Home ଜିଲ୍ଲା ପରିକ୍ରମା ମା’ ସୁନାମୂହିଁଙ୍କ ଚଡ଼କଯାତ୍ରା; ପ୍ରଥମ ଦିନରେ ବିପୁଳ ଭକ୍ତଙ୍କ ସମାଗମ

ମା’ ସୁନାମୂହିଁଙ୍କ ଚଡ଼କଯାତ୍ରା; ପ୍ରଥମ ଦିନରେ ବିପୁଳ ଭକ୍ତଙ୍କ ସମାଗମ

25

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନେରଡା ଗ୍ରାମ ବୈତରଣୀ ନଦୀ ପଠାରେ ଥିବା ମା’ ସୁନାମୁହିଁଙ୍କ ଚଡ଼କ ଯାତ୍ରା ମଙ୍ଗଳବାର ନିଶାର୍ଦ୍ଧରୁ ଆରମ୍ଭ ହୋଇଛି। ଅନୁରୂପ ଭାବେ ପରମ୍ପରା ଅନୁଯାୟୀ ଗ୍ରାମବାସୀ ମାଗୁଣି ଦଳେଇଙ୍କୁ କାଳିସୀ ଲାଗି ମା’ଙ୍କ ଆଦେଶ ମିଳିବା ମାତ୍ରେ ଆଜି ନିଶାର୍ଦ୍ଧରୁ ମୁଖ୍ୟ ପୂଜାବିଧି ସହ ପର୍ବର ଆରମ୍ଭ ହୋଇଥିଲା। ଏହି ସମୟରେ ପୂର୍ବ ବର୍ଷର ମାନସିକଧାରୀମାନେ ବୋଦା, କୁକୁଡ଼ା ଆଦି ଛାଡ଼ କରିଥିଲେ ମା’ଙ୍କ ପୀଠରେ। ଭୋର ୪ଟାରେ ମୁଖ୍ୟ ପୂଜକ ବ୍ରଜକିଶୋର ପଣ୍ଡା ଓ ସାଥିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଷୋଡଶପୋଚାର ପୂଜା। ପ୍ରତ୍ୟୁଷ ୫.୩୦ମିନିଟ ସମୟରେ ଭକ୍ତଙ୍କ ଦର୍ଶନ ପାଇଁ ଉନ୍ମୁକ୍ତ ହୋଇଥିଲା ମନ୍ଦିର। ଦିନତମାମ ଲାଗି ରହିଥିଲା ଭକ୍ତଙ୍କ ଗହଳି। ବିପୁଳଭକ୍ତବୃନ୍ଦ ମା’ଙ୍କୁ ଦର୍ଶନ କରିବା ପାଇଁ ଧାଡି ଲଗାଇଥିଲେ। ସନ୍ଧ୍ୟାରେ ସନ୍ଧ୍ୟାଆଳତୀ ଓ ସ୍ୱତନ୍ତ୍ର ପୂଜାପାଠ ହୋଇ ରାତ୍ର ୯ଟାରେ ପହଡ଼ ପଡ଼ିବ ବୋଲି ଜଣାଯାଇଛି। ୧୫ ଓ ୧୬ ତାରିଖରେ ଭଜନସନ୍ଧ୍ୟା ଓ ମେଲୋଡି କାର୍ଯ୍ୟକ୍ରମ ଥବା ବେଳେ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅପେରା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ୨୧ ତାରିଖ ଦିନ ଚଡ଼କ ଯାତ୍ରାର ସମାପନ ହେବ ବୋଲି କମିଟି ସୂଚନା ଦେଇଛି। ଏହି ଯାତ୍ରାକୁ ପୂଜା କମିଟି ସଭାପତି ଭାଗବତ ପ୍ରସାଦ ଜେନା, ସମ୍ପାଦକ ଅନନ୍ତ କିଶୋର ଜେନାଙ୍କ ସମେତ ଗ୍ରାମବାସୀ ଉମାକାନ୍ତ ଜେନା, ଶ୍ୟାମସୁନ୍ଦର ଜେନା, ଜଗନ୍ନାଥ ଭାରତୀ, ଶ୍ରୀକାନ୍ତ ନାୟକ, ରବିନାରାୟଣ ଜେନା, ନିରଞ୍ଜନ ଦଳାଇ, ସତ୍ୟନାରାୟଣ ଜେନା, ନୃସିଂହ ଚରଣ ଜେନା, ଦିଲ୍ଲିପ ବେହେରା, ହେମନ୍ତ ଜେନା, କୃଷ୍ଣଚନ୍ଦ୍ର ବାରିକ, ଦାମୋଦର ଜେନା ପ୍ରମୁଖ ସଭ୍ୟମାନେ ପରିଚାଳନା କରୁଥିବା ଜଣାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.