Home ଜିଲ୍ଲା ପରିକ୍ରମା ରେଙ୍ଗାଲି ତହସିଲ ଅଫିସରେ ଲଙ୍କାକାଣ୍ଡ : ଅଫିସ ଜଳି ପୋଡି ଛାରଖାର

ରେଙ୍ଗାଲି ତହସିଲ ଅଫିସରେ ଲଙ୍କାକାଣ୍ଡ : ଅଫିସ ଜଳି ପୋଡି ଛାରଖାର

246

ସମ୍ବଲପୁର,୨୦/୧୧(ଓଡ଼ିଆ ପୁଅ/ସରୋଜ ସାହୁ): ଆଜି ସକାଳ ୯. ୪୦ ରୁ ୯.୫୦ ମଧ୍ଯ ରେ ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ତହସିଲ ଠେଲକୋଲେଇ ଥାନା ଅନ୍ତର୍ଗତ ଗୁମୁକାରମା ପାଖ ଡୁଡୁମକାନୀ ଗାଁର ରାଜୀବ କିସାନ (୩୦) ନାମକ ଜଣେ ବ୍ଯକ୍ତି ଆସି ହଠାତ ରେଙ୍ଗାଲି ତହସିଲ ଅଫିସ କୁ ପସି ନିଆଁ ଲଗାଇଦେଇଥିଲା। ଫଳରେ ତହସିଲ ଅଫିସ ରେ ଥିବା ମୂଲ୍ଯବାନ କାଗଜପତ୍ର ସହ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସଂପୁର୍ଣ୍ଣ ଭାବରେ ପୋଡିଯାଇଛି। ଘଟଣାର ଖବର ପାଇ ରେଙ୍ଗାଲି ର ଅଗ୍ନିଶମ ବିଭାଗ ଆସି ନିଆଁ କୁ ଆୟତ୍ତ କରିଥିବା ବେଳେ। ରେଙ୍ଗାଲି ଥାନା ଅଧିକାରୀ ଧବଲେଶ୍ବର ସାହୁ ଦୁର୍ବୁତ୍ତ କୁ ଆଣି ଥାନାରେ ଅଟକ ରଖିଛନ୍ତି। ଘଟଣା ସମୟ ରେ ତହସିଲ ଅଫିସରେ ଉପସ୍ଥିତ ଥିବା କର୍ମଚାରୀ ଘଟଣାକୁ ଆୟତ୍ତ କରିପାରିଥାନ୍ତେ କିନ୍ତୁ ଅସାବଧାନତା ହେତୁ ଦୁର୍ବୁତ୍ତ ନିଆଁ ଲଗାଇଲା ବୋଲି ଅଭିଯୋଗ ହୋଇଛି। ରେଙ୍ଗାଲି ଅଞ୍ଚଳ ରେ ଶିଳ୍ପ କାରଖାନା ଗଢିଉଠିବାପରେ ନିରିହ ଗରିବ ଆଦିବାସୀ ମାନଙ୍କର ଜମି କୁ ହଡପ କରି ବେଆଇନ ଭାବେ ବିକ୍ରି କରିବା ନଜିର ରହିଛି। ଏହା ଉପରେ ତହସିଲ ରେ ବାରମ୍ବାର ଅଭିଯୋଗ କଲେ ମଧ୍ଯ କୌଣସି ସୁଫଳ ନ ପାଇବା ଫଳରେ ଲୋକେ ଆଇନ କୁ ହାତକୁ ନେଉଥିବା ଦେଖାଯାଉଛି। ଘଟଣା ପରେ ଉପଜିଲ୍ଲାପାଳ ମୟୁରିସ ସୁରିୟାନ୍ସ ସଦର ଏସଡିପିଓ ତପନ କୁମାର ମହାନ୍ତି ଏବଂ ଅନ୍ଯ ଅଧିକାରୀ ମାନେ ଘଟଣାସ୍ଥଳ କୁ ଆସି ପରିଦର୍ଶନ କରି ଫେରିଆସିଛନ୍ତି। ଘଟଣାର କୁ ନେଇ ରେଙ୍ଗାଲି ଥାନାରେ କେସ୍ ନଂ ୧୧୧ ଏବଂ ଭାରତୀୟ ଦଣ୍ଡ ବିଧାନଆଇନ୍ ୪୩୪ ରେ କେସ୍ ରୁଜୁ କରାଯାଇ ତଦନ୍ତ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.