Home ଜିଲ୍ଲା ପରିକ୍ରମା ‘ରେବତୀ ପତ୍ରିକାର ୱେବସାଇଟ୍ ଲୋକାର୍ପିତ

‘ରେବତୀ ପତ୍ରିକାର ୱେବସାଇଟ୍ ଲୋକାର୍ପିତ

132

ବାଲେଶ୍ୱର, ୨୩ା୬(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରରୁ ପ୍ରକାଶିତ ମାସିକ ଓଡ଼ିଆ ପାରିବାରିକ ଫିଚର୍ ପତ୍ରିକା ‘ରେବତୀ’ର ବିକଶିତ ୱେବ୍‌ସାଇଟ୍ ଆଜି ଲୋକାର୍ପିତ ହୋଇଯାଇଛି। ପତ୍ରିକାର ନିଜସ୍ୱ କାର୍ଯ୍ୟାଳୟରେ ‘ରେବତୀ’ର ମୁଖ୍ୟ ମାର୍ଗଦର୍ଶକ ତଥା ପୂର୍ବତନ ସାଂସଦ ଇଂଜିନିୟର୍ ରବୀନ୍ଦ୍ର କୁମାର ଜେନା, ‘ରେବତୀ’ର ପ୍ରତିଷ୍ଠାତା ସମ୍ପାଦିକା ସୁବାସିନୀ ଜେନା ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ କମ୍ପ୍ୟୁଟର୍ ମାଉସ୍ କ୍ଲିକ୍ ସହ ନୂତନ ୱେବ୍‌ସାଇଟ୍‌କୁ ପାଠକମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହାଇଲ୍ୟାଣ୍ଡ୍ ମେରାଇନ୍ ସତ୍ତ୍ୱାଧିକାରୀ ପ୍ରତୀକ ଜେନା, ରେବତୀ ମିଡ଼ିଆ ହାଉସ୍‌ର ଦୁଇ ନିର୍ଦ୍ଦେଶକ, ‘ରେବତୀ’ର ସହଯୋଗୀ ସମ୍ପାଦକ କୃଷ୍ଣ କୁମାର ମହାନ୍ତି, ବ୍ଲୁଇ ଟେକ୍ନୋଲୋଜିର ମୁଖ୍ୟ ସୂର୍ଯ୍ୟ ନାରାୟଣ ପଲ୍ଲେଇ, ‘ରେବତୀ’ର ମାର୍କେଟିଂ ବିଭାଗର ସହଯୋଗୀ ରାଧାକୃଷ୍ଣ ମହାପାତ୍ର ତଥା ଅନ୍ୟ ସହଯୋଗୀମାନେ ଉପସ୍ଥିତ ଥିଲେ। ‘ରେବତୀ’ର ୱେବ୍‌ସାଇଟ୍ ବିକଶିତ ହେବା ଫଳରେ ବିଶ୍ୱର ଯେକୌଣସି ସ୍ଥାନରେ ଥିବା ଆଗ୍ରହୀ ଓଡ଼ିଆଙ୍କ ହାତ ପାଖରେ ପତ୍ରିକା ଏବେ ପହଂଚି ପାରିବ ବୋଲି ସମ୍ପାଦିକା ଶ୍ରୀମତୀ ଜେନା ଆଶା ପ୍ରକାଶ କରିଛନ୍ତି। ‘ରେବତୀ’କୁ ପ୍ରତ୍ୟେକଟି ଦୀକ୍ଷିତ ପାଠକଙ୍କ ପାଖରେ ପହଂଚେଇବାରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବା ବେଳେ ଏନେଇ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏଥି ସହିତ ‘ରେବତୀ’ର ଫେସ୍‌ବୁକ୍ ପେଜ୍ ଏବଂ ଟୁଇଟର୍ ଲିଙ୍କ୍ ରହିବା ସହ ପ୍ରଥମଥର ପାଇଁ ‘ରେବତୀ’ର ମୋବାଇଲ୍ ଆପ୍ ମଧ୍ୟ ବିକଶିତ କରାଯାଇଛି। କରୋନା କଟକଣା ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ପାଠକ ଓ ବାର୍ଷିକ ଗ୍ରାହକମାନଙ୍କୁ ‘ରେବତୀ’ର ଡିଜିଟାଲ୍ ସଂଖ୍ୟା ଯୋଗାଇ ଦିଆଯିବ ଏବଂ ଏହା ବର୍ତ୍ତମାନ ସମସ୍ତଙ୍କ ପାଇଁ ନିଃଶୁଳ୍କ ରହିଥିବା ସହଯୋଗୀ ସମ୍ପାଦକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.