Home ଜିଲ୍ଲା ପରିକ୍ରମା ବସ୍ତିବାସିନ୍ଦାଙ୍କ ଆନ୍ଦୋଳନ ପ୍ରତି ସି.ପି.ଆଇ.(ଏମ୍‌)ର ସମର୍ଥନ

ବସ୍ତିବାସିନ୍ଦାଙ୍କ ଆନ୍ଦୋଳନ ପ୍ରତି ସି.ପି.ଆଇ.(ଏମ୍‌)ର ସମର୍ଥନ

17

ଭୁବନେଶ୍ୱର ୫/୭ (ଓଡ଼ିଆ ପୁଅ) ସାଲିଆ ସାହି ଅଞ୍ଚଳରେ ୪୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଆଦିବାସୀ – ଦଳିତ, ଗରୀବ ଲୋକେ ରହି ଆସିଛନ୍ତି। ବିଭିନ୍ନ ସମୟରେ ସରକାର ତଥା ପ୍ରଶାସନ ସେମାନଙ୍କୁ ଘରଡିହ ଦେବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ସେମାନଙ୍କ ନ୍ୟାର୍ଯ୍ୟପୂର୍ଣ୍ଣ ଦାବି ପୂରଣ ହୋଇନାହିଁ। ବର୍ତ୍ତମାନ ପୁଣି ବସ୍ତିବାସିନ୍ଦନ୍ଦା ମାନଙ୍କୁ ‘ଜାଗା ମିଶନ’ ଜରିଆରେ ଘରଡିହ ଦେବା ପାଇଁ ସରକାର ଘୋଷଣା କରିଛନ୍ତି। ଗୋଟିଏ ଦିଗରେ ଘୋଷଣା ପରେ ଘୋଷଣା ଚାଲିଥିଲାବେଳେ, ଗତ ୨୯ ତାରିଖ ଦିନ ରାସ୍ତା ନିର୍ମାଣ ନାମରେ ସାଲିଆ ସାହି ଭିତରେ ପଶି ମାପ କରିବା ପାଇଁ ପିଡବ୍ଳ୍ୟୁଡି ଏସଡିଓ ଏବଂ ବି.ଏମ୍‌.ସି. ଅଧିକାରୀ ମାନଙ୍କର ଏହି କାର୍ଯ୍ୟକ୍ରମ ଦେଖି, ସାଲିଆ ସାହିର ବସ୍ତିବାସିନ୍ଦା ମାନେ ସନ୍ଦେହ କରି ବୁଝିବା ପରେ ସାହି ମଝିରେ ଅଙ୍କା ବଙ୍କା କରି ରାସ୍ତା ନେବା କଥା ଜାଣିଥିଲେ। ଏଥିପୂର୍ବରୁ ରହିଥିବା ମ୍ୟାପ ପ୍ରକାରେ ମଇଳା ପାଣିଟାଙ୍କି ଛକଠାରୁ ଏକ୍ରାମକାନନ ପାର୍କ ଗେଟ ନିକଟରେ ସିଆରପି ଯିବା ରାସ୍ତାରେ ସଂଯୋଗ କରିବା ପାଇଁ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କହିଥିଲେ, ଯଦ୍ୱରା – ବସ୍ତିରେ ରହୁଥିବା ଲୋକଙ୍କର ଘର ଭାଙ୍ଗିବ ନାହିଁ, ସରକାରୀ ଅର୍ଥ କମ୍ ଖର୍ଚ୍ଚ ହେବ ଏବଂ ଏପରିକି କ୍ଷତିପୂରଣ ମଧ୍ୟ ଦେବାକୁ ପଡିବ ନାହିଁ। ପ୍ରଥମ ନକ୍ସା ଅନୁସାରେ ରାସ୍ତା କରିବା ସହିତ ନୂତନ ପରିବର୍ତ୍ତିତ ନକ୍ସାକୁ ରଦ୍ଦ କରାଯାଉ। ବଳ ପ୍ରୟୋଗ କରି ବସ୍ତିର ହଜାର ହଜାର ଘର ଭାଙ୍ଗିବା ଯୋଜନାରୁ ସରକାର କ୍ଷାନ୍ତ ରହିବା ପାଇଁ ସି.ପି.ଆଇ.(ଏମ୍‌) ଦାବି କରିଛି।

ବସ୍ତିବାସିନ୍ଦାଙ୍କ ଏହି ଦାବି ପ୍ରତି ସି.ପି.ଆଇ.(ଏମ୍‌) ସମର୍ଥନ କରିବା ସଙ୍ଗେ ସଙ୍ଗେ ସରକାର ତଥା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.