Home Top News ରିଲାଏନ୍ସ ଜୁଏଲ୍ସ, ଚଳିତ ଅକ୍ଷୟ ତୃତୀୟାରେ “ରନ୍‌କାର” କଲେକ୍‌ସନର ଶୁଭାରମ୍ଭ କରିଛିଉତ୍କୃଷ୍ଟ ଜୁଏଲାରୀର ଏକ ଆକର୍ଷଣୀୟ...

ରିଲାଏନ୍ସ ଜୁଏଲ୍ସ, ଚଳିତ ଅକ୍ଷୟ ତୃତୀୟାରେ “ରନ୍‌କାର” କଲେକ୍‌ସନର ଶୁଭାରମ୍ଭ କରିଛିଉତ୍କୃଷ୍ଟ ଜୁଏଲାରୀର ଏକ ଆକର୍ଷଣୀୟ ରେଞ୍ଜ ଯାହାକି କଚ୍ଛର କଳା ଓ ସଂସ୍କୃତି ଦ୍ୱାରା ଅନୁପ୍ରେରିତ

39

ଭୁବନେଶ୍ୱର ଏପ୍ରିଲ, ୨୦୨୨ (ଓଡ଼ିଆ ପୁଅ) : ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ କଳା ଓ ସଂସ୍କୃତି ଦ୍ୱାରା ଅନୁପ୍ରେରିତ ଅନେକ ଗୁଡ଼ିଏ କଲେକ୍‌ସନ ପାଇଁ ଜଣାଶୁଣା। ଏଥି ମଧ୍ୟରେ ସାମିଲ୍ ରହିଛି ପାରମ୍ପରିକ ବିଶ୍ୱାସ ଯେଉଁଥିରେ ଭାରତର ସମୃଦ୍ଧ ଓ ବ୍ୟାପକ ଐତିହ୍ୟ ପ୍ରତିଫଳିତ ହୋଇଥାଏ। ଓଡ଼ିଶାରୁ ଅନୁପ୍ରେରିତ ଉତ୍କଳ ଓ ବନାରସରୁ ଅନୁପ୍ରେରିତ କାସୟମ ସହିତ ରିଲାଏନ୍‌ସ ଜୁଏଲ୍‌ସ ଭାରତର ସମୃଦ୍ଧ ଓ ବ୍ୟାପକ ସଂସ୍କୃତିକୁ ଜୁଏଲାରୀ ଡିଜାଇନ୍ ମାଧ୍ୟମରେ ଏହାର ଗ୍ରାହକମାନଙ୍କ ନିକଟକୁ ଆଣିବା ଜାରି ରଖିଛି।

ରିଲାଏନ୍‌ସ ଜୁଏଲ୍‌ସ ଫାଇନ୍ ଜୁଏଲାରୀର ଏକ ଆକର୍ଷଣୀୟ କଲେକ୍‌ସନର ଶୁଭାରମ୍ଭ କରିଛି, “ରନ୍‌କାର । ଏହାକୁ ବିଶେଷ ଭାବରେ ଅକ୍ଷୟ ତୃତୀୟାର ସ୍ୱତନ୍ତ୍ର ଅବସର ପାଇଁ ପ୍ରସ୍ତୁତ କରାଯାଇଛି। ଏହି କଲେକ୍‌ସନଟି କଚ୍ଛର ରଣ ତଥା ବ୍ୟାପକ ଐତିହ୍ୟ ଦ୍ୱାରା ଅନୁପ୍ରେରିତ। କଚ୍ଛ ହେଉଛି ଆକର୍ଷଣୀୟ ଧଳା ରଣଙ୍କ ସ୍ଥାନ ଓ ଅନେକ ଗୁଡ଼ିଏ କଲରର ସମନ୍ୱୟ। ଗ୍ରାହକମାନେ ଅନେକ ଗୁଡ଼ିଏ ଆକର୍ଷଣୀୟ କଳାକୃତି ଓ ସୂକ୍ଷ୍ମ କାରିଗରିର ଜୁଏଲାରୀ ପାଇପାରିବେ ଯାହାକି କଚ୍ଛର ଉତ୍କୃଷ୍ଟ କଳାକୃତିରେ ପ୍ରସ୍ତୁତ – ଯଥା ଏକ ପୁରାତନ ବ୍ଲକ୍ ପ୍ରିଂଟିଂ ଟେକ୍‌ନିକ୍‌, ରୋଗନ୍ – ପ୍ରାକୃତିକ କଲରର ବ୍ୟବହାର କରି ଏକ ସୁନ୍ଦର ପେଂଟିଂ, ଲିପନ୍ – ଉତ୍କୃଷ୍ଟ କାରିଗରି ଯେଉଁଥିରେ କାନ୍ଥରେ ଦର୍ପଣ ଖୋଦିତ ହୋଇଥାଏ, ଉତ୍କୃଷ୍ଟ କଚ୍ଛ ଏମ୍ବ୍ରୋଇଡୋରି, ବନ୍ଧନି – ଏକ ଲୋକପ୍ରିୟ ଟାଏ-ଆଣ୍ଡ-ଡାଏ ଟେକନିକ୍ ଯାହାକୁ ଅନେକଙ୍କ ଦ୍ୱାରା ପସନ୍ଦ କରାଯାଇଥାଏ ଓ ପରିଶେଷରେ କଚ୍ଛର ସୁନ୍ଦର କାଠ କାମ।

ଭାରତର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ପାଳନ କରିବା ପାଇଁ ଓ ଗ୍ରାହକମାନଙ୍କ ପାଇଁ ଅକ୍ଷୟ ତୃତୀୟା ଅବସରକୁ ସ୍ମରଣୀୟ କରିବା ନିମନ୍ତେ, ରିଲାଏନ୍‌ସ ଜୁଏଲ୍‌ସ କଚ୍ଛର କଳାକୃତି ସହିତ ଆକର୍ଷଣୀୟ କଲେକ୍‌ସନ ପ୍ରସ୍ତୁତ କରିଛି ଯେଉଁଥିରେ ରହିଛି ସୁନା ଓ ହୀରାରେ ନିର୍ମିତ ଚମତ୍କାର ପେଣ୍ଡାଂଟ ସେଟ୍‌, ଇୟରିଂ, ରିଙ୍ଗ ଓ ଚୁଡ଼ି ଇତ୍ୟଦାି।

ଏହି କଲେକ୍‌ସନରେ ଆକର୍ଷଣୀୟ ଓ ସୁନ୍ଦର ଚୋକର ସେଟ୍ ଓ ଆକର୍ଷଣୀୟ ନେକଲେସ୍ ସେଟ୍ ରହିଛି। ଏହା ସହିତ ଚୁଡ଼ି ଓ ମୁଦିର ୨୨ କ୍ୟାରେଟର ସୁନ୍ଦର ଡିଜାଇନମାନ ମଧ୍ୟ ପ୍ରସ୍ତୁତ କରାଯାଇଛି ଯେଉଁଥିରେ କଚ୍ଛର କଳାକୃତିକୁ ଜୀବନ୍ତ ଭାବରେ ଉପସ୍ଥାପିତ କରାଯାଇଛି। ରଣକୁ ଉପସ୍ଥାପିତ କରୁଥିବା ଆକର୍ଷଣୀୟ ପର୍ଲସ ସହିତ ନୀଳ ଓ ଲାଲ୍ ଏନାମେଲିଂ କାର୍ଯ୍ୟ ଅଜରଖ୍ ଓ ବନ୍ଧନିକୁ ଉପସ୍ଥାପିତ କରିଥାଏ। କଚ୍ଛ କାଠ କାର୍ଯ୍ୟର କଳାକୃତିକୁ ଅତ୍ୟନ୍ତ ଆକର୍ଷଣୀୟ ଭାବରେ ପ୍ରସ୍ତୁତ କରାଯାଇଛି। ବିଭିନ୍ନ ଅବସର ଓ ବଜେଟ୍ ପାଇଁ ବ୍ୟାପକ ସ୍ତରୀୟ ସୁଟ୍ ରହିଛି। ଗୋଲ୍‌ଡ କଲେକ୍‌ସନରେ ଡିଜାଇନରେ ଅନ୍ତର୍ଭୁକ୍ତ ରହିଛି ଆକର୍ଷଣୀୟ ଫିଲିଗ୍ରୀ କାମ ଓ ଟେମ୍ପଲ୍ ଷ୍ଟାଇଲ୍ ଜୁଏଲାରୀ ଯେଉଁଥିରେ ମୀନାକାରି ଓ କୁନ୍ଦନ କଳାକୃତି ରହିଛିି।

ରନ୍‌କାର କଲେକ୍‌ସନର ଡାଏମଣ୍ଡ ଡିଜାଇନ୍ କଚ୍ଛର ସୁନ୍ଦରତା ପରି ସ୍ୱତନ୍ତ୍ର ଓ ମନୋରମ। ଚମତ୍କାର ଡାଏମଣ୍ଡ ନେକଲେସ୍ ସେଟ୍‌, ପେଣ୍ଡାଂଟ ସେଟ୍ ଓ ରିଙ୍ଗ କଚ୍ଛର କଳାକୃତିକୁ ବିଭିନ୍ନ ଉପାୟରେ ପ୍ରଦର୍ଶିତ କରିଥାଏ। ଆକର୍ଷଣୀୟ ନେକଲେସ୍ ସେଟ୍ ଅଜରଖ୍ ଓ ବନ୍ଧନି କଳାକୃତିକୁ ସୁନ୍ଦର ଏନାମେଲିଂ ନୀଳ ଓ ଲାଲ୍ ଆକାରରେ ଉପସ୍ଥାପିତ କରିଥାଏ ଯେଉଁଥିରେ ଚମତ୍କାର ହୀରା ଖଚିତ ହୋଇଥାଏ। ରଣକର କଲେକ୍‌ସନରେ ଡାଏମଣ୍ଡ ସେଟିଂ ମଧ୍ୟ ସ୍ୱତନ୍ତ୍ର ଯାହାକି କଳାକୃତିକୁ ସୁନ୍ଦର ଭାବରେ ଉପସ୍ଥାପିତ କରିଥାଏ। ସୁନ୍ଦର କଚ୍ଛ ଏମ୍ବ୍ରୋଇଡୋରି ଡାଏମଣ୍ଡ ରେଞ୍ଜରେ ଅନେକ ଗୁଡ଼ିଏ କଳାକୃତିକୁ ଅନୁପ୍ରେରିତ କରିଥାଏ ଓ ଏହା ଆଧୁନିକ ଓ ସମସାମୟିକ ଡିଜାଇନ୍ ପ୍ରଦାନ କରେ ଯାହା ସମସ୍ତ ପ୍ରକାର ପାର୍ବଣ, ବ୍ରାଇଡାଲ୍ ଓ ସମସାମୟିକ ଲୁକ୍ ପାଇଁ ଅତ୍ୟନ୍ତ ଉପଯୋଗୀ।

ଏହି ନୂତନ କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ, “ଭାରତର ସଂସ୍କୃତି ଓ ଐତିହ୍ୟ ଅତ୍ୟନ୍ତ ଉନ୍ନତ ଓ ସମୃଦ୍ଧ। ଆମର କଳା ଓ ସଂସ୍କୃତି ଆଧାରରେ ଆମେ ଆମର ଜୁଏଲାରୀ ଡିଜାଇନର କଳାକୃତିଗୁଡ଼ିକୁ ପ୍ରସ୍ତୁତ କରିଛୁ। ଅକ୍ଷୟ ତୃତୀୟାର ଶୁଭ ଅବସରରେ ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ସୌଭାଗ୍ୟ ଓ ସମୃଦ୍ଧି ଆଣିଥାଏ, ଅନେକ “ରନ୍‌କାର” ଡିଜାଇନର ଉପସ୍ଥାପନ କରି ଅତ୍ୟନ୍ତ ଆନନ୍ଦିତ। ଏହାର ପ୍ରତି ସୁନା ଓ ହୀରା ନେକଲେସ୍‌, ଇୟରିଂ, ମୁଦି ଓ ଚୁଡ଼ି ହେଉଛି ସ୍ୱତନ୍ତ୍ର ଓ ଏହା କଚ୍ଛର ବିଭିନ୍ନ କଳା, ପରମ୍ପରା ଓ ଐତିହ୍ୟକୁ ପ୍ରଦର୍ଶିତ କରିଥାଏ।”

ନୂତନ ଜୁଏଲାରୀ ପିସ୍ ସହିତ, ଗ୍ରାହକମାନେ ସୁନା ଗହଣାର ଗଢ଼ା ମଜୁରୀ ଓ ହୀରା ଗହଣାର ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ଛାଡ଼ ପାଇ ପାରିବେ। ଏହି ଅଫରଟି ସୀମିତ ସମୟ ପାଇଁ ଉପଲବ୍ଧ ଅଟେ। ଏହି ଆକର୍ଷଣୀୟ କଲେକ୍‌ସନ ସମସ୍ତ ରିଲାଏନ୍‌ସ ଜୁଏଲ୍‌ସ ଫ୍ଲାଗସିପ୍ ସୋରୁମ୍‌ରେ ସାରା ଦେଶରେ ଉପଲବ୍ଧ ହେବ ଓ ଏହାର ବଛା ବଛା ରେଞ୍ଜ ରିଲାଏନ୍‌ସ ଜୁଏଲ୍‌ସର ୱେବସାଇଟରେ ମିଳିପାରିବ। ଆପଣ ଏହାର ୱେବସାଇଟକୁ ଯାଇ ରେ ଏହି କଲେକ୍‌ସନକୁ ଦେଖି ପାରିବେ ଓ ଆପଣଙ୍କ ପାଇଁ ମନଲାଖି ଗହଣାକୁ ବାଛି ପାରିବେ।

ରିଲାଏନ୍ସ ଜୁଏଲ୍ସ ସମ୍ବନ୍ଧରେ :

ରିଲାଏନ୍‌ସ ଜୁଏଲ୍‌ସ ହେଉଛି ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ର ଏକ ଅଂଶ ଯାହାକି ଭାରତର ଏକ ଅଗ୍ରଣୀ ରିଟେଲର। ଏହି ବ୍ରାଣ୍ଡ ସୁନା, ହୀରା, ପ୍ଲାଟିନମ୍ ଓ ସିଲଭର ଗହଣାର ଆକର୍ଷଣରୀୟ ଓ ବ୍ୟାପକ ସମ୍ଭାର ପ୍ରଦାନ କରିଥାଏ। ଏହାର ଗହଣାରେ ଡିଜାଇନ୍ ଓ କାରିଗରିକୁ ଧ୍ୟାନ ପ୍ରଦାନ କରାଯାଇଥାଏ। ରିଲାଏନ୍‌ସ ଜୁଏଲ୍‌ସ ଏହାର ଗ୍ରାହକମାନଙ୍କୁ ଏକ୍ସକ୍ଲୁସିଭ ଓ ସ୍ୱତନ୍ତ୍ର ଡିଜାଇନର କଲେକ୍‌ସନ ପ୍ରଦାନ କରିବା ପାଇଁ ଚେଷ୍ଟା କରିଥାଏ ଯାହାକି କଳା, କାରିଗରି ଓ ଭାରତୀୟ ସଂସ୍କୃତି ଓ ଐତିହ୍ୟରେ ସମୃଦ୍ଧ ଅଟେ। ରିଲାଏନ୍‌ସ ଜୁଏଲ୍‌ସର ଜୀବନର ପ୍ରତିଟି ମୁହୂର୍ତକୁ ଉପଭୋଗ କରିବାରେ ବିଶ୍ୱାସ କରେ ଓ ଏଥିରେ ପ୍ରେମ ଓ ଆବେଗର ଏକ ସ୍ୱତନ୍ତ୍ର ଭୂମିକା ରହିଛି।

ରିଲାଏନ୍‌ସ ଜୁଏଲ୍‌ସର ସାରା ଭାରାତରେ ୨୫୦+ ଫ୍ଲାଗସିପ୍ ସୋ ରୁମ୍ ରହିଛି ଓ ଭାରତର ୧୨୫+ ସହରରେ ସପ୍‌-ଇନ-ସପ୍‌ସ ମଧ୍ୟ ରହିଛି ଏବଂ ଏହା ଦ୍ରୁତ ଗତିରେ ସଂପ୍ରସାରଣ କରୁଛି। ଏହି ବ୍ରାଣ୍ଡ ଅତୁଳନୀୟ ସେବା ଓ ସ୍ୱତନ୍ତ୍ର ଜୁଏଲାରୀ ସପିଂ ଅନୁଭୂତି ମାଧ୍ୟମରେ ଗ୍ରାହକର ଖୁସି ପ୍ରତି ଧ୍ୟାନ ପ୍ରଦାନ କରିଥାଏ। ଏହାର କଲେକ୍ସନରେ ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନ ରହିଛି। ରିଲାଏନ୍ସ ଜୁଏଲ୍ସରେ ସୁନା ଓ ହୀରା ପ୍ରତିଯୋଗୀତାମୂଳକ ମୂଲ୍ୟରେ ଉପଲବ୍ଧ। ଏହାର ଶୂନ୍ୟ ନଷ୍ଟ ଓ ଉପଯୁକ୍ତ ଗଢ଼ା ମଜୁରୀ ଗ୍ରାହକଙ୍କୁ ୧୦୦% ସନ୍ତୁଷ୍ଟି ପ୍ରଦାନ କରିଥାଏ। ରିଲାଏନ୍ସ ଜୁଏଲ୍ସ ମଧ୍ୟ ୧୦୦ ପ୍ରତିଶତ ଶୁଦ୍ଧତା, ମୂଲ୍ୟରେ ସ୍ୱଚ୍ଛତା ଓ ପ୍ରତି ପିସରେ ଗୁଣମାନର ସୁନିଶ୍ଚିତତା ପ୍ରଦାନ କରିଥାଏ। ଏହି ବ୍ରାଣ୍ଡ କେବଳ ୧୦୦ ପ୍ରତିଶତ ବିଆଇଏସ୍ ହଲମାର୍କ ଗୋଲ୍ଡ ରଖିଥାଏ। ଏଠାରେ ରହିଥିବା ପ୍ରତିଟି ହୀରା ସ୍ୱାଧୀନ ପ୍ରମାଣନ ଲାବୋରାଟୋରି ଦ୍ୱାରା ଆନ୍ତର୍ଜାତିକ ଭାବରେ ପ୍ରମାଣିତ। ସମସ୍ତ ରିଲାଏନ୍ସ ଜୁଏଲ୍ ସୋରୁମରେ ମରାମତି ପାଇଁ ଏକ କ୍ୟୁସି ଟେକ୍ ରୁମ୍ ରହିଛି। ଏହା ସହିତ ସୁନାର ଶୁଦ୍ଧତାକୁ ମାଗଣାରେ ମାପ କରିବା ପାଇଁ କ୍ୟାରେଟ୍ ମିଟର ରହିଛି। ଏହି ସବୁ ସୁବିଧା ବ୍ୟତୀତ ଏହି ବ୍ରାଣ୍ଡ ମଧ୍ୟ ପ୍ରତି କ୍ରୟରେ ଲୟାଲିଟି ପଏଂଟ ପ୍ରଦାନ କରିଥାଏ।

ପ୍ରତି କଲେକ୍‌ସନରେ ଆକର୍ଷଣୀୟ ଡିଜାଇନ୍ ସହିତ, ରିଲାଏନ୍‌ସ ଜୁଏଲ୍‌ସରେ ପ୍ରତି ବ୍ୟକ୍ତିଙ୍କ ପାଇଁ ପ୍ରତି ଅବସର ନିମନ୍ତେ ଗହଣା ଉପଲବ୍ଧ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.