Home ଓଡ଼ିଶା ରେଳବାଇ କୁଲିଙ୍କ ବିକ୍ଷୋଭ

ରେଳବାଇ କୁଲିଙ୍କ ବିକ୍ଷୋଭ

52

ଭୁବନେଶ୍ୱର, ୫/୮ (ଓଡ଼ିଆ ପୁଅ) – ରେଳବାଇ କୁଲିଙ୍କ ପାଇଁ ଭୁବନେଶ୍ୱର ରେଳ ଷ୍ଟେସନର ୧ନଂ. ପ୍ଲାଟଫର୍ମର୍ରେ ଏକ ସ୍ଥାୟୀ ବିଶ୍ରାମ ଗୃହ ଏବଂ ପ୍ରତ୍ୟେକ କୁଲିଙ୍କୁ ବର୍ଷକୁ ୨ହଳ ପୋଷାକ ଯୋଗାଇଦେବା ଦାବିରେ ଆିଜି ଏଆଇଟିୟୁସି ସହ ଅନୁବନ୍ଧିତ ଇଷ୍ଟକୋଷ୍ଟ ରେଳବାଇ ପୋଟର୍ସ ୟୁନିୟନ ତରଫରୁ ଷ୍ଟେସନ ଡାଇରେକ୍ଟରଙ୍କ ଅଫିସ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

ଆଜି ପୂର୍ବାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନର ୮୦ଜଣ କୁଲି ଏଆଇଟିୟୁସିର ପତାକା ଓ ନିଜ ୟୁନିୟନର ବ୍ୟାନର ସହ ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ୟୁନିୟନର ସଭାପତି ତଥା ଏଆଇଟିୟୁସିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ୟୁନିୟନର କାର୍ଯ୍ୟକାରୀ ସଭାପତି ସୁର ଜେନା, ରାଜ୍ୟ ଏଆଇଟିୟୁସିର ଉପସାଧାରଣ ସମ୍ପାଦକ ବିଜୟ ଜେନା, ଏଆଇଟିୟୁସିର ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସ ଓ ପୋଟର୍ସ ୟୁନିୟନର ସାଧାରଣ ସମ୍ପାଦକ ଶିବ ବେହେରା ଉଦବୋଧନ ଦେଇ କୁଲିମାନଙ୍କର ବିଭିନ୍ନ ସମସ୍ୟା ଓ ରେଳବାଇ କର୍ତ୍ତୃପକ୍ଷଙ୍କ ଉଦାସୀନତା ସମ୍ପର୍କରେ ଆଲୋଚନା କରିଥିଲେ।

ବିକ୍ଷୋଭ ପରେ ୟୁନିୟନ ପକ୍ଷରୁ ଷ୍ଟେସନ ଡାଇରେକ୍ଟରଙ୍କୁ ଏକ ଦାବିପତ୍ର ଦିଆଯିବା ସହିତ ସୁର ଜେନାଙ୍କ ନେତୃତ୍ୱରେ ଏକ ୯ଜଣିଆ ପ୍ରତିନିଧି ଦଳ ଖୋର୍ଦ୍ଧା ଯୋଇ ଡିଭିଜନାଲ ରେଲୱେ ମ୍ୟାନେଜରଙ୍କୁ ମଧ୍ୟ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ନୀଳାମ୍ବର ସାହୁ, ଏନ. ସୁବାସ ପାତ୍ର, ବଳରାମ ଜାଲି, ପଞ୍ଚାନନ ସାହୁ, ବିଜୟ ପ୍ରଧାନ, ଶଙ୍କର ବେହେରା ଓ ଜଗନ୍ନାଥ ପାତ୍ର ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.