Home ଜିଲ୍ଲା ପରିକ୍ରମା ରାସ୍ତାର ଅବସ୍ତା ବିପର୍ଯ୍ୟସ୍ତ ନେଇ ସାପ କାମୁଡ଼ିଥିବା ରୋଗୀର ଡ଼ାକ୍ତରଖାନାରେ ବିଳମ୍ବରେ ପହଂଚି ମୃତ୍ୟୁବରଣ କଲେ

ରାସ୍ତାର ଅବସ୍ତା ବିପର୍ଯ୍ୟସ୍ତ ନେଇ ସାପ କାମୁଡ଼ିଥିବା ରୋଗୀର ଡ଼ାକ୍ତରଖାନାରେ ବିଳମ୍ବରେ ପହଂଚି ମୃତ୍ୟୁବରଣ କଲେ

35

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗ୍ରାମାଂଚଳର ରାସ୍ତାଘାଟ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ଓ ଗ୍ରାମାଂଚଳରେ ବିକାଶ ହେଉଛି ବୋଲି ଡ଼ିଣ୍ଡିମ ପିଟୁଛି। ହେଲେ ଆଜିବି ବହୁ ଗାଁକୁ ସ୍ଥାୟୀ ରାସ୍ତାଖଣ୍ଡେ ନାହିଁ। ଫଳରେ ଜଣେ ରୋଗୀ ଡ଼ାକ୍ତରଖାନା ଯାଇନପାରି ମୃତ୍ୟୁ ବରଣ କରିବା ଭଦ୍ରକ ଜିଲ୍ଳା ଧାମନଗରରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରୁ ପ୍ରକାଶ ଯେ ଧାମନଗର ବ୍ଲକର ରାଧାବଲ୍ଲଭପୁର ପଂଚାୟତର ଷୋଳଗାଁ ନିକଟସ୍ଥ କୃଷ୍ଣଦାସପୁର ମୌଜାର ଉଦୟନଗର ଗ୍ରାମର ଧନେଶ୍ୱର ସାହୁଙ୍କ ପତ୍ନୀ ବାସନ୍ତୀ ସାହୁ (୩୨)ଙ୍କୁ ୨୧ତାରିଖ ରାତିରେ ଏକ ବିଷଧର ସାପ କାମୁଡ଼ିଥିଲା ମାତ୍ର ୧୬ଗାଁ ଠାରୁ ଉଦୟନଗର ୨କିଲୋମିଟର ରାସ୍ତା ଭିତରକୁ ସମ୍ପୁର୍ଣ୍ଣ ଭାବରେ ବିଣା, କାଦୁଅ ଓ ପାଟ ରାସ୍ତା ହୋଇଥିବାରୁ କୌଣସି ଜରୁରୀ କାଳିନ ସେବାଗାଡ଼ି ପହଂଚିପାରିନଥିଲା। ଫଳରେ ପରିବାର ଲୋକ ପାଛିଆରେ ଭାରକରି ଚାଲି ଚାଲି ମୁଖ୍ୟରାସ୍ତା ନିକଟକୁ ଆଣି ସେଠାରୁ ଧାମନଗର ଡ଼ାକ୍ତରଖାନା ଆଣିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ବିଳମ୍ବରେ ପହଂଚିଥିବାରୁ ସେଠାରେ ଡ଼ାକ୍ତର ମହିଳାଙ୍କୁ ମୃତ୍ୟୁଘୋଷଣା କରିଥିଲେ। ଯଦି ଗ୍ରାମରାସ୍ତାଟି ସବୁଦିନିଆ କିମ୍ବା କଂକ୍ରିଟ୍ ରାସ୍ତାଟିଏ ହାଇଥାନ୍ତା ଅବିଳମ୍ବେ ରୋଗୀଟି ଡ଼ାକ୍ତରଖାନାରେ ସ୍ୱାସ୍ଥ୍ୟସେବା ପାଇପାରିଥାନ୍ତା ଏବଂ ଆହତ ମହିଳା ଜଣକ ମୃତ୍ୟୁମୁଖରୁ ବଂଚିପାରିଥାନ୍ତା। ଏଠି ପ୍ରଶ୍ନଉଠୁଛି ଉକ୍ତ ଅଂଚଳରେ ନେତାବଦଳୁଛି ମାତ୍ର ଗ୍ରାମର ସମସ୍ୟା ଆଜିବି ଅଧୁରା ହୋଇ ରହିଛି। ଏବେବି ଅନେକ ଗ୍ରାମକୁ ସ୍ଥାୟୀ ରାସ୍ତାଟିଏ ନାହିଁ ଫଳରେ ସାଧାରଣ ଜନତା ନାହିଁନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ଏ ସମ୍ପର୍କରେ ରାଧାବଲ୍ଲଭପୁର ପଂଚାୟତର ସରପଂଚ ପ୍ରିତମ ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଉକ୍ତ ରାସ୍ତାଟି ଏନ୍‌ଆରଜିଏସ୍ ଯୋଜନାରେ ପ୍ରୋଜେକ୍ଟ ଦିଆଯାଇ ଅଛି। ବର୍ଷା ଋତୁପରେ ଜଳନିସ୍କାସନ ପାଇଁ ୨ଟି କଲ୍‌୍‌ଭେଟ ସହ ରାସ୍ତାଟିର କାମ ଆରମ୍ଭ ହୋଇ ବହୁ ଶୀଘ୍ର ସରିବ ବୋଲି ଶ୍ରୀ ଦାସ ଆମପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.