Home ଓଡ଼ିଶା କଟକ ବଡମେଡିକାଲରେ ଆରମ୍ଭ ହେଲା ଅଭିଯୋଗ ଶୁଣାଣି ପ୍ରକୋଷ୍ଟ

କଟକ ବଡମେଡିକାଲରେ ଆରମ୍ଭ ହେଲା ଅଭିଯୋଗ ଶୁଣାଣି ପ୍ରକୋଷ୍ଟ

214

କଟକ୧୨ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ ସରକାର ଅକ୍ଟୋବର ମାସରୁ ଆରମ୍ଭ କରିଥିବା ‘ମୋ ସରକାର ଓ ୫ଟି ‘ ବ୍ୟବସ୍ଥା ବିଭିନ୍ନ ମହଲରୁ ସମାଲୋଚିତ ହେବା ଓ ଖୋଦ ଦାଇତ୍ୱରେ ଥିବା ସଚିବ ଲୋକମାନଙ୍କ ଆପତ୍ତି ଅଭିଯୋଗକୁ ନଶୁବା ଭଣମାଧ୍ୟମରେ ଚର୍ଚ୍ଚା ହେବା ପରେ ସରକାର ଏକ ନୂଆ ପ୍ରୟାସ ଆରମ୍ଭ କରି ଜନସାଧାରଣଙ୍କ ପ୍ରିୟପାତ୍ର ହେବାକୁ ପ୍ରୟାସ ଆରମ୍ଭ କରିବା ଦେଖିବାକୁ ମିଳିଛି । ସରକାର  ପ୍ରଥମଥର ପାଇଁ ଜଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲରେ   ଆରମ୍ଭ ହୋଇଛି ଅଭିଯୋଗ ଶୁଣାଣି ପ୍ରକୋଷ୍ଟ । ଦୈନିକ ଶୁଣାଣି ପାଇଁ ପ୍ରାଶାସନିକ ଅଧିକାରୀ କଳ୍ପତରୁ ବେହେରା, ହସ୍ପିଟାଲ ମ୍ୟାନେଜର ବିରଞ୍ଚି ନାରାୟଣ ସାହୁ ଓ ସୌମ୍ୟ ମହାନ୍ତିଙ୍କୁ ଦାୟିତ୍ବ ଦିଆଯାଇଛି। ଉପରୋକ୍ତ ତିନି ଅଧିକାରୀ କାର୍ଯ୍ୟ ଦିବସଗୁଡ଼ିକରେ ନିଜ ନିଜ କାର୍ଯ୍ୟାଳୟରେ ରହି ମଧ୍ୟାହ୍ନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ଅଭିଯୋଗୁଡ଼ିକର ଶୁଣାଣି କରିବେ। ସେହିପରି ଅନ୍ୟ ଯେ କୌଣସି ସମୟରେ କୌଣସି ବିଭାଗରୁ ଅଭିଯୋଗ ଆସିଲେ ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ତାହାର ଶୁଣାଣି କରିବେ। ସଂପୃକ୍ତ ବିଭାଗର ଡାକ୍ତରଙ୍କ ସହ ମିଶି ସେ ରୋଗୀଙ୍କ ଅଭିଯୋଗ ଶୁଣିବାକୁ ଆଜି ଏସ୍‌ସିବି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଭିଯୋଗ ଶୁଣାଣି ପ୍ରକୋଷ୍ଟ ଖୋଲିବା ପରେ ସ୍ୱାସ୍ଥ କ୍ଷେତ୍ରରେ ସୁଧାର ଆସିବ ବୋଲି ସରକାରଙ୍କ ଆଶାକରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.