Home ଓଡ଼ିଶା ୫ ସ୍କୁଲ ଛାତ୍ର ନିଖୋଜ

୫ ସ୍କୁଲ ଛାତ୍ର ନିଖୋଜ

279

ଗଜପତି, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ଗତକାଲିଠୁ ସ୍କୁଲ ଯାଇ ଆଉ ଫେରିନାହାଁନ୍ତି ୫ ଛାତ୍ର। ଏହି ଘଟଣା ଗଜପତି ଜିଲ୍ଲା ଗୋସାଣି ବ୍ଲକ ଗୁରାଣ୍ଡି ଜଙ୍ଗଲପାଡୁ ଗାଁରେ ଘଟିଛି। ୫ଜଣ ଦଶମ ଶ୍ରେଣୀ ଛାତ୍ର କାଲିଠୁ ନିଖୋଜ ଅଛନ୍ତି। ଅନେକ ଖୋଜାଖୋଜି ସରିଲାଣି। ହେଲେ ସେମାନଙ୍କ କିଛି ପତ୍ତା ମିଳୁ ନାହିଁ। ଏନେଇ ଅଭିଭାବକମାନେ ଗୁରାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାର ଏବେ ତଦନ୍ତ ଆରମ୍ଭ କରିଛି। ତେବେ ସେମାନେ ଆନ୍ଧ୍ର ଚାଲିଯାଇଥିବା ସନ୍ଦେହ କରାଯାଉଛି। ନିଖୋଜ ଛାତ୍ରମାନେ ହେଲେ କାହ୍ନା ନାୟକ, ବିକ୍ରମ ଜେନା, ଶୁଭମ୍ ଜେନା, ଚିନ୍ମୟ ଜେନା ଏବଂ ଡମ୍ବୁରୁ ନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.