Home କୋରାପୁଟ ରେଡକ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା

ରେଡକ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା

17

କୋରାପୁଟ ୧୭-୧୨ (ଓଡିଆ ପୁଅ/ରଂଜନ ଦାସ) ସଡକ ଦୁର୍ଘଟଣାରେ ମୃତ ଜଣେ ବ୍ୟକ୍ତିଙ୍କ ବିଧବା ପତ୍ନୀଙ୍କୁ ଜିଲା ପ୍ରସାସନ ତରଫରୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ୨୦୨୦ ଅକ୍ଟବୋର ୨୯ରେ ଦଶମନ୍ତପୁର ବ୍ଲକ କଂଟାବେଡି ଗ୍ରାମର କୁଶ ବଡନାୟକ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ମୃତ କୁଶ ବଡନାୟକର ସ୍ତ୍ରୀ ଜାନ୍ନକି ବଡନାୟକକୁ ସହାୟତା ରାଶିର ଚେକ ପ୍ରଦାନ କରିଛନ୍ତି। ବିଭାଗୀୟ ଅଧିକାରୀ ପ୍ରକାଶ ଚନ୍ଦ୍ର ସାମଲ ଓ ଯୁବ ସମାଜସେବୀ ବୈକୁଣ୍ଠ ମଣ୍ଡଳ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.