Home ଜିଲ୍ଲା ପରିକ୍ରମା ରୋଟାରୀ ମିଡ୍‌ଟାଉନର ୧୮ତମ ପ୍ରତିଷ୍ଠା ଦିବସ, ରୋଟାରୀ ହେଉଛି ବିଶ୍ୱର ସର୍ବବୃହତ୍ ପରିବାର – ଡିଜିଏନ୍‌

ରୋଟାରୀ ମିଡ୍‌ଟାଉନର ୧୮ତମ ପ୍ରତିଷ୍ଠା ଦିବସ, ରୋଟାରୀ ହେଉଛି ବିଶ୍ୱର ସର୍ବବୃହତ୍ ପରିବାର – ଡିଜିଏନ୍‌

60

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରୋଟାରୀ କ୍ଲବ ହେଉଛି ଏକ ପରିବାର। ଏହି ପରିବାର ହେଉଛି ବିଶ୍ୱର ସର୍ବ ବୃହତ ପରିବାର। ଯେଉଁ ପରିବାରରେ ରହିଛି ଶୃଙ୍ଖଳା ଏବଂ ଏହି ଚିନ୍ତାଧାରା ହେଉଛି ନିଃସ୍ୱାର୍ଥ ସାମାଜିକ ସେବା। ଏହାର ଏକ ଅଙ୍ଗ ଭାବେ ଭଦ୍ରକ ରୋଟାରୀ ମିଡ୍ ଟାଉନ ଭଦ୍ରକ ଜିଲ୍ଳାର ସାମାଜିକ ଉନ୍ନତି ପାଇଁ ପ୍ରତିଶୃତିବଦ୍ଧ ବୋଲି ରୋଟାରୀ ମିଡ୍‌ଟାଉନର ୧୮ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ନମିନି (ଡିଜିଏନ୍‌) ଯଜ୍ଞାଶିଷ ମହାପାତ୍ର ଯୋଗ ଦେଇ ମତବ୍ୟକ୍ତ କରିଥିଲେ। ୨୦୨୨-୨୩ ମସିହା ପାଇଁ ନବ ନିର୍ବାଚିତ ସଭାପତି ଭାବେ ପ୍ରୀତିରଂଜନ ଜେନା ପଦ ଓ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସମ୍ପାଦକ ରୋ. ବେଦପ୍ରକାଶ ଗୁପ୍ତା ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଶ୍ରୀ ଜେନା ତାଙ୍କ ଅଭିଭାଷଣରେ ଆଗାମୀ ବର୍ଷ ପାଇଁ ରୋଟାରୀ ମିଡ୍ ଟାଉନ ଏକ ନୂତନ ରୂପରେ ଏବଂ ନୂତନ ଢାଞ୍ଚାରେ କାର୍ଯ୍ୟ କରିବ। ଜିଲ୍ଳାର ସାମାଜିକ ଉନ୍ନତି ପାଇଁ ରକ୍ତଦାନ ଶିବିରରୁ କାର୍ଯ୍ୟକ୍ରମ ଆରମ୍ଭ କରି ଜାତୀୟ ରାଜପଥରେ ଟ୍ରମା ସେଣ୍ଟର ସ୍ଥାପନ ଭଳି କାର୍ଯ୍ୟରେ ଶେଷ କରାଯିବା ଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବାର ଯୋଜନା ରହିଥିବା ସୂଚନା ଦେଇଥିଲେ।

ଚେୟାରପର୍ସନ ସୀଲୁ ଲାଖାନୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାରୋହରେ ଅନ୍ୟତମ ଅତିଥି ଭାବେ ଏଡିଜି ଇନ୍ଦ୍ରଜିତ ସାହୁ, ସମ୍ପାଦକ ବେଦପ୍ରକାଶ ଗୁପ୍ତା, ପୂର୍ବତନ ସଭାପତି ରୋ. ଶିଶିର ମିଶ୍ର ପ୍ରମୁଖ ମଞ୍ଚାସିନ ହୋଇଥିଲେ। ପୂର୍ବସଭାପତି ପବିତ୍ର ମୋହନ ଖିଲାର ବିଗତ ବର୍ଷର ବିବରଣୀ ଉପସ୍ଥପାନ କରିଥିଲେ। ପ୍ରୀତି ଅଗ୍ରୱାଲଙ୍କ ସଂଯୋଜନାରେ ମୁଖ୍ୟଅତିଥି ରୋ. ମହାପାତ୍ର ଏବଂ ରୋ. ଇନ୍ଦ୍ରଜିତ୍ ସାହୁଙ୍କୁ ପାଷ୍ଟ ଲେଡି ପୁଷ୍ପିତା ଜେନା ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମାଟ୍ରିକ ପରୀକ୍ଷାରେ ଜିଲ୍ଳାର ପ୍ରଥମ ହୋଇଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ସାଇ ସତ୍ୟପ୍ରକାଶ ପରିଡ଼ା, ସିବିଏସ୍‌ଇ ମାଟିକ୍ର ଜିଲ୍ଲା ଟପ୍ପର ଏସ୍‌ବିଡ଼ି ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର ଏସ୍‌. ଆଶୁତୋଷ, ଆଇସିଆଇ ମାଟ୍ରିକ ଟପ୍ପର କାର୍ମେଲ ସ୍କୁଲର ଛାତ୍ରୀ ବିଶ୍ୱରୂପା ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ନୂତନ ଭାବେ କ୍ଲବରେ ଯୋଗ ଦେଇଥିବା ମିହିର କୁମାର ମହାନ୍ତି, ଦେବହୁତି ମହାପାତ୍ର, ମନୋଜ ଅଗ୍ରୱାଲ, ରୁମା ଅଗ୍ରୱାଲ, ଜିତେନ୍ଦ୍ର ଅଗ୍ରୱାଲ, ସୀମା ଅଗ୍ରୱାଲ, ଅନିଲ କୁମାର ଦେ, ସଂଗୀତା ଦେ ଏବଂ ସମରେନ୍ଦ୍ର ମିଶ୍ରଙ୍କୁ କ୍ଲବ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହି ସମାରୋହରେ ରୋଟାରୀ ମିଡ୍‌ଟାଉନ ସହିତ ରୋଟାରୀ କ୍ଳବ ଭଦ୍ରକ, ଲାୟନ୍‌ସ୍ କ୍ଲବର ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ। ବରିଷ୍ଠ ସଦସ୍ୟ ରତନଲାଲ ଗୁପ୍ତା, ପ୍ରମୋଦ ଲାଖାନୀ, ରାହୁଲ ଖେରିଆ, ଅଶୋକ ଲାଖାନୀ, ଗୌରବ ଅଗ୍ରୱାଲ, ଅଞ୍ଜୁ ଗୁପ୍ତା, ସନ୍ଧ୍ୟା ଗୁପ୍ତା, ଚୈତାଳୀ ଖିଲାର, ଅମିତ ମଲ୍ଲିକ, ସମିତା ମିଶ୍ର, ଅଶୋକ ଶତପଥି, ସଞ୍ଜୟ ପରିଡା, ଅମ୍ବିକା ବଲ୍ଲଭ ସ୍ୱାଇଁ, ମାଙ୍ଗି ବଳଦେବା, ଅଭିଜିତ୍ ନାୟକ, ରାଜେଶ ବଳଦେବା, ଗୟାଧର ପଣ୍ଡା, ଅଶୋକ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.