Home ଅପରାଧ  ରାସ୍ତା ଦୃର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

 ରାସ୍ତା ଦୃର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

390

ଯାଜପୁର୧୨ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜାତୀୟ ରାଜପଥର ପାଣିକୋଇଲି ଏସ.ପି ଅଫିସ ନିକଟ ପଥରପଦା ରେ ଆଜି ଭୋର ସମୟରେ ଏ୍‌କ ଦୃର୍ଘଟଣାରେ ୩ ଜଣ ଅପରିଚିତ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଯାଜପୁର ଜିଲ୍ଲା ମୂଖ୍ୟ ମେଡିକାଲ ସୁତ୍ରରୁ ସୁଚନା ମିଳିଛି । ସୁଚନା ନେବାରୁ ଜଣାପଡିଛି ଯେ ଆଜି ଭୋର ସମୟରେ ଏକ ଆଳୁ ବୋଝେଇ ଟ୍ରକ୍ ସହ ବାଇକ୍ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ ବାଇକ୍ ପଛପଟୁ ଧକ୍କା ଦେଇଥିଲା ‌ତେବେ, ଏଯାବତ୍ ତିନି ଜଣ ମୃତକଙ୍କ ପରିଚୟ ମିଳିପାରି ନାହିଁ। ପାଣିକୋଇଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତବରଣ କରିଥିବା ମଟର ବାଇକ୍‌ଟି ଯାଜପୁର ରୋଡ ଅଞ୍ଚଳର ବୋଲି ଜାଣିବାକୁ ପାଇଥିବା ବେଳେ ମୃତକ ୩ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଆଶା କରାଯାଉଥିବା ଅନୁମାନ କରିଛି ପୁଲିସ ବୋଲି ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.