Home ଓଡ଼ିଶା ରଣପୁର ର ଐତିହ ପୁରୁଣା କାରାଗାର ଭାଙ୍ଗିବା ନେଇ ଓକିଲ ସଂଘର ନିନ୍ଦା

ରଣପୁର ର ଐତିହ ପୁରୁଣା କାରାଗାର ଭାଙ୍ଗିବା ନେଇ ଓକିଲ ସଂଘର ନିନ୍ଦା

61

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୦୯- ନୟାଗଡ ଜିଲ୍ଲା ର ଗଡଜାତ ଆନ୍ଦୋଳନ ରେ ରଣପୁରଗଡ ର ଅନେକ ଐତିହ ରହିଥିଲା । ସେ ମଧ୍ୟରୁ ରଣପୁର ରାଜ ରାଜୁଡା ଅମଳ ଥିବା କାରାଗାର ଅନ୍ୟତମ । ସ୍ୱାଧିନତା ପରେ ସେହି କାରାଗାର ରେ ରଣପୁର  ତହସିଲ ଅଫିସ୍ କାର୍ଯ୍ୟ କରି ଆସୁଥିଲା । ରଣପୁର ରେ ନୂତନ ତହସିଲ ଗୃହ ନିର୍ମାଣ ପରେ ଉକ୍ତ କାରାଗାର ଯାଗା ଟିରେ ରଣପୁର ପୁର୍ତ୍ତ ବିଭାଗ ଦ୍ୱାରା ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନୁତନ କୋଠାଘର ନିର୍ମାଣ କରାଯାଉଅଛି । ନିର୍ମାଣ ସମୟରେ ପୁର୍ତ୍ତ ବିଭାଗ ର ନୟାଗଡ କାର୍ଯ୍ୟନିର୍ବାହୀ ସହକାରୀ ଯନ୍ତ୍ରୀ , ନୟାଗଡ ଅଧିଖଣ୍ଡ ଯନ୍ତ୍ରୀ , ରଣପୁର ସହକାରୀ ଯନ୍ତ୍ରୀ , ରଣପୁର ଓକିଲ ସଂଘର ସଭାପତି , ସମ୍ପାଦକ ଓ ବରିଷ୍ଠ ଓକିଲ ମାନେ ବସି ଏକ ବୈଠକ ହୋଇଥିଲା । ଏହି ବୈଠକ ରେ ନିଷ୍ପତି ହୋଇଥିଲା ରଣପୁର ରାଜରାଜୁଡା ଅମଳ ର ସେହି ପୁରାତନ କାରାଗାର ର ମୁଖ୍ୟ ଫାଟକ ଟିକୁ ସୁରକ୍ଷିତ ରଖିବା ପାଇଁ । କାରଣ ଏହି କାରାଗାର ରଣପୁର ଇତିହାସ ର ସ୍ମାରକୀ ବହନ କରୁଥିଲା । ସ୍ୱାଧିନତା ଆନ୍ଦୋଳନ ସମୟର ରଣପୁର ଗଡଜାତ ଆନ୍ଦୋଳନ ୧୯୩୯ ମସିହା ଜାନୁଆରୀ ୫ ରେ ହୋଇଥିଲା । ଯେଉଁଥିରେ କି ବ୍ରିଟିସ୍ ସରକାର ଙ୍କ ଗଡଜାତ ର ରାଜନୈତିକ ପ୍ରତିନିଧି ମେଜର ବେଜଲ୍‌ଗେଟ୍‌  ଙ୍କୁ ବାଉଁଶ ଠେଙ୍ଗା ରେ ପିଟି ପିଟି ମାରିଦେଇଥିଲେ । ୧୯୩୯ ମସିହା ରେ ଏହି କାରାଗାର ଭିତରେ ବିଚାର କରାଯାଇଥିଲା ।

ବିଚାର ରେ ବାଦଭୁଇଁ ର ରଘୁନାଥ ମହାନ୍ତି ଓ ଗଡବାଣିକିଲୋ ର ଦିବାକର ପରିଡା ଙ୍କୁ ଫାସୀ ଦିଆଯାଇଥିଲା ବେଳେ ଅନ୍ୟ ୧୬ ଜଣଙ୍କୁ କଳାପାଣି ଦଣ୍ଡ ରେ ଦଣ୍ଡିତ କରାଯାଇଥିଲା । ସହୀଦ୍ ରଘୁ ଦିବାକର ଙ୍କୁ ୧୯୩୯ ମସିହା ଏପ୍ରିଲ୍ ୪ ତାରିଖ ରେ ବିହାର ର ଭାଗଲପୁର ଜେଲ୍ ରେ ଫାସୀ ଦିଆଯାଇଥିଲା । ଏହି କାରାଗାର ରେ ମୁଖ୍ୟ ଫାଟକ ସମ୍ମୁଖ ରେ ରଣପୁର ବାସୀ ଅଶୃଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେହି କାରାଗାର ର ମୁଖ୍ୟ ଫାଟକ ଟିକୁ ପୁର୍ତ୍ତ ବିଭାଗ ଭାଙ୍ଗି ଦେଇଥିବାରୁ ରଣପୁର ଓକିଲ ସଂଘ ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ର ଓ ସାଧାରଣ ସମ୍ପାଦକ ସତ୍ୟରଞ୍ଜନ ମତା ଙ୍କ ନେତୃତ୍ୱ ରେ ଆଇନୀଜୀବି ମାନଙ୍କୁ ନେଇ ଏକ ବୈଠକ କରାଯାଇ ଦୃଢ ନିନ୍ଦା କରାଯାଇଥିଲା । ଏ ସର୍ମ୍ପକେ ରଣପୁର ଓକିଲ ସଂଘର ସଭାପତି ସୁର୍ଯ୍ୟକାନ୍ତ ମହାପାତ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ପୁର୍ତ୍ତ ବିଭାଗ କାରାଗାର ମୁଖ୍ୟ ଫାଟକ କୁ ପୁର୍ବ ଭଳି ବସାଇ ସୁରକ୍ଷା ନକଲେ ଓକିଲ ସଂଘ ଆନ୍ଦୋଳନ କୁ ଓହ୍ଲାଇବ ।  ଏ ସର୍ମ୍ପକେ ରଣପୁର ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଦୟାନିଧି ରାୟଗୁରୁ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ କାର୍ଯ୍ୟ କରୁଥିବା ଠିକାଦାର ଆମ୍ଭ ଅଜାଣତ ରେ ମୁଖ୍ୟ ଫାଟକ ଟିକୁ ଭାଙ୍ଗି ଦେଇଥିବା ଜାଣିବାକୁ ପାଇଲି । ତେଣୁ ଠିକାଦାର ଙ୍କୁ ପୁର୍ବଭଳି ରଣପୁର ରାଜ ରାଜୁଡା ଅମଳ ର କାରାଗାର ମୁଖ୍ୟ ଫାଟକ କୁ ଇତିହାସ ର ସ୍ମାରକୀ ଭାବେ ପ୍ରତିଷ୍ଠା କରିବା ପାଇଁ କୁହାଯାଇଛି । ଘଟଣା ଟି ରଣପୁର ବୁଦ୍ଧିଜୀବି ମହଲ ରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.