ପୁରୀ ୧୯-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହରକୁ ସୌନ୍ଦର୍ଯ୍ୟକରଣ କରିବା ନିମନ୍ତେ ସହରର ପ୍ରମୁଖ ରାସ୍ତା ଗୁଡିକର ପ୍ରସ୍ୱସ୍ଥୀ କରଣ କାର୍ଯ୍ୟ ଆରମ୍ଭ ହୋଇଛି। କଲେଜ୍ ଛକ ଠାରୁ ଟାଉନ୍ହଲ୍ ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରସ୍ୱସ୍ଥୀ କରଣ କାର୍ଯ୍ୟ ଚୂଡାନ୍ତ ପଯ୍ୟାୟରେ ପହଚିଂ ଥିଲେ ମଧ୍ୟ କଲେଜ୍ ଛକ ରୁ ଆସୁଥିବା ରାସ୍ତାର ବାମ ପାଶ୍ୱରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠା ଏବଂ ଏକ ସରକାରୀ ଅତିଥି ଭବନ ରାସ୍ତାକୁ ମାଡି ଆସିଥିବା ଅଭିଯୋଗ ହେଉଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ଚାପରେ ଏହାକୁ ଉଚ୍ଛେଦ କରାନଯାଇ ସେହିପରି ରାସ୍ତାକୁ ପ୍ରସ୍ୱସ୍ଥୀ କରଣ କରାଯାଇଥିବା ଯୋଗୁଁ ଉକ୍ତ ଅଚଂଳର ରାସ୍ତା ଟି ମଧ୍ୟ ସଂଙ୍କୁଚିତ ହୋଇଯାଇଛି। ଉକ୍ତ ରାସ୍ତାରେ ବହୁ ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସରକାରୀ ବାସଗୃହ ଓ ସରକାରୀ କାଯ୍ୟାଳୟ ଉଚ୍ଛେଦ ହୋଇଥିବା ବେଳେ ଏ ଦୁଇଟି ସ୍ଥାନ କିପରି ଉଚ୍ଛେଦ ରୁ ବାଦ୍ ପଡିଲେ ତାହାହିଁ ସାଧାରଣ ରେ ଏକ ଆଲୋଚ୍ୟ ର ବିଷୟ ହୋଇଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ରାଜ୍ର ସରକାର ଅନୁସନ୍ଧାନ କରି ବିହିତ ପଦକ୍ଷେପ ନେବା ପାଇଁ ସମସ୍ତ ମହଲରୁ ଦାବି ହୋଇଛି।








