Home ଓଡ଼ିଶା ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ।

ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ।

84

ମାଲକାନଗିରି,୫ ।୬ (ଓଡିଆ ପୁଅ ) ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦାବିଗୁଡିକ ମଧ୍ୟରେ ମୁଖ୍ୟତ କରୋନା ମହାମାରି ସମୟରେ ମଧ୍ୟବିତ ପରିବାର ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାସହିତ ଆର୍ଥିକ ଅନାଟନ ଦେଇ ଗତିକରୁଛନ୍ତି ,ଅନ୍ୟାନ ବର୍ଗଙ୍କ ପରି ସେମାନଙ୍କୁ ଚିହ୍ନଟ କରାଯାଇ ରାସନକାର୍ଡ,ବିପଏଲ କାର୍ଡ,ଶ୍ରମିକ କାର୍ଡ ଯୋଗାଇ ଦିଆ ଯାଉ,ପ୍ରତି ମଧ୍ୟବିତ ପରିବାରଙ୍କୁ ଲକଡାଉନ ସମୟରେ ୨୦୦ୟୁନିଟ ବିଜୁଳି ମାଗାଣାରେ ଯୋଗାଇ ଦିଆ ଯାଉ,ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତପ୍ରକାର ଫିସ ଛାଡ କରାଯାଉ,ଛାତ୍ର ଛାତ୍ରୀ ଙ୍କୁ ଏକ ହଜାର ଟଙ୍କା ଲେଖା ଶିକ୍ଷା ସହାୟତା ଯୋଗାଇ ଦିଆ ଯାଉ,ବ୍ୟାଙ୍କ ରୁଣ ସୁଧ ଛାଡ କରାଯାଉ ଆଦି ଦାବିଉପସ୍ଥାପନା କରି ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରେ ରଷ୍ଟ୍ରୀୟ ସଂଗଠନ ସଂପାଦକ କେ.ବାଲାରାଜୁ ଆଚାରୀ,ଆଦିବାସି ନେତା ଘେନୁ ମୁଦୁଲି,ନରହରି ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାବି ପତ୍ର ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.