Home ଓଡ଼ିଶା ରୋଷେଇ ବେଳେ ସିଲିଣ୍ଡର ଫାଟି ୬ ଗୁରୁତର

ରୋଷେଇ ବେଳେ ସିଲିଣ୍ଡର ଫାଟି ୬ ଗୁରୁତର

211

ହିଞ୍ଜିଳିକାଟୁ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ହିଞ୍ଜିଳିକାଟୁ କେଉଟ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ଯୁଧିଷ୍ଟିର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘର ପ୍ରତିଷ୍ଠା ଉତ୍ସବରେ ରୋଷେଇ ଚାଲୁଥିବା ବେଳେ କୌଣସି କାରଣରୁ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ୬ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ରହିଥିବା ସୂଚନା ମିଳିଛି। ପରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏବେ ସମସ୍ତ ଆହତମାନଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.