠି ହେବା, ସାମାଜିକ ଦୂରତ୍ୱ ବଜାୟ ନରଖିବା ଓ ଉପଯୁକ୍ତ ଭାବେ ମାସ୍କ ବ୍ୟବହାର କରିନଥିବା ଭଳି କୋଭିଡି ନିୟମାବଳୀ ଉଲଙ୍ଘନ କରାଯାଇଥିବା ଅଭିଯୋଗ ଟୁଇଟ ମାଧ୍ୟମରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଡିଓ ବିଜୟ କୁମାର ସାହୁ, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ପଞ୍ଚାୟତ ନିର୍ବହୀ ଅଧିକାରୀ ଅଜିତ କୁମାର ବେହେରା ପ୍ରମୁଖ ଚଢାଉ କରି ତିରିଶ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ନେଇ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନିୟମିତ ଭାବେ ଏହି ଚଢାଉ ଜାରି ରହିବ ବୋଲି ବିଡିଓ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.