Home ଓଡ଼ିଶା ରାସ୍ତାକଡରେ ବାସହୀନ ଙ୍କ ବୁଲା କୁକୁର ଙ୍କ ସାଙ୍ଗେ ବିତୁଛି ଜୀବନ

ରାସ୍ତାକଡରେ ବାସହୀନ ଙ୍କ ବୁଲା କୁକୁର ଙ୍କ ସାଙ୍ଗେ ବିତୁଛି ଜୀବନ

50

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୦୯- ସାରା ରାଜ୍ୟ ରେ ସହରାଞ୍ଚଳ ମାନଙ୍କ ରେ ବାସହୀନ ମାନଙ୍କ ପାଇଁ ରାତ୍ରୀକାଳୀନ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଅଛି । ଯାହାଫଳ ରେ ବାସହୀନ ବ୍ୟକ୍ତି ମାନେ ରାତ୍ରରେ ଆଶ୍ରୟ ନେଇ ରାତ୍ରୀଯାପନ କରିଥାନ୍ତି । କିନ୍ତୁ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ହେବାକୁ ବହୁ ବର୍ଷ ବିତିଥିବା ବେଳେ ଏଯାଏଁ ବାସହୀନ ମାନଙ୍କ ପାଇଁ ରାତ୍ରୀକାଳୀନ ଆଶ୍ରୟସ୍ଥଳୀ ଟିଏ ନାହିଁ । ଯାହାଫଳ ରେ ବାସହୀନ ମାନେ ରାସ୍ତା  କଡରେ ବୁଲା କୁକୁର ମାନଙ୍କ ସହିତ ରାତ୍ରୀ ଯାପନ କରୁଥିବା ଦେଖିବାକୁ ମିଳୁଛି । ଯାହାକି ସଭ୍ୟ ମାନବ ସମାଜ ଦୃଷ୍ଟି ରେ ନିହାତି ନିନ୍ଦନୀୟ ଘଟଣା ।

ଏ ସର୍ମ୍ପକେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିସି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି । ବାସହୀନ ମାନଙ୍କ ପାଇଁ ପୈାରପାଳିକା ଅଂଚଳ ରେ ବ୍ୟବସ୍ଥା ହୋଇଛି । କିନ୍ତୁ ବିଜ୍ଞାପିତ ଅଂଚଳ ପରିଷଦ ଗୁଡିକ ରେ ବାସହୀନ ମାନଙ୍କ ପାଇଁ ରାତ୍ରୀକାଳୀନ ଆଶ୍ରୟସ୍ଥଳୀ ର ବ୍ୟବସ୍ଥା ହୋଇନାହିଁ । ସେଭଳି ପ୍ରସ୍ତାବ ଆସିଲେ ରଣପୁର ରେ ବାସହୀନ ଙ୍କ ପାଇଁ ରାତ୍ରୀକାଳୀନ ଆଶ୍ରୟସ୍ଥଳୀ ନିର୍ମାନ କରାଯିବ । ମାନବିକତାକୁ ଦୃଷ୍ଟି କରି ଜିଲ୍ଲା ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେଇ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ରେ ବାସହୀନ ଙ୍କ ପାଇଁ ରାତ୍ରୀକାଳୀନ ବିଶ୍ରାମସ୍ଥଳୀ ନିର୍ମାଣ କରିବା ପାଇଁ ବୁଦ୍ଧିଜୀବି ମାନେ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.