Home ଓଡ଼ିଶା ରାସ୍ତା ନଥିବାରୁ ଗାଁରେ ପହଁଚିପାରିଲା ନାହିଁ ଆମ୍ବୁଲାନ୍ସ,ଭାରରେ ୩କିଲୋମିଟର ରାସ୍ତା ବୁହାହେଲେ ଭାଲୁକାମୁଡା ରେ ଗୁରତର...

ରାସ୍ତା ନଥିବାରୁ ଗାଁରେ ପହଁଚିପାରିଲା ନାହିଁ ଆମ୍ବୁଲାନ୍ସ,ଭାରରେ ୩କିଲୋମିଟର ରାସ୍ତା ବୁହାହେଲେ ଭାଲୁକାମୁଡା ରେ ଗୁରତର ମା ଓ ଝିଅ

45

ମାଲକାନଗିରି, ୧୬ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ବଣ୍ଡାଘାଟି ମୁଦୁଲିଡା ଓ ଅଣ୍ଡ୍ରାହଲ ପଚାଂୟତ ର ବିକଳ ଚିତ୍ର ନଜରକୁ ଆସିଛି । ବଣ୍ଡା ଆଦିମ ଜନଜାତୀଙ୍କ ଉନ୍ନତି ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ସରକାରି ସ୍ତରରେ ଓ ଏନଜିଓ ସ୍ତରରେ ଖର୍ଚକରା ଯାଉଥିବାର ଡିଣ୍ଡିମ ପାଟାଯାଉ ଥିବା ବେଳେ ଦେଶ ସ୍ୱାଧିନହେବାର ୭୪ବର୍ଷରେ ପହଁଚିଥିବା ବେଳେ ଆଜି ପ ର୍ଯ୍ୟନ୍ତ ବଣ୍ଡାଘାଟିକୁ ସବୁଦିନିଆ ରାସ୍ତାଟିଏ ହୋଇପାରିଲା ନାହିଁ । ତାର ବିକଳ ଚିତ୍ର ଦେଖିବାକୁ ମିଳିଛି ବଣ୍ଡାଘାଟି ମୁଦୁଲିପଡା କ୍ରୀସାନୀ ପଡା ଗ୍ରାମରେ । ସେହି ଗ୍ରାମର ବୁଦାଶିସା ହ୍‌କ ପତ୍ନୀ ସମ୍ବାରୀ ସିସା ଓ ତାଙ୍କର ୬ବର୍ଷର ଝିଅ ସରିତା ସିସା ନିକଟସ୍ଥ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ । ଝିଅ ସରିତାଙ୍କୁ ଏକ ଗଛମୂଳରେ ବସାଇଦେି ମା କାଠସଂଗ୍ରହ କରୁଥିବା ବେଲେ ହଟାତ ଏକ ବଡଭାଲୁ ୨ଟି ଭାଲୁ ଛୁଆ ସେହି ଗଛମୁଳରେ ପହଁଚି ସରତାଉପରେ ଆକ୍ରମଣ କରିଥିଲେ । ସରିତା ଚିତ୍କାର କରିବାରୁ କଣ ହେଲା ବୋଲି ତାର ମା ସମ୍ବାରି ଝିଅ ନିକଟକୁ ଦୌଡିପଳାଇ ଆସି ଦେଖିଲେ ତିନୋଟି ଭାଲୁ ଝି୍‌ଅକୁ ଗୋଡାଇ ଗୋଡାଇ କାମୁଡୁଛନ୍ତି । ସେତେବେଲେ ନିଜ ଝିଅକୁ ରକ୍ଷା କରିବା ପାଇଁ ମା ସମ୍ବାରି ବାଘୁଣିର ରୁପନେଇ ଭାଲୁମାନଙ୍କୁ ଓଲଟି ଆକ୍ରମଣ କରିଥିଲେ । ଭାଲୁ ଓ ମହିଳାଙ୍କ ମଧ୍ୟରେ କିଛି ସମୟ ଧରି ଗଡାପଡା ହୋଇ ଯୁଦ୍ଧ ଲାଗି ଯାଇଥିଲା । ସେହି ଜଙ୍ଗଲକୁ ଯାଥିବା ଅନ୍ୟଲୋକମାନେ ଏହା ଦେଖି ଭାଲୁକୁ ଗୋଡାଇ ମା ଝିଅଙ୍କୁ ଉଦ୍ଧାର କରିଥିଲେ ।ବାଲୁ ।କ୍ରମଣରେ ଝିଅ ସରିତାର ମୁଣ୍ଡ ହାତ ଓ ମା ସମ୍ବାରୀର ଛାତି,ହାତ ଗୋଡରେ ଗୁରୁତର ଭାବେ ଆଘାତ ଲାଗି ରକ୍ତବୋହୁଥିଲା । ହସପିଟାଲକୁ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନକରିବାରୁ କିଛି ସମୟପରେ ଆମ୍ବୁଲାନ୍ସ ଟିଏ ଯାଇଥିଲା , ହେଲେ ଗାଁକୁ ଭଲରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ କ୍ରିସାନିପଡାରେ ପହଁଚି ପାରିନଥିଲା । ବେଳକୁ ବେଳ ମା ଝିଅଙ୍କ ବସ୍ଥା ଗୁରୁତର ହେବାରୁ ବାଧ୍ୟହୋଇ ପରିବାର ଲୋକେ ଚଦରକୁ ବାଉଁସରେ ବାନ୍ଧି ଭାର କରି ସେଥିରେ ବସାଇ ତିନିକିଲୋମିଟର ପାଦରେ ଚାଲି ଚାଲି ଆମ୍ବୁଲନ୍ସ ନିକଟରେ ପହଁଚାଇଥିଲେ । ଆମ୍ବୁଲ୍ନସରେ ପ୍ରଥମେ ଖଇରପୁଟ ହସପିାଲକୁ ନିଆ ଯାଇଥିଲା, ସେଠାରେ ସେମାନଙ୍କ ଅବସ୍ଥା ସଙ୍କାଟପନ୍ନ ହେବାରୁ ଗତକାଲି ରାତ୍ରରେ ମା ଓ ଝିଅଙ୍କୁ ମାଲକାନଗିରି ଜିଲ୍ଲା ହସପିଟାଲକୁ ଡାକ୍ତର ମାନେ ସ୍ଥାନାନ୍ତରିତ କରିଦେଇଛନ୍ତି । ଏବେ ମା ଝିଅ ବିପଦ ମୁକ୍ତ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ମା ଝିଅର ଙ୍କର ସ୍ନେହ ମମତା ଓ ଝିଅର ଜୀବନ ବଚାଂଇବା ପାଇଁ ମା ବାଘୁଣୀରୁପରେ ତିନୋଟି ଭାଲୁ ସହିତ ଲଢାଇକରିବା ଘଟଣା ଏବେ ସମଗ୍ର ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.