Home ଜିଲ୍ଲା ପରିକ୍ରମା ରାଷ୍ଟ୍ରୀୟ ମହିଳା ଶକ୍ତି ଭଦ୍ରକରେ ଉଦ୍‌ଘାଟିତ

ରାଷ୍ଟ୍ରୀୟ ମହିଳା ଶକ୍ତି ଭଦ୍ରକରେ ଉଦ୍‌ଘାଟିତ

18

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାରୀ ହିଁ ସକଳ ଶକ୍ତିର ଆଧାର । ନାରୀ ଜାଗିଲେ ଦେଶ ଜାଗିବ । ଦେଶ ଜାଗିଲେ ସମାଜର ପରିବର୍ତ୍ତନ ହେବ । ଯୁଗେ ଯୁଗେ ନାରୀ ଶକ୍ତିକୁ ପ୍ରାଧାନ୍ୟ ଦିଆ ଯାଇଛି । ନାରୀ ହିଁ ସମାଜର ମାନଦଣ୍ଡ । ସେଥିପାଇଁ ପ୍ରାନ୍ତୀୟ ସ୍ତରରେ ଗୁଲାପ ଜୀ, ଜୟ ସବାନ, ନରସିଂହ ଜି ପଟେଲ, ଅନିତା ସିଂ ଜୀ, ବଜରଙ୍ଗ ଦାସ ଗୁରୁଜୀଙ୍କ ପ୍ରଚେଷ୍ଟାରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏକ ମହିଳା ଶକ୍ତି ସଂଗଠନ କରି ମହିଳମାନଙ୍କୁ ସଶକ୍ତିକରଣ ଓ ସଚେତନତା କରାଯିବା ପାଇଁ ସଂଗଠନ ପ୍ରସ୍ତୁତି କରାଯାଉଛି । ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇ ବିଧବା ମା’ ମାନଙ୍କର ସର୍ବବିଧ ଉନ୍ନତି ପାଇଁ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନରେ କଳିଙ୍ଗରତ୍ନ ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ ସଭାପତିତ୍ୱରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇ ମହିଳା ଶକ୍ତିର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ମହିଳା ଶକ୍ତିର ରାଜ୍ୟ ଅଧ୍ୟକ୍ଷ ପ୍ରଭାତ୍ କୁମାର ବାରିକ୍‌, ରାଜ୍ୟ ପ୍ରମୁଖ ତଥା ମାର୍ଗ ଦର୍ଶକ ଶରତ ଚନ୍ଦ୍ର ବେହେରା, ବାଲେଶ୍ୱର ଜିଲ୍ଲା ଅଧ୍ୟକ୍ଷ ବାପି ପଣ୍ଡା, ରାଜ୍ୟ ସଚିବ ଅନୁକମ୍ପା ପାତ୍ର, ଭଦ୍ରକ ଜିଲ୍ଲା ଅଧ୍ୟକ୍ଷା ଗୀତାଞ୍ଜଳୀ ଜେନା, ଉପାଧ୍ୟକ୍ଷା ମେଘମାଳା ପଣ୍ଡା, ଯୁବ ଅଧ୍ୟକ୍ଷ ଅପୂର୍ବ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ମହିଳା ଶକ୍ତି ଉପରେ ଆଲୋଚନା କରିବା ସହ ବିଧବାମାନଙ୍କୁ କିପରି ୬ଟି ଲାଭକାରୀ ଯୋଜନା ଦିଆ ଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ବିଧବା ମାନଙ୍କୁ ଆଜୀବନ ପେନ୍‌ସନ, ବିଦ୍ୟୁତ୍ ବିଲ, ପାଣି ବିଲ୍‌, ପିଲାଙ୍କୁ ମାଗଣାରେ ଶିକ୍ଷା, ବସ୍ ଓ ଟ୍ରେନ୍‌ରେ ଯାତାୟତ ପାଇଁ ପାସ୍‌, ମାଗଣାରେ ଘର ଯୋଗାଣ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିବା ସହ ଭଦ୍ରକ ଜିଲ୍ଲା ଓ ବ୍ଲକରେ ନବ ନିଯୁକ୍ତ କର୍ମକର୍ତ୍ତାଙ୍କ କର୍ମ ଦକ୍ଷତା ଉପରେ ଆଲୋଚନା କରିଥିଲେ ।

ଭଦ୍ରକରେ ବିଧିବଦ୍ଧ ଭାବେ ମହିଳା ଶକ୍ତି ଗଠିତ ହେବା ଜିଲ୍ଲା ପାଇଁ ଏକ ସୌଭାଗ୍ୟର ପଦକ୍ଷେପ ବୋଲି ଉପସ୍ଥିତ ବୁଦ୍ଧିଜୀବୀ ମାନେ ମତ ରଖିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ସ୍ୱାଇଁ, ରଞ୍ଜନ କୁମାର ପଣ୍ଡା, ସୁବାସ ଚନ୍ଦ୍ର ଦାସ, ବୈକୁଣ୍ଠ ନାଥ ମଲ୍ଲିକ, ଶକୁନ୍ତଳା ଧଳ, ତନୁଶ୍ରୀ ପଣ୍ଡା, ମିନାକ୍ଷୀ ମହାପାତ୍ର, ସ୍ନିଗ୍‌ଧା ବାରିକ୍‌, ଦ୍ରୌପଦୀ ବେହେରା, ରାଜଶ୍ରୀ ନାୟକ, ବନିତା ରାଣୀ ଦାସ, ମୋନାଲିସା ନାୟକ, ଗୀତାଞ୍ଜଳୀ ନାୟକ, ସ୍ୱର୍ଣ୍ଣଲତା ବାରିକ୍‌, ରଶ୍ମିତା ରଥ, ପୁଷ୍ପଲତା ଜେନା, ଜ୍ୟୋତ୍ସ୍ନାରାଣୀ ସାହୁ, କବିତା ମହାପାତ୍ର, ସୁରଭୀ ଲେଙ୍କା, ଅବନିକା ମହାପାତ୍ର, ମାୟାଧର ଦାସ, ମାନସୀଲତା ଅଗସ୍ତି, ମମତାରାଣୀ ମହାନ୍ତି, ମମତା ବାରିକ୍‌, ଆଶୁତୋଷ ମିଶ୍ର, ଯୋଗେଶ କୁମାର ପତି, ଅମର କୁମାର ନାୟକ, ସନ୍ତୋଷ କୁମାର ଦାସ, ଶାଶ୍ୱତୀ ବାରିକ୍‌, ଚନ୍ଦ୍ରକାନ୍ତ ପତି, ସୁଶାନ୍ତ କୁମାର ଦାସ, ପ୍ରଭାକର ସ୍ୱାଇଁ, ହରିହର ନାୟକ, ଦୀପକ କୁମାର କୁଣ୍ଡୁ ପ୍ରମୁଖ ଉପସ୍ଥିତ ରହି ମହିଳା ଶକ୍ତି ଉପରେ ନିଜ ନିଜର ମନ୍ତବ୍ୟ ରଖିଥିଲେ । ଶେଷରେ ସର୍ମିଷ୍ଠା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.