Home ଜିଲ୍ଲା ପରିକ୍ରମା ରୋଗୀଙ୍କୁ ନେଇ ଘରକୁ ଫେରୁଥିବାବେଳେ ଓଲଟିଲା ଆମ୍ବୁଲାନ୍ସ ; ଡ୍ରାଇଭର ଫେରାର

ରୋଗୀଙ୍କୁ ନେଇ ଘରକୁ ଫେରୁଥିବାବେଳେ ଓଲଟିଲା ଆମ୍ବୁଲାନ୍ସ ; ଡ୍ରାଇଭର ଫେରାର

82

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରୋଗୀ ନେଇ ଫେରୁଥିବାବେଳେ ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ । ଡ୍ରାଇଭର ଛୁ, ରୋଗୀଙ୍କ ସହ ସଂପର୍କୀୟମାନେ ଆହତ ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍ ନହରା ଅଂଚଳର ଭବଶଙ୍କର ମିଶ୍ର କଟକ ନ୍ୟୁରୋଲୋଜି ବିଭାଗର ଡାକ୍ତରଙ୍କୁ ଦେଖାଇ ଘରକୁ ଫେରୁଥିଲେ । ଘରକୁ ଫେରୁଥିବା ବେଳେ ଭୋର ସମୟରେ ୧୬ନଂ ଜାତୀୟ ରାଜପଥର ରାହାଞ୍ଜ ଛକରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ରାସ୍ତାକଡରେ ସମସ୍ତେ ପଡିଥିବାବେଳେ ଡ୍ରାଇଭର ଫେରାର ହୋଇଯାଇଛି । ଭଡାରେ କଟକରୁ ଆମ୍ବୁଲାନ୍ସ ନେଇ ଆସୁଥିଲେ । ଆହତଙ୍କ ନାମ ସୁଶାନ୍ତ ମିଶ୍ର, ସୁମନ୍ତ ମିଶ୍ର, ଶାନ୍ତିଲତା ବୋଲି ସୂଚନା ମିଳିଛି । ସମସ୍ତ ଆହତ ଓ ଗୁରୁତର ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.