Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀବନ୍ଧ ରାସ୍ତାପାର୍ଶ୍ୱ ଗୁଳ୍ମଲତାପୂର୍ଣ୍ଣ ହଟାଇବାକୁ ଦୃଷ୍ଟିଆକର୍ଷଣ କଲେ ଅକ୍ଷୟ ତ୍ରିପାଠୀ

ବୈତରଣୀ ନଦୀବନ୍ଧ ରାସ୍ତାପାର୍ଶ୍ୱ ଗୁଳ୍ମଲତାପୂର୍ଣ୍ଣ ହଟାଇବାକୁ ଦୃଷ୍ଟିଆକର୍ଷଣ କଲେ ଅକ୍ଷୟ ତ୍ରିପାଠୀ

27

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଖୁଆପଦା ଜଳସେଚନ ଅଧିନ ଆଖୁଆପଦା-ବଳିଘାଇ ବୈତରଣୀ ବାମପାର୍ଶ୍ୱ ନଦୀବନ୍ଧ ଯାତାୟତ ପାଇଁ ବିପଦସଙ୍କୁଳ ହୋଇଛି। ଯାଜପୁର ସହରକୁ ଯୋଗାଯୋଗ କରୁଥିବା ୭ କିଲୋମିଟର ଦୈର୍ଘ ବିଶିଷ୍ଟ ଏହି ନଦୀବନ୍ଧ ଉପରିଭାଗରେ ୧୦ ରୁ ୧୨ ଫୁଟ ଚଉଡାରେ ପିଚୁକରଣ କରାଯାଇଛି। ମାତ୍ର ପିଚୁପାର୍ଶ୍ୱ ସୁଉଚ୍ଚ ଗୁଲ୍ମଲତା ପରିପୂର୍ଣ୍ଣ ହୋଇଛି। ରାସ୍ତା ମଧ୍ୟରେ ଥିବା ଛଅଗୋଟି ଅତିଶୟ ବୁଲାଣି ସ୍ଥାନମାନଙ୍କରେ ଯାନବାହନ ସମ୍ମୁଖ ଦିଗକୁ ସ୍ପଷ୍ଟଭାବେ ଦେଖିବା ସମ୍ଭବ ହେଉନାହିଁ। ଫଳରେ ଗତ ଛଅମାସ ମଧ୍ୟରେ ଦୁର୍ଘଟଣା ଘଟି ୩ଟି ମୁଣ୍ଡ ଯାଇଛି। ଖୋଦ ବିଭାଗର ଜଣେ କର୍ମଚାରୀ ଏହି କାରଣରୁ ନଦୀବନ୍ଧ ଉପରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ବେଳେ ବିଭାଗର ଚେତା ପଶୁନାହିଁ। ଏପରିକି ବୁଲାଗୋରୁ ଗୁଲ୍ମଭିତରୁ ହଠାତ ରାସ୍ତାକୁ ବାହାରି ଆସିବା ଦ୍ୱାରା ଦୁର୍ଘଟଣା ଘଟୁଛି। ଆଖୁଆପଦାକୁ ଜଳସେଚନ ଡିଭିଜନ ଘୋଷଣା କରାଯାଇଥିଲେ ବି ଏହା ଯାଜପୁର ଡିଭିଜନ ନିୟନ୍ତ୍ରଣରେ ପରିଚାଳିତ ହେଉଛି। ଏହି ନଦୀବନ୍ଧ ରାସ୍ତା ମଧ୍ୟ ଦେଇ ଆଖୁଆପଦା ଜଳସେଚନ କର୍ମଚାରୀମାନେ ଦୈନିକ ଯାଜପୁର ଡିଭିଜନକୁ ଯାତାୟତ କରୁଛନ୍ତି। ମାତ୍ର ଏହି ଘଟଣା ସେମାନଙ୍କ ନଜରକୁ ନଆସିବା ଦୁଃଖଦାୟକ ବୋଲି ବାଲିପୋଖରୀ ସରପଞ୍ଚ ଅକ୍ଷୟ ତ୍ରିପାଠୀ ଭଦ୍ରକ ଜିଲ୍ଲାପାଳ ଓ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିନେଇ ଏକ ପତ୍ର ଜିଲ୍ଲାପାଳଙ୍କ ନିକଟକୁ ପଠାଇ ଏହି ସମସ୍ୟାର ନିରାକରଣ କରାଯିବାକୁ ଦାବି କରିଛନ୍ତି। ବର୍ଷେ ରୁ ଅଧିକ ସମୟ ଧରି ଘୋଷଣା ସତ୍ତ୍ୱେ ଏହି ଡିଭିଜନକୁ କାର୍ଯ୍ୟକ୍ଷମ କରାନଯିବା ଦୁଃଖଦାୟକ ବୋଲି ଉଲ୍ଲେଖ କରିବା ସହ ସ୍ଥାନୀୟ ଅଞ୍ଚଳ ପ୍ରତି ଏହା ଚରମ ଅବହେଳା ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବର୍ଷାଦିନେ ବୈଷୟୀକ କାରଣ ପାଇଁ ଗଛକାଟିବା ମନା ଓ ଏଥିପାଇଁ ଅର୍ଥ ମିଳିଲେ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦାସ ମତପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.