Home ଓଡ଼ିଶା ରାଷ୍ଟ୍ରୀୟ ଲୋକ ଅଦଲତରେ ୩୨ଟି ମାମଲା ଫଇସଲା ୨୪ଲକ୍ଷ ୯୧ହଜାର ଟଙ୍କା ଜରିମାନା ଆଦାୟ

ରାଷ୍ଟ୍ରୀୟ ଲୋକ ଅଦଲତରେ ୩୨ଟି ମାମଲା ଫଇସଲା ୨୪ଲକ୍ଷ ୯୧ହଜାର ଟଙ୍କା ଜରିମାନା ଆଦାୟ

68

ମାଲକାନଗିରି,୧୧ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସଦର ମହକୁମା କୋର୍ଟପରିସରରେ ରାଷ୍ଟ୍ରୀୟ ଲୋକଅଦାଲତ ରେ ୩୨ଟି ମାମଲାରେ ମୋଟ୨୪ଲକ୍ଷ ୯୧ ହଜାର୭୨ଟଙ୍କା ଜରିମାନା ଆଦାୟ ହୋଇଛି । ଜାତୀୟଆଇନ ସେବା ପ୍ରାଧିକରଣ,ରାଜ୍ୟ ଆଇନସେବା ପ୍ରାଧିକାରଣର ନିର୍ଦ୍ଦେଶ କ୍ରମେ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନସେବା ପ୍ରଧିକରଣ ର ଅଧ୍ୟକ୍ଷା ତଥା ଜିଲ୍ଲା ଦୌରାଜଜ କୁମାରୀ ରେଖା ପ୍ରସାଦଙ୍କ ପୌରହିତରେ ଅନୁଷ୍ଟିତ ଲୋକ ଅଦଲାତରେ ବୈବାହିକ,ଦେଓ୍ୟାନୀ,ରାଜସ୍ୱ,ବ୍ୟାଙ୍କ,ବନବିଭାଗ ସହ ଅନ୍ୟାନ ମୋଟ ୩୨ଟି ମାମଲାର ଫଇସଲା କରାଯାଇ ୨୪ଲକ୍ଷ ୯୧ହଜାର୭୨ଟଙ୍କା ଜରିମାନା ଆଦାୟ ହୋଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ ମୌହଲତ ସା, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ବିଶ୍ୱରଜଂନ ବେହେରା,ବରିଷ୍ଟ ଦେଓ୍ୟାନି ବିଚାରପତି କମଳାକାନ୍ତ ରାଉତ,ନିରନ୍ତର ଲୋକ ଅଦାଲତ ବିଚାରପତି ରାଜେଶ କୁମାର ମୁଦୁଲି,ରେଜିଷ୍ଟ୍ରାର କୃଷ୍ଣଚନ୍ଦ୍ର ନାୟକ, ଉପଖଣ୍ଡ ବିଚାର ପତି ନିଶାକାର ସାହୁ,ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ରେଖାରାଣୀ ପଣ୍ଡା ପ୍ରମୁଖ ବିଚାର ପତି ଓ ଆନଜୀବୀ ଉପସ୍ଥିତ ରହି ପୃଥକ ପୃଥକ ଭାବେ ମାମଲାଗୁଡିକ ବିଚାର କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.