Home ଜିଲ୍ଲା ପରିକ୍ରମା ରାଷ୍ଟ୍ରୀୟ କଳା ମଞ୍ଚ ତରଫରୁ ଜିଲ୍ଲା ସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ

ରାଷ୍ଟ୍ରୀୟ କଳା ମଞ୍ଚ ତରଫରୁ ଜିଲ୍ଲା ସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ

27

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସ୍ଥାନୀୟ ନୂଆ ବଜାରସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ରାଷ୍ଟ୍ରୀୟ କଳା ମଞ୍ଚ ତରଫରୁ ଚଳିତ ଡିସେମ୍ବର ମାସ ୧୭,୧୮,୧୯ରିଖ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ପ୍ରତିଭା ସଙ୍ଗମ ପାଇଁ ଜିଲ୍ଲା ସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇ ଯାଇଛି । କଳା ଓ ପ୍ରତିଭାର ମିଳନ ପ୍ରତିଭା ସଙ୍ଗମରେ ଚିତ୍ରାଙ୍କନ ରଙ୍ଗୋଲୀ, ଗୀତ, ନୃତ୍ୟ ଓ ନାଟକ, କବିତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାର କୋଣ ଅନୁକୋଣରୁ ବିଦ୍ୟାର୍ଥୀ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିରେ । ଏହି କାର୍ଯ୍ୟକ୍ରମର ମୂଖ୍ୟ ଅତିଥିଭାବେ ସଂଗ୍ରାମ କେଶରୀ ମହାନ୍ତି, ମୁଖ୍ୟବକ୍ତା ଭାବେ ଏ.ବି.ଭି.ପିର ପୂର୍ବତନ ରାଜ୍ୟ ଯୁଗ୍ମ ସମ୍ପାଦକ ଆନନ୍ଦ ଶଙ୍କର ଦାସ, ସମ୍ମାନୀତ ଅତିଥିଭାବେ ଏ.ବି.ଭି.ପିର ପୂର୍ବତନ ଜିଲ୍ଲା ସଂଯୋଜକ ସ୍ୱାଧିନ ସୁନ୍ଦର ଦାସ ଏବଂ ଏ.ବି.ଭି.ପିର ରାଜ୍ୟ କାଯ୍ୟସମିତି ସଦସ୍ୟ ସୌରଭ ପତି, ଜିଲ୍ଲାସଂଯୋଜକ ବଦ୍ରିମୋହନ ରାଉତ, ସହ-ସଂଯୋଜକ ସତ୍ୟମୋହନ ରାଉତ ଯୋଗଦେଇ ଦେଇଥିଲେ । ଭଦ୍ରକ ବ୍ଲକ ସଂଯୋଜକ ଜ୍ୟୋତିପ୍ରକାଶ ସାହୁ, ଭଦ୍ରକ ନଗର ସଂପାଦକ ଦେବାଶିଷ ଲାହା, ଭଦ୍ରକ ନଗର ମିଡିଆ ପ୍ରମୂଖ ସୋନୁ ଲାହା, ସସ୍ମିତା ବାରିକ, ଶ୍ରୀତମ ମଲ୍ଲିକ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ପୂର୍ବତନ ଜିଲ୍ଲା ସହସଂଯୋଜିକା ପୁର୍ଣ୍ଣିମା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସି.ଡି.ଏସ୍ ବିପିନ ରାୱତଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.