Home ଜିଲ୍ଲା ପରିକ୍ରମା ଆଇଏନଟିୟୁସି ଯୁବଶାଖା ରାଷ୍ଟ୍ରୀୟ ସମ୍ପାଦକ ହେଲେ‘ଅରଜିତ୍‌’

ଆଇଏନଟିୟୁସି ଯୁବଶାଖା ରାଷ୍ଟ୍ରୀୟ ସମ୍ପାଦକ ହେଲେ‘ଅରଜିତ୍‌’

59

ବାଲେଶ୍ୱର, ୨୩ା୬(ଓଡ଼ିଆ ପୁଅ/ଅଭୟ ଦାସ): ଭାରତୀୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (ଆଇଏନଟିୟୁସି)ଯୁବଶାଖାର ରାଷ୍ଟ୍ରୀୟ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିବା ବାଲେଶ୍ୱରର ଯୁବନେତା ଅରଜିତ୍ ଘୋଷାଲଙ୍କ ନିକଟକୁ ଏବେ ଶୁଭେଚ୍ଛାର ସୁଅ ଛୁଟୁଛି। ଯୁବଶାଖା ରାଷ୍ଟ୍ରୀୟ ପ୍ରଭାରୀ ଏହେସାନ୍ ଅହେମଦ୍ ଖାନ୍‌ଙ୍କ ସୁପାରିଶ କ୍ରମେ ରାଷ୍ଟ୍ରୀୟ ସଭାପତି ସ୍ୱାମୀନାଥ ଜୟସ୍ୱାଲ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରିଛନ୍ତି। ସମ୍ପ୍ରତି ଶ୍ରୀ ଘୋଷାଲଙ୍କୁ ପଶ୍ଚିମବଙ୍ଗ ଓ ଆସାମର ରାଜ୍ୟ ଆଇଏନଟିୟୁସି ଯୁବ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଛାତ୍ର କଂଗ୍ରେସରୁ ନିଜର ସାଂଗଠନିକ ଜୀବନ ଆରମ୍ଭ କରିଥିବା ଶ୍ରୀ ଘୋଷାଲ ପୂର୍ବରୁ ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇ ନିଜର ଦାୟିତ୍ୱ ବେଶ ସୁଚାରୁରୂପେ ତୁଲାଇଥିଲେ। ଏବେ ସେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଓ ଆଇଏନଟିୟୁସି ରାଜ୍ୟ ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ। ଜଣେ ଯୁବ ସଂଗଠକ ଭାବେ ତାଙ୍କର କାର୍ଯ୍ୟଧାରା ଅନେକଙ୍କୁ ପ୍ରଭାବିତ କରିଥିବା ବେଳେ ଆଇଏନଟିୟୁସିର ଯୁବଶାଖା ରାଷ୍ଟ୍ରୀୟ ସମ୍ପାଦକ ନିଯୁକ୍ତିକୁ ନେଇ ସେ ସନ୍ତୋଷ ପ୍ରକାଶ ସହ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସ୍ୱାମୀନାଥ ଜୟସ୍ୱାଲ ଓ ଏହେସାନ ଅହେମଦ ଖାନ୍‌ଙ୍କୁ କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.