Home ଜିଲ୍ଲା ପରିକ୍ରମା ରେଢ଼ାଖୋଲ ଡାକ୍ତରଖାନାରେ ଡାକ୍ତରଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ମିଥ୍ୟା, ଭିତ୍ତିହୀନ ଓ ଅଭିସନ୍ଧିମୂଳକ – ଅପରିପକ୍ୱ...

ରେଢ଼ାଖୋଲ ଡାକ୍ତରଖାନାରେ ଡାକ୍ତରଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ମିଥ୍ୟା, ଭିତ୍ତିହୀନ ଓ ଅଭିସନ୍ଧିମୂଳକ – ଅପରିପକ୍ୱ ଜନ୍ମିତ ଶିଶୁକୁ ବୁର୍ଲା ଡାକ୍ତରଖାନାରୁ ଡ଼ିସ୍‌ଚାର୍ଜ ଘଟଣାର ତଦନ୍ତ ଦାବି

133

ସମ୍ବଲପୁର, ୨୦-୭ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜ଼ିଲ୍ଲା ରେଢ଼ାଖୋଲ ଡାକ୍ତରଖାନାରେ କାର୍ଯ୍ୟରତ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରାମକୃଷ୍ଣ ପତିଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା, ଭିତ୍ତିହୀନ ଓ ଅଭିସନ୍ଧିମୂଳକ ବୋଲି ଡାକ୍ତର ରାମକୃଷ୍ଣ ପତି ପ୍ରକାଶ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୮ ତାରିଖରେ ରେଢ଼ାଖୋଲ ଭତରା ନିବାସୀ ରସନାନନ୍ଦ ପ୍ରଧାନ (୨୬) ଙ୍କ ସ୍ତ୍ରୀ ମିଠାଇ ପ୍ରଧାନ ବୁର୍ଲା ଡାକ୍ତରଖାନାରେ (ପ୍ରସବ ତାରିଖ ର ୨ ମାସ ପୂର୍ବରୁ) ଏକ ଅପରିପକ୍ବ ଶିଶୁ ପୁତ୍ର ଜନ୍ମ ଦେଇ ୯ ତାରିଖ ୧୨ ଘଣ୍ଟା ନ ପୂରୁଣୁ ଡ଼ିସ୍‌ଚାର୍ଜ ହୋଇଥିଲେ। ୧୧ ତାରିଖ ଶିଶୁ ପୁତ୍ରର ସ୍ୱାସ୍ଥ୍ୟ ଖରାପ ହେବାରୁ ରେଢ଼ାଖୋଲ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଡାକ୍ତରଙ୍କ ଚିକିତ୍ସାସ୍ଵତେ ଶିଶୁ ପୁତ୍ର ଟି ସନ୍ଧ୍ୟା ୭ ଟା ସମୟରେ ମୃତ୍ୟୁ ବରଣ କରିଥିଲା। ଏହାପରେ ୧୩ ତାରିଖ ଦିନ ରସାନନ୍ଦ ଉପଖଣ୍ଡ ଚିକିତ୍ସା ଅଧିକାରୀ ରେଢ଼ାଖୋଲଙ୍କୁ ଉପଯୁକ୍ତ ଜରୁରୀ ଚିକିତ୍ସା ଅବହେଳା ସହ କାର୍ଯ୍ୟରତ ଡାକ୍ତରଙ୍କ ଅବହେଳାରୁ ମୋର ଶିଶୁ ପୁତ୍ର ର ଜୀବନ ଗଲା ବୋଲି ଅଭିଯୋଗ କରିଛନ୍ତି। ଯାହାକି ସମ୍ପୂର୍ଣ ମିଥ୍ୟା, ଭିତ୍ତିହୀନ ଓ ଅଭିସନ୍ଧିମୂଳକ ବୋଲି ଚିକିତ୍ସା କରିଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରାମକୃଷ୍ଣ ପତି ପ୍ରକାଶ କରିଛନ୍ତି।

ସମ୍ବଲପୁର ଜ଼ିଲ୍ଲା ରେଢ଼ାଖୋଲ ଉପ ଖଣ୍ଡ ଡାକ୍ତରଖାନାରେ ଏବେ ସମୁଦାୟ ୧୨ ଜଣ ଡାକ୍ତର କାର୍ଯ୍ୟରତ ଥିବା ବେଳେ ଏକାକୀ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରାମକୃଷ୍ଣ ପତି ରେଢ଼ାଖୋଲ ରେ ରୁହନ୍ତି। ଅନ୍ୟ ୧୧ ଜଣ ଡାକ୍ତର ଏଠାରେ ରୁହନ୍ତି ନାହିଁ। ଏପରିକି ଉପଖଣ୍ଡ ଚିକିତ୍ସା ଅଧିକାରୀ ମଧ୍ୟ ସୋନପୁର ରୁ ଯିବା ଆସିବା କରନ୍ତି। ଏପରି ସ୍ଥଳରେ ଜଣେ କର୍ତ୍ତବ୍ୟନିଷ୍ଠ ଡାକ୍ତରଙ୍କୁ ବଦନାମ କରିବାକୁ ଏଭଳି ଉଦ୍ୟମ କରିବାକୁ ରେଢ଼ାଖୋଲ ବାସୀ ନାପସନ୍ଦ କରିଛନ୍ତି।

ଅନ୍ୟପକ୍ଷରେ ସେଦିନ ଶିଶୁ ଟିକୁ ଭର୍ତ୍ତି କରିଥିବା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁନିତା ବ୍ରହ୍ମl ରସାନନ୍ଦ ଙ୍କ ସ୍ତ୍ରୀ ଗର୍ଭଧାରଣ କରିବା ଦିନ ଠାରୁ ଚିକିତ୍ସା କରୁଥିବା ଏବଂ ୭ ମାସ ବେଳଠୁ ତାର ବାରମ୍ବାର ପ୍ରସବ ବେଦନା ଆରମ୍ଭ ହେବା ଯୋଗୁଁ ଅନେକ ଥର ରେଢ଼ାଖୋଲ ରେ ଭର୍ତି ହେବା ଏବଂ ଶେଷରେ ଅଧିକ ଚିକିତ୍ସା ନିମନ୍ତେ ମୁଁ ତାକୁ ବୁର୍ଲା ପଠେଇ ଥିଲି ବୋଲି ପ୍ରକାଶ କରିବା ସହିତ ଅପରିପକ୍ୱ ଅବସ୍ଥା ରେ ଜନ୍ମିତ ଶିଶୁ କୁ ବୁର୍ଲା ରୁ ଡ଼ିସ୍ ଚାର୍ଜ କରିବା ର ନ ଥିଲା ମାତ୍ର, ରସାନଦ କାହିଁକି ନେଇ ଆସିଲେ ତାହା ବୁଝା ପଡ଼ୁ ନାହିଁ ବୋଲି କହିଛନ୍ତି।

ଏ ସମ୍ପର୍କ ରେ ରସାନନ୍ଦ ପ୍ରଧାନ ଙ୍କ ସ୍ତ୍ରୀ ମିଠାଇ ପ୍ରଧାନ ଙ୍କୁ ପଚାରି ବାରୁ ଶିଶୁ ଟି ସ୍ୱାସ୍ଥ୍ୟ ଖରାପ ହେବାରୁ ଆମେ ୧୧ ତାରିଖ ଦିନ ଅପରାହ୍ନ ୨ ଟା ପାଖାପାଖି ରେଢ଼ାଖୋଲ ଡାକ୍ତରଖାନା ରେ ଭର୍ତ୍ତି କଲୁ। ଭର୍ତ୍ତି କରିବା ପୂର୍ବ ରୁ ଡାକ୍ତର ପତି ଙ୍କ ବାସଭବନ କୁ ଯାଇ ପୁଅ କୁ ଦେଖିବା ପାଇଁ କହିଲି ମାତ୍ର, ଡାକ୍ତର ମୁଁ ଏବେ ଖାଉଛି ଡାକ୍ତରଖାନା ରେ ଭର୍ତ୍ତି କର ଅଧ ଘଣ୍ଟା ଭିତରେ ମୁଁ ଯାଉଛି ଦେଖିବି ବୋଲି କହିଲେ। ଭର୍ତ୍ତି କରିବା ପରେ ସଙ୍ଗେ ସଙ୍ଗେ ଅକ୍ସିଜେନ୍ ଲାଗିଲା। ଡାକ୍ତର ପତି ସନ୍ଧ୍ୟା ରେ ଆସି ଦେଖିଲେ। ମାତ୍ର, ସନ୍ଧ୍ୟା ୭ ଟା ପାଖାପାଖି ମୋ ପୁଅ ର ଜୀବନ ଚାଲିଗଲା ବୋଲି ମିଠାଇ କୋହ ଭରା କଣ୍ଠ ରେ ପ୍ରକାଶ କରିଥିଲେ।

ଏଠାରେ ପ୍ରଶ୍ନ ଉଠୁଛି ଯେ, ଅପରିପକ୍ୱ ଅବସ୍ଥା ରେ ଜନ୍ମିତ ଶିଶୁ ଟିକୁ ୧୨ ଘଣ୍ଟା ନ ପୂରୁଣୁ ବୁର୍ଲା ଡାକ୍ତରଖାନା ରୁ କାହିଁକି ସେ ଦିନ ଡ଼ିସ୍ ଚାର୍ଜ କରାଗଲା ଏବଂ ଯଦି କରୋନା କଟକଣା କୁ ଦୃଷ୍ଟି ରେ ରଖି ଡିସ୍ ଚାର୍ଜ କରାଗଲେ ତେବେ କୌଣସି ଏକ ଚିକିତ୍ସାଲୟ ଭର୍ତ୍ତି ପାଇଁ କାହିଁକି ରେଫର କରାଗଲେ ନାହିଁ, ଘଟଣା ର ତଦନ୍ତ କରିବା କୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.